ଓଡିଶା

ଶିରିଡ଼ି ସାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ବିଦ୍ୟାଳୟ ପିଲାଙ୍କ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ – bajravana

[ad_1]

ଭୁବନେଶ୍ୱର: କେନ୍ଦ୍ରପଡ଼ା ଜିଲ୍ଲା ତେଣ୍ଡାକୁଡ଼ା ପଞ୍ଚାୟତ ଅନ୍ତର୍ଗତ ବସନ୍ତପୁରସ୍ଥିତ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ୮ମ ପ୍ରତିଷ୍ଠା ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ ଦିବସୀୟ ଏହି ସମାରୋହରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ (ଓୟୁଏଟି)ର କୁଳସଚିବ ରେଣୁବାଳା ନାୟକ ମୁଖ୍ୟ ଅତିଥି ଓ ଗରଦପୁର ବିଡିଓ ପ୍ରଦ୍ୟୁମ୍ନ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

କଳା ଶିକ୍ଷକ ପ୍ରସନ୍ନ କୁମାର ପାଲ, ସଂଗୀତ ଶିକ୍ଷକ ଅମିତାଭ ସାହୁ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ପରିଚାଳନା ଟ୍ରଷ୍ଟି ଡଃ ରୁଦ୍ଧି ସୁନ୍ଦର ମହାନ୍ତି, ଟ୍ରଷ୍ଟି ଚଣ୍ଡୀ ପ୍ରସାଦ ମହାନ୍ତି, କସ୍ତୁରିକା ମହାନ୍ତି ଓ ଶୈଳଜାନନ୍ଦନ ମହାନ୍ତି ଉପସ୍ଥିତ ରହି ଅତିଥିମାନଙ୍କୁ ସମ୍ମାନିତ କରିବା ସହିତ ସମସ୍ତ ପ୍ରତିଯୋଗୀ ଓ ତାଙ୍କର ଅଭିଭାବକମାନଙ୍କ ପାଇଁ ସାଇବାବାଙ୍କ ଆଶୀର୍ବାଦ କାମନା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button