ଦେଶ ବିଦେଶ

ଚନ୍ଦ୍ରରେ ଜାପାନୀ ମହାକାଶଯାନର ସଫଳ ଅବତରଣ – bajravana

[ad_1]

ନୂଆଦିଲ୍ଲୀ, ୨୦/୧ : ଜାପାନ ଚନ୍ଦ୍ରରେ ସଫଳ ଅବତରଣ କରିଛି । ଆମେରିକା, ପୂର୍ବତନ ସୋଭିଏତ ସଂଘ, ଚୀନ୍‌ ଓ ଭାରତ ପରେ ଜାପାନ ଚନ୍ଦ୍ର ଅବତରଣରେ ବିଶ୍ୱର ପଞ୍ଚମ ଦେଶ ପାଲଟିଛି । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ ଅନୁଭୂତି ହାସଲରେ ଭାରତ ପରେ ଜାପାନ ବିଶ୍ୱର ଦ୍ୱିତୀୟ ଦେଶ ପାଲଟିଛି।

ଜାପାନର ଏହି ଚନ୍ଦ୍ର ଅଭିଯାନ ୭ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିଲା। ଏକ ଏଚ-୨ ରକେଟ୍ ତନେଗାସୀମା ମହାକାଶ କେନ୍ଦ୍ରରୁ ମୁନ୍‌ ସ୍ନାଇପର ନାମକ ଚନ୍ଦ୍ରଯାନକୁ ନେଇ ମହାକାଶ ଯାତ୍ରା କରିଥିଲା। ମୁନ ସ୍ନାଇପର ଗତ ୨୫ ଡିସେମ୍ବର ୨୦୨୩ରେ ସଫଳତାର ସହ ଚନ୍ଦ୍ରର କକ୍ଷ ପଥକୁ ପହଞ୍ଚିବା ପରେ ଅବତରଣ ନିମନ୍ତେ ଚନ୍ଦ୍ରର ପ୍ରଦିକ୍ଷଣ କରିଥିଲା।

ଶୁକ୍ରବାର ଭାରତୀୟ ସମୟ ରାତି ୮ଟା ୫୦ ମିନିଟ୍‌ରେ ପିନ୍‌ ପଏଣ୍ଟ ଲ୍ୟାଣ୍ଡିଂ ଟେକ୍ନୋଲଜି ବ୍ୟବହାର କରି ଚନ୍ଦ୍ର ଭୂ-ମଧ୍ୟ ରେଖାର ଠିକ୍ ଦକ୍ଷିଣରେ ଏକ କ୍ରେଟରର ଢାଲୁରେ ଅବତରଣ କରିଛି। ଅର୍ଥାତ ଲ୍ୟାଣ୍ଡିଂ ଚିହ୍ନିତ ୧୦୦ ମିଟର ଭିତରେ ହୋଇଛି। ଏପରି ଲ୍ୟାଣ୍ଡିଂ ଅଭିଜ୍ଞତା ଯୋଗୁ ଆଗାମୀ ଅନ୍ତର୍ଜାତୀୟ ମିସନ ‘ଆର୍ଟେମିସ’ କୁ ସହାୟତା ମିଳିବ ବୋଲି ଜାକ୍ସାଙ୍କ ‘ସ୍ଲିମ୍’ ପ୍ରୋଜେକ୍ଟ ମ୍ୟାନେଜର ଶିନିଚିରୋ ସକାଇ ଆଶାବ୍ୟକ୍ତ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button