ଆଜି ଠାରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ – bajravana
[ad_1]
ନୂଆଦିଲ୍ଲୀ, ୧୮/୦୯ : ଆଜି ଠାରୁ ଆରମ୍ଭ ହେଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ । ଏହା ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ । ଏଥିରେ ସରକାରୀ ଓ ବିରୋଧ ଦଳର ଅନେକ ନେତା ସାମିଲ ହୋଇଛନ୍ତି । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ ଦଳ ଗୁରୁତ୍ୱ ଦେଇଛନ୍ତି । ଏହା ଛଡା ନିର୍ବାଚନ କମିଶନ ଚୟନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରିବାକୁ ବି ବିରୋଧୀ ଦାବି କରିଛନ୍ତି । ଏହାଛଡା ଜାତି ଜନଗଣନା, ଆଦାନୀ ମାମଲା, ସିଏଜି ରିପୋର୍ଟ ଉପରେ ବି ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି ।
କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମହିଳା ସଂରକ୍ଷଣ ବିଲ ପାସ କରିବାକୁ ଦାବି କରିଥିଲେ । ସରକାର ଏହି ସ୍ୱତନ୍ତ୍ର ଅଧିବେଶନରେ ନିଜର ଏଜେଣ୍ଡା କହସାରିଛନ୍ତି । ଆଜି ପ୍ରଥମ ଦିନ ଅଧିବେଶନ ପୁରୁଣା ସଂସଦ ଭବନରେ ହେବ । ପ୍ରଥମ ଦିନରେ ସଂସଦର ୭୫ ବର୍ଷର ଯାତ୍ରା ନେଇ ହେବ ଆଲୋଚନା । ବାକି ୪ ଦିନର ଅଧିବେଶନ ନୂଆ ସଂସଦ ଭବନରେ ହେବ । ଅଧିବେଶନରେ ୪ଟି ବିଲ ଉପସ୍ଥାପିତ ହେବ । ତେବେ ବିରୋଧୀ ଅଧିବେଶନରେ ସରକାର ଅଲଗା ଏଜେଣ୍ଡା ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ।
[ad_2]