ଓଡିଶା

କୋରାପୁଟ ନିର୍ବାଚନମଣ୍ଡଳୀ: ଦୁଇ କୃଷ୍ଣଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ କିଏ? – bajravana

[ad_1]

ପୂର୍ବତନ ବିଧାୟକ ନିମାଇ ସରକାର ବି ଦୌଡ଼ରେ

ଜୟପୁର: କଂଗ୍ରେସର ଗଡ଼ ଭାବେ ପରିଚିତ କୋରାପୁଟ ବିଧାନସଭା ଆସନ। ୧୯୫୧ରୁ ଇତିମଧ୍ୟରେ ଅନୁଷ୍ଠିତ ୧୪ଟି ନିର୍ବାଚନ ମଧ୍ୟରୁ ୭ଟି ନିର୍ବାଚନରେ ଏହି ଆସନକୁ କଂଗ୍ରେସ ନିଜ ଅକ୍ତିଆରରେ ରଖିବାରେ ସକ୍ଷମ ହୋଇଛି। ୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ପରେ ବିଜେଡି ଏହି ଆସନରେ ବିଜୟୀ ହୋଇଥିଲା। କିନ୍ତୁ, ସ୍ଥିତି ବଜାଇ ରଖିପାରିନଥିଲା। ୨୦୧୪ରେ ପୁଣି ଥରେ କଂଗ୍ରେସ ଅଧୀନକୁ ଯାଇଥିଲା କୋରାପୁଟ ଆସନ। ୨୦୧୯ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ବେଳେ ୨୦୨୪ରେ ପୁରୁଣା ଗଡ଼କୁ ଫେରି ପାଇବାକୁ ରଣନୀତି କରିଛି କଂଗ୍ରେସ।

ଏବେ ଚର୍ଚ୍ଚା ହେଉଛି କଂଗ୍ରେସ ଦଳରୁ କିଏ ମଙ୍ଗ ଧରିବେ? ଅର୍ଥାତ୍‌, ନିର୍ବାଚନମଣ୍ଡଳୀରୁ ଏଥରକ କିଏ ପ୍ରାର୍ଥୀ ହେବେ? ନିର୍ବାଚନ ପୂର୍ବରୁ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ। ଏହା ସତ ଯେ, ଶ୍ରୀ ଶଗରିଆଙ୍କ ଯୋଗଦାନ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିଛି ଏବଂ ଚଳିତ ନିର୍ବାଚନରେ ସେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ବି ଚର୍ଚ୍ଚା ହେଉଛି। ସେହିପରି, ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କୃଷ୍ଣ କୁଲଦୀପ, ପୂର୍ବତନ ବିଧାୟକ ନିମାଇ ସରକାର, ଯୁବ କଂଗ୍ରେସ ନେତା ବାସୁଦେବ କୁଲଦୀପ, ଅମୀର ମାଛ ପ୍ରମୁଖ ଟିକେଟ୍ ଦୌଡ଼ରେ ଅଛନ୍ତି। ଅଭିଜ୍ଞ ପ୍ରାର୍ଥୀକୁ କଂଗ୍ରେସ ଟିକେଟ୍ ଦେଇ ବିଜେଡିକୁ ମାତ ଦେବାକୁ ଯୋଜନା କରିଥିବାରୁ ଦୁଇ କୃଷ୍ଣଙ୍କ ମଧ୍ୟରୁ ଦଳ ଜଣଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ଅଧିକ ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ନେଇ ଘୋଷଣା କରିବା ପରେ ଏବେ ସବୁ ନେତା ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ରେ ଲାଗିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button