ମନୋରଞ୍ଜନ

‘ବିଗ୍ ବସ୍ ୧୭’ର ଫାଇନାଲ ପୂର୍ବରୁ ଏଭଳି ପୋଷ୍ଟ କରି ମନ୍ନାରାଙ୍କୁ ସମର୍ଥନ କଲେ ପ୍ରିୟଙ୍କା – bajravana

[ad_1]

ମୁମ୍ବାଇ: ଟିଭିର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ ‘ବିଗ୍ ବସ୍ ୧୭’ ଏବେ ଚର୍ଚ୍ଚାରେ। ସୋ’ର ଫାଇନାଲକୁ ଆଉ ମାତ୍ର ୪ଦିନ ବାକି ଥିବା ବେଳେ ସୋ’କୁ ମିଳିସାରିଛି ଟପ୍-୫ ପ୍ରତିଯୋଗୀ। ପ୍ରତିଯୋଗୀ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକି ଜୈନ୍ ଘରୁ ବାହାରିବା ପରେ ଏବେ ଫାଇନାଲ ଦୌଡ଼ରେ ଅଛନ୍ତି ଅଭିଷେକ କୁମାର, ମନ୍ନାରା ଚେପ୍ରା, ଅରୁଣ ମହାସେଟ୍ଟୀ, ମୁନାୱର ଫାରୁକୀ ଓ ଅଙ୍କିତା ଲୋଖଣ୍ଡେ।

‌ନିଜ ନିଜର ମନ ପସନ୍ଦର ପ୍ରତିଯୋଗୀଙ୍କୁ ଭୋଟ କରିବା ପାଇଁ ଭୋଟିଂ ଲାଇନ ଖୋଲା ଯାଇଥିବା ବେଳେ ଭଉଣୀ ମନ୍ନାରାଙ୍କୁ ସମର୍ଥନ କରିଛନ୍ତି ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚେପ୍ରା। ଇନଷ୍ଟାରେ ମନ୍ନାରାଙ୍କ ଫଟୋ ସେୟାର କରି ସେ ଲେଖିଛନ୍ତି, ବାକି ସବୁକିଛି ଭୁଲି ଭଲ ପ୍ରଦର୍ଶନ କର। ତାଙ୍କର ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହା ପୂର୍ବରୁ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଇନଷ୍ଟାରେ ଏକ ଭିଡିଓ ସେୟାର କରି ମନ୍ନାରାଙ୍କୁ ଦୃଢ଼ ରହିବାକୁ କହିଥିବା ଦେଖିବାକୁ ମିଳିଥିଲା।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button