ଖାଲି ପେଟରେ ପିଅନ୍ତୁ ହଳଦୀ ପାଣି, ସ୍ବାସ୍ଥ୍ୟ ପାଇଁ ଲାଭକାରୀ
ହଳଦୀ ପକାଇ ରୋଷେଇ କଲେ ଖାଦ୍ୟର ରଙ୍ଗ ସୁନ୍ଦର ହୋଇଯାଏ । ବର୍ଷ ବର୍ଷ ଧରି ଲୋକମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ପାଇଁ ହଳଦୀ ବ୍ୟବହାର କରୁଛନ୍ତି । ହଳଦୀରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି । ହଳଦୀରେ ଥିବା ଏହି ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଶରୀରର ଅନେକ ରୋଗକୁ ଦୂର କରିଥାଏ ।
ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ବ୍ୟତୀତ ହଳଦୀ ମଧ୍ୟ ଏକ ଆଣ୍ଟିଅକ୍ସିଡାଣ୍ଟ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏପରି ପରିସ୍ଥିତିରେ ସକାଳେ ଖାଲି ପେଟରେ ହଳଦୀ ପାଣି ପିଇବା ଦ୍ୱାରା ଆପଣ ଏକ ସୁସ୍ଥ ଶରୀର ପାଇପାରିବେ ଏବଂ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ସକାଳେ ହଳଦୀ ପାଣି ପିଇଲେ ଆପଣଙ୍କୁ କଣ ଲାଭ ମିଳିବ ।
ହଳଦୀ ପାଣି ପିଇବା ଦ୍ୱାରା କେଉଁ ଉପକାର ମିଳିଥାଏ :
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଲୋକମାନେ ହଳଦୀ ବ୍ୟବହାର କରିଥାନ୍ତି । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ଥାଏ ଯାହା ଶରୀରକୁ ଫ୍ରି ରେଡିକାଲ୍ସ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏଥି ସହ ହଳଦୀ ପାଣି ନିୟମିତ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଯାହା ସଂକ୍ରମଣ ସହ ଲଢ଼ିବାରେ ଏବଂ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ହଳଦୀ ପାଣି ନିୟମିତ ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ, ଗ୍ୟାସ କମିଯାଏ । ଏଥିରେ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।
ଖାଲି ପେଟରେ ନିୟମିତ ହଳଦୀ ପାଣି ପିଇବା ଦ୍ୱାରା ରକ୍ତରେ ସୁଗାର ଲେଭଲ୍ କଣ୍ଟ୍ରୋଲ ହୋଇଥାଏ ଯାହା ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ ହୋଇପାରେ । ହଳଦୀରେ କର୍କ୍ୟୁମିନ୍ ନାମକ ଏକ କମ୍ପାଉଣ୍ଡ ଥାଏ, ଯାହାର ଶକ୍ତିଶାଳୀ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି । ହଳଦୀ ପାଣି ନିୟମିତ ପିଇବା ଦ୍ୱାରା ଶରୀରରେ ହେଉଥିବା ଯନ୍ତ୍ରଣା କମିଯାଏ, ଯାହା ପୁରୁଣା ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ । ହଳଦୀ ପାଣି ନିୟମିତ ପିଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ । ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ହଳଦୀ ପାଣି ପିଇବା ଏକ ଭଲ ଉପାୟ ।