ପୁଲିସକୁ ହାଇକୋର୍ଟଙ୍କ ତାଗିଦ୍: ଅଦାଲତଙ୍କ ନିର୍ଦ୍ଦେଶ ପାଳନ ପ୍ରସଂଗରେ ସାବଧାନ ରୁହ – bajravana
[ad_1]
କଟକ: ଅଦାଲତଙ୍କ ନିର୍ଦ୍ଦେଶ ପାଳନ ପ୍ରସଂଗରେ ପୁଲିସ ଅଧିକାରୀ ସାବଧାନ ରହିବା ଉପରେ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ହାଇକୋର୍ଟ ବା ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ବେଳେ ପୁଲିସ ଅଧିକାରୀ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ। ଏକ ଆଗୁଆ ଜାମିନ ମାମଲାର ଶୁଣାଣି କରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି। ମାମଲାରେ ପୂର୍ବରୁ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ନିର୍ଦ୍ଦେଶକୁ ଖୋର୍ଦ୍ଧା ମଡେଲ ଥାନା ପୁଲିସ ମାନୁନାହିଁ ବୋଲି ସେପ୍ଟେମ୍ବର ୧୪ର ଶୁଣାଣି ବେଳେ ଦର୍ଶାଯାଇଥିଲା। ଏହି ପ୍ରସଂଗରେ କଣ ସ୍ଥିତି ରହିଛି ସେ ନେଇ ମଡେଲ ଥାନାରୁ ବୁଝି ତଥ୍ୟ ଉପସ୍ଥାପନ କରିବାକୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମଡେଲ ଥାନାରୁ କୌଣସି ଜବାବ ମିଳି ନଥିଲା।
ଅନ୍ୟପକ୍ଷରେ ତାଙ୍କୁ ଥାନାରେ ଅଟକ ରଖାଯାଇଛି ବୋଲି ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦର୍ଶାଇଥିଲେ। ଏଭଳି ସ୍ଥିତିରେ ସେହିଦିନ ୫ଟା ବେଳେ ହାଜର ହେବା ପାଇଁ ଖୋର୍ଦ୍ଧା ଏସପି ଓ ମଡେଲ ଥାନା ଆଇଆଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଅତିରିକ୍ତ ଏସପି ସି.ସି.ମୁଣ୍ଡ ଓ ମଡେଲ ଥାନା ଆଇଆଇସି ଟି.ଅହମଦ ବ୍ୟକ୍ତିଗତ ଭାବେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ପୂର୍ବର ୨୦୨୩ ସେପ୍ଟେମ୍ବର ୧୨ର ନିର୍ଦ୍ଦେଶ ପ୍ରସଂଗରେ ଉପଯୁକ୍ତ ଭାବେ ଅବଗତ କରାଯାଇ ନଥିଲା ବୋଲି ଉଭୟ ଅଧିକାରୀ ଦର୍ଶାଇଥିଲେ। ଇତିମଧ୍ୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ଆବେଦନକାରୀଙ୍କୁ ଛାଡି ଦିଆଯାଇଛି ବୋଲି ଉଭୟ ଅଧିକାରୀ ଅବଗତ କରିଥିଲେ। ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଂଗରେ ହୋଇଥିବା ତ୍ରୁଟି ପାଇଁ ଉଭୟ ଅଧିକାରୀ କ୍ଷମାପ୍ରାର୍ଥନା କରିଥିଲେ। ଏହାକୁ ହାଇକୋର୍ଟ ଗ୍ରହଣ କରିଥିଲେ। ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ସଚେତନ ରହିବାକୁ ଉଭୟ ଅଧିକାରୀଙ୍କୁ ହାଇକୋର୍ଟ କହିଥିଲେ। ଦୁଇ ଅଧିକାରୀଙ୍କୁ ସତର୍କ କରାଇ ହାଇକୋର୍ଟ ବ୍ୟକ୍ତିଗତ ହାଜିରାରୁ ମୁକ୍ତ କରିଥିଲେ। ହାଇକୋର୍ଟ ବିଶ୍ବଜିତ ନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ।
[ad_2]