newsଦେଶ ବିଦେଶ

ଶ୍ରୀଲଙ୍କା ରାଷ୍ଟ୍ରପତି ଉଭାନ, ପ୍ରଧାନମନ୍ତ୍ରୀଙ୍କ ଘର ପୋଡିଲେ ସାଧାରଣ ଜନତା

ଶ୍ରୀଲଙ୍କାରେ ଅର୍ଥନୈତିକ ଦୁରାବସ୍ଥା ଏପରି ସଂକଟ ଜନକ ହେଲା ଯେ , ସାଧାରଣରେ ଦିନକୁ ଦୁଇ ଓଳି ଖାଦ୍ୟ ଖାଇବା ମଧ୍ୟ ଅସମ୍ଭବ ହୋଇଗଲା ।ଚିନ୍ ର ଚକ୍ରାନ୍ତରେ ଫସି ଭାରତ ପ୍ରତି ବିମୁଖ ହେଲା ଶ୍ରୀଲଙ୍କା ସରକାର । ଚିନ୍ ଆଡୁ ମୁହଁ ବୁଲାଇବା ବେଳକୁ ସବୁକିଛି ସରି ଯାଇଥିଲା । ଏପରି କି ଅବଧି ଚିନ୍ ପ୍ରୀତି ଶ୍ରୀ ଲଙ୍କାର କମି ନଥିଲା । ଏମିତି ସମୟ ଆସିଲା ଶ୍ରୀଲଙ୍କାର ସାଧାରଣ ଲେକେ ଘରଛାଡି ରାଜ ରାସ୍ଥାକୁ ଓହ୍ଲାଇଲେ । କିଛି ଲୋକେ ଜୀବନ ବଂଚାଇବାକୁ ଭାରତ କୁ ଜଳ ପଥରେ ଯାତ୍ରାକରି ଶରଣାର୍ଥି ଭାବେ ରହିଲେଣି ।

ଶେଷରେ ଅଣାୟତ୍ତ ହୋଇଛି ଜନଆକ୍ରୋଶ । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ପଳାୟନ କରିଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଏହାରି ମଧ୍ୟରେ ସୂଚନା ମିଳିଛି ଯେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ବାସ ଭବନରେ ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ ।ଘଟଣା ଅନୂଯାୟୀ, ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ବଳ ପ୍ରୟୋଗ କରିଥିଲା । ଲୁହ ବୁହା ଗ୍ୟାସ୍ ସହ ପାଣିମାଡ଼ କରିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଥିବା ଅଧିକାରୀ ଘରେ ବାହାରେ ଥିବା ସାମ୍ବାଦିକଙ୍କ ଉପରକୁ ଆକ୍ରମଣ କରିଥିଲେ । ଫଳରେ ଭିଡ଼ ଅଧିକ ଉଗ୍ର ହୋଇଥିଲା । ଯାହାପରେ ପିଏମଙ୍କ ବାସଭବନରେ ନିଆଁ ଲଗାଇଦେଇଥିଲେ ।

ସୂଚନାଯୋଗ୍ୟ, ଦେଶରେ ଲାଗିରହିଥିବା ଆର୍ଥିକ ସଙ୍କଟକୁ ନେଇ ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବି କରି ଶନିବାର ରାଷ୍ଟ୍ରପତି ଆବାସରେ ଧସେଇ ପଶିଥିଲେ । ଆଉ ଏହି ସମୟରେ ରାଷ୍ଟ୍ରପତି ପଳାୟନ କରିଥିଲେ । ସେପଟେ ପରିସ୍ଥିତିକୁ ଦୃଷ୍ଟିରେ ଜରୁରୀ ବୈଠକ ଡକାଇ ଇସ୍ତଫା ଦେଇଥିଲେ ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେ ।

Related Articles

Leave a Reply

Your email address will not be published. Required fields are marked *

Back to top button