ଦେଶ ବିଦେଶ

ହ୍ବାଟ୍ସଆପରେ ଆସିଲା ଗୁଗଲ ଭଳି ଖାସ୍ ଫିଚର, କୋଟି କୋଟି ୟୁଜର୍ସଙ୍କ କାମ ହେବ ସହଜ

ଗୁଗଲ୍ ରେ ଥିବା ସର୍ଚ୍ଚ ଇଞ୍ଜିନ୍ ଭଳି ହ୍ବାଟ୍ସଆପରେ ଏକ ଖାସ୍ ଫିଚର ଆସିବ । ଏହି ଫିଚର ବର୍ତ୍ତମାନ ମେଟାର ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ପାଇଁ ପରୀକ୍ଷା କରାଯାଉଛି । ଏହି ଫିଚରରେ ୟୁଜର୍ସମାନେ ଇମେଜକୁ ଆପରେ ଖୋଜିବା ପାଇଁ ଅନୁମତି ପାଇବେ । ମେସେଜିଂ ପ୍ଲାଟଫର୍ମରେ ନକଲି ପୋଷ୍ଟଗୁଡିକର ସେୟାର ବନ୍ଦ ପାଇଁ ହ୍ବାଟ୍ସଆପର ଏହି ଫିଚର ଖାସ୍ ଭାବେ ଡିଜାଇନ୍ କରାଯାଇଛି ।

ବର୍ତ୍ତମାନ ନକଲି ପୋଷ୍ଟଗୁଡିକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶୀଘ୍ର ସେୟାର ହେଉଛି । ଏସବୁକୁ ବନ୍ଦ କରିବା ପାଇଁ ହ୍ବାଟ୍ସଆପ୍ ଏଭଳି ଫିଚର ଉପରେ କାମ କରୁଛି ।

ହ୍ବାଟସ୍ ଆପର ଏହି ଇମେଜ୍ ଲୁକ୍ଅପ୍ ଫିଚର ହ୍ବାଟ୍ସଆପର ବିଟା ଭର୍ସନ ୨.୨୪.୨୩.୧୩ ଅପଡେଟ୍ ଦ୍ବାରା ରୋଲ ଆଉଟ କରାଯାଇଛି । ରିପୋର୍ଟ ଅନୁଯାୟୀ ୟୁଜର୍ସମାନେ ମେସେଜରେ ରିସିଭ୍ କରୁଥିବା ଇମେଜ୍ଗୁଡ଼ିକ ଉପରେ ଏକ ଲୁକ୍ଅପ୍ ଆଇକନ୍ ପାଇବେ, ଯାହା ଦ୍ବାରା ସେମାନେ ୱେବରେ ସର୍ଚ୍ଚ କରି ଇମେଜ୍ କୁ ଯାଞ୍ଚ କରିପାରିବେ । ଏହି ଫିଚର ଗୁଗଲର ରିଭର୍ସ ଇମେଜ୍ ସର୍ଚ୍ଚ ଲୁକ୍ ଅପ୍ ଟୁଲ୍ ପରି କାମ କରିବ । କେବଳ ଏତିକି ନୁହେଁ ୟୁଜର୍ସମାନେ ଇମେଜ୍ ପଠାଇବା ପୂର୍ବରୁ ମଧ୍ୟ ସେ ଏହାକୁ ୱେବରେ ସର୍ଚ୍ଚ କରିବାର ଅପ୍ସନ ପାଇବେ ।

ଆଣ୍ଡ୍ରଏଡରେ ବିଟା ୟୁଜର୍ସମାନେ ଲାଟେଷ୍ଟ ଅପଡେଟ୍ ଡାଉନଲୋଡ୍ କରିବା ପରେ ଆପ୍ ଓପନ୍ କରିବେ । ଏହା ପରେ ଇମେଜ୍ ସିଲେକ୍ଟ କରିବା ପରେ ତିନୋଟି ଡଟ୍ ଉପରେ ଟ୍ୟାପ୍ କରନ୍ତୁ, ଯାହା ପରେ ସେମାନେ ୱେବରେ ଇମେଜ୍ ସର୍ଚ୍ଚ କରିବା ପାଇଁ ଅପ୍ସନ ପାଇବେ । ଆଗାମୀ ସମୟରେ ହ୍ବାଟ୍ସଆପର ଏହି ରିଭର୍ସ ଇମେଜ୍ ଲୁକ୍ ଅପ୍ ଟୁଲ୍ ଗୁଜବ ଖବରକୁ ବନ୍ଦ କରିବାରେ ଏକ ଶକ୍ତିଶାଳୀ ଅସ୍ତ୍ର ଭାବରେ କାମ କରିପାରିବ ।

ହ୍ବାଟ୍ସଆପର ଅନ୍ୟାନ୍ୟ ଖବର ବିଷୟରେ କହିବାକୁ ଗଲେ, ନିକଟରେ ମେଟାର ଏହି ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ପାଇଁ କଷ୍ଟମ୍ ଲିଷ୍ଟ ଫିଚର ଜାରି କରାଯାଇଛି । ଏହି ଫିଚର ଦ୍ବାରା ୟୁଜର୍ସମାନେ ସେମାନଙ୍କର ପ୍ରିୟ କଣ୍ଟାକ୍ଟସ୍ ଏବଂ ଗ୍ରୁପର ଏକ ଲିଷ୍ଟ ପ୍ରସ୍ତୁତ କରିପାରିବେ । ହ୍ବାଟ୍ସଆପର ଏହି ଫିଚର ସମସ୍ତ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜରଙ୍କ ପାଇଁ ରୋଲଆଉଟ କରାଯାଉଛି । ଏହି ଫିଚର ଦ୍ବାରା ୟୁଜରମାନେ ସେମାନଙ୍କର ପ୍ରିୟ ଚାଟ୍ ଗୁଡ଼ିକୁ ଗୋଟିଏ ସ୍ଥାନରେ ରଖିବାରେ ସକ୍ଷମ ହେବେ ଯାହା ଦ୍ବାରା ସେମାନଙ୍କୁ ମେସେଜ୍ ଖୋଜିବାରେ କୌଣସି ଅସୁବିଧା ହେବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button