ଓଡିଶା

ବନ୍ଧା ହେବେ ଅଫିସର, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର : କନ୍ଧମାଳରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ସାରା ରାଜ୍ୟକୁ ଆଲୋଡିତ କରିଛି । ଯାହାକୁ ନେଇ ବିରୋଧୀ ଏବେ ସରକାରଙ୍କୁ ଘେରିଛନ୍ତି । ଏହି ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତର ସହ ଗ୍ରହଣ କରିବା ସହ ଆରଡ଼ିସିସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟଯେ, ଅକ୍ଟୋବର ୩୦ରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ପକ୍ଷରୁ ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା ।

ରିପୋର୍ଟରୁ ଜଣାପଡିଛି ଆକ୍ରାନ୍ତ ଓ ମୃତବ୍ୟକ୍ତି ମାନେ ତାଙ୍କର ନିୟମିତ ଖାଦ୍ୟ ଅଭ୍ୟାସ ଭାବରେ ପଖାଳ ଓ ଆମ୍ବ ଟାକୁଆ ଜାଉ ଖାଇଥିଲେ । ଫୁଡ ପଏଜନିଙ୍ଗ କାରଣରୁ ସେମାନେ ଅସୁସ୍ଥ ହୋଇପଡିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨ ଜଣ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଆକ୍ରାନ୍ତ ପରିବାର ସମେତ ଏହି ଗ୍ରାମର ସମସ୍ତ ୬୯ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଚାଉଳ ପାଉଛନ୍ତି । ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୃତକଙ୍କ ପରିବାର ସହିତ ଗାଁର ସମସ୍ତେ ଚାଉଳ ପାଇଛନ୍ତି । ସେମାନେ ସେପ୍ଟେମ୍ବରରେ ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ମାସ ପାଇଁ ସରକାରଙ୍କ ପ୍ରଦତ୍ତ ଚାଉଳ ଉଠାଣ କରି ନେଇଥିଲେ ବୋଲି ଜଣାଯାଇଛି । ଏହାବ୍ୟତୀତ ଆକ୍ରାନ୍ତ ପରିବାରଙ୍କୁ ମଧ୍ୟ ପୂର୍ବରୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଥିଲା ।

ତେବେ ବିଜେଡ଼ି ଓ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ରାସନ୍‌ ଚାଉଳ ମିଳିନଥିଲା । ଯେଉଁଥିପାଇଁ ସେମାନେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିଲେ । ବିରୋଧୀ ଏଭଳି ଅଭିଯୋଗ କରିବା ସହ ରାଜନୀତି ଆରମ୍ଭ କରିଦେଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଆରଡ଼ିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button