ଓଡିଶା

ମାଉସୀଲୋ ତୋ ପିଣ୍ଢାରେ ଟିକେ ଜାଗାଦେ ତାପରେ…………..

ଯାଜପୁର- ସରକାରୀ ନିୟମ ଅନୁସାରେ ସରକାରୀ ଘର ତିଆରି ପାଇଁ ମଧ୍ୟ କିଛି ନିୟମ କାନୁନ୍ ରହିଛି । ଏପରିକି ଗୋଚର ଜମିରେ ସରକାରୀ ଅନୁଷ୍ଠାନ ହୋଇ ପାରୁନାହିଁ । ସ୍ଥାବର ଅସ୍ଥାବର ଅନାବାଦୀରେ ସରକାରୀ ପ୍ରକଳ୍ପ ତିଆରି ହୋଇଛି । ଠିକ ସେତିକି ବେଳେ ରସୁଲପୁର ବ୍ଲକର ନରସିଂହପୁର ଗ୍ରାମପଞ୍ଚାୟତ ହରିପୁର ଗ୍ରାମର ୱାର୍ଡ ନଂ-୧୫ରେ ଏମିତି ଏକ ଅଭାବନୀୟ ଘଟଣା ଘଟିବାକୁ ଯାଇଛି । ଏହାକୁ ବ୍ଲକ ପ୍ରଶାସନ କାହା ଚାପରେ କେଜାଣି ପ୍ରଶୟ ଦେଇ ନିଜର ଦୋଷକୁ ଅନ୍ୟବାଟରେ ଲୁଚାଇବାକୁ ଚାହୁଁଛନ୍ତି । ଘଟଣା ଟି ଏହିପରି, ହରିପୁର ଗ୍ରାମର ସୀତାରାମ ମହାନ୍ତି, ଗୌରୀଶ୍ୟାମ ମହାନ୍ତି, ରମାନାଥ ମହାନ୍ତିଙ୍କ ନାମରେ ରହିଥିବା ସ୍ଥାବର ସମ୍ପତିରେ ପୂର୍ବରୁ ଯାଜପୁର ଥାନା ଅନ୍ତର୍ଗତ ବଡଶୁଆର ଗ୍ରାମରୁ ଆସି ରହିଥିବା ରବିନ୍ଦ୍ର ବେହେରା, ରଘୁନାଥ ବେହେରା ଓ ଭୂତି ବେହେରା(ପାତ୍ର) କାଳକ୍ରମେ ସୀତାରାମଙ୍କ ବାପା ନାମରେ ନକଲି କବିଲା କରି ସେ ସମ୍ପତି ଆମର ବୋଲି ଦାବି କରିଛନ୍ତି । ଏଠାରେ ପ୍ରକାଶ କରାଯାଇ ପାରେ କି ଉପରୋକ୍ତ ବ୍ୟକ୍ତି ଏକ ନକଲି କବିଲା ଦର୍ଶାଉଥିବା ବେଳେ, ସୀତାରାମ ମହାନ୍ତି, ଗୌରୀଶ୍ୟାମ ମହାନ୍ତି, ରମାନାଥ ମହାନ୍ତି, ପିତା ସ୍ୱର୍ଗତ ବିଦ୍ୟାଧର ମହାନ୍ତିଙ୍କ ନାମରେ ପୁନଶ୍ଚ ପଟ୍ଟା ଆସିଛି । ନିଜ ନାମରେ କବଲାକୁ ମିଉସନ କରି ପଟ୍ଟା ବାହାର କରିବାକୁ ଆଇନ୍ ଅନୁସାରେ ଯେତେ ଚେଷ୍ଠା କରିଥିଲେ ବି ତାହା ସରକାରୀ ଧାରାରେ କାଏମ, ନହୋଇ ରଦ୍ଦ  ହୋଇ ଯାଇଛି । ଏହା ପରେ ମଧ୍ୟ ସେହି ନକଲି କବଲା ବଳରେ ସେ ପୁନଶ୍ଚ ସରକାରୀ ବାସଗୃହ ସୀତାରାମ ମହାନ୍ତି ଓ ତାଙ୍କ ଦୁଇ ଭାଇଙ୍କ ନାମରେ ଥିବା ପୁଟ ନଂ ୨୯୦୫ ଓ ୨୯୧୨ ଉପରେ ୱାର୍କଅର୍ଡ଼ର ଆଣିବାକୁ ଯୋଜନା କରିଛନ୍ତି । ଏନେଇ ସୀତାରାମ ମହାନ୍ତି ଯାଜପୁର କୋର୍ଟରେ ଷ୍ଟାଟସ୍କୋ କରିଛନ୍ତି । ତାଙ୍କ ନାମରେ ନାମିତ ନକଲି କବଲାରେ ସାଖୀ ପଡ଼ିଥିବା ରତ୍ନାକର ସିଂ ପୂର୍ବରୁ ସୀତାରାମ ମହାନ୍ତିଙ୍କ ଘରେ ରହି ମାସିକ ଦରମା ସୂତ୍ରରେ କାମ ଦାମ କରୁଥିଲେ । ଘଟଣା ରୁ ଜଣାଯାଏ ଯେ ଏହି ବେହେରା ପରିବାର ଗ୍ରାମରେ ଅନିୟମିତତା ପାଇଁ ବିତାଡିତ ହୋଇ ଆସି ରତ୍ନାକରଙ୍କ ସହେଯାଗ ଲୋଡିଥିଲେ ରତ୍ନାକର ସୀତାରାମଙ୍କ ପିତା ସ୍ୱର୍ଗତ ବିଦ୍ୟାଧର ମହାନ୍ତିଙ୍କୁ କହି ତାଙ୍କ ଘରେ ଆଶ୍ରୟ ଦେଇଥିଲେ ମାଉସୀଲୋ ତୋ ପିଣ୍ଢାରେ ଟିକେ ଜାଗା ଦେ ତାପରେ ସେ ଘର ମୋହର ଏହି କଥାପରି ବିଶ୍ୱାସ ଘାତକ କାର୍ଯ୍ୟକରି ଆଜି ମିଛ କବଲା ମାଧ୍ୟମରେ ନିଜର ଜାଗା ବୋଲି ସାବ୍ୟସ୍ତ କରିବାକୁ ହୀନ ଚକ୍ରାନ୍ତ ଚଳାଇଛି ଯେହେତୁ ଉଭୟଙ୍କ ମଧ୍ୟରେ ଏହିପରି ଦ୍ଵନ୍ଦ ଲାଗିରହିଛି, ତେଣୁ ମାନ୍ୟବର ନ୍ୟାୟାଳୟ ଏହି ଜମିରେ ଉଭୟ ପକ୍ଷ କେହି କୌଣସି ନିର୍ମାଣ କାର୍ଯ୍ୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏହି ନିର୍ଦ୍ଦେଶ ନାମାକୁ ଶ୍ରୀ ମହାନ୍ତି ବିଡିଓ ସବ ଲେକ୍ଟରଙ୍କୁ ଦେଇଛନ୍ତି ତାହାର ଦୃଢ ପ୍ରତିବାଦ କରିଛନ୍ତି ତେବେ ଏକ ଭୁଲ ରେକର୍ଡ ଉପରେ ଘର କରିବାକୁ ଯାଉଥିବା ବେହେରା ପରିବାରକୁ, ବ୍ଲକ ପ୍ରଶାସନ ଜାଣିବା ପରେ ବି ପୁଣି ଡ୍ରାର୍କ ଅର୍ଡର କରିବାକୁ କିପରି ଯୋଜନା କରୁଛନ୍ତି, ତାହା ଏକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ଏହି କେଶକୁ ସଠିକ ଢଙ୍ଗରେ ଦେଖୁ ବିହିତ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାର ଜଣା ପଡିଛି ଏହା ପରେ ମଧ୍ୟ ବ୍ଳକ ବିଡିଓ ନିଜ ଭୁଲ ଧାରାରେ ଅଟଳ ଥିବାର ଜଣାଯାଏ ଏଭଳି ଅନିୟମିତତାକୁ ସାଧାରଣରେ ଦୃଢ ନିନ୍ଦା କରାଯାଉଅଛି ଏହି ୱାର୍କ ଅର୍ଡର ସିରିଏଲ କୁ କାଏମ କରାଯିବାର ଆମର କିଛି ବିରୋଧ ନାହିଁ, କିନ୍ତୁ ବେହେରା ପରିବାର ଯେଉଁ ସ୍ଥାନରେ ଘରକରିବାକୁ ଯାଇଛନ୍ତି ତାହା ତାଙ୍କ ସମ୍ପତି ନୁହେଁ ଅପରପକ୍ଷେ ଶ୍ରୀ ବେହେରା ପରିବାରର ନକଲି କବଲାରେ ଏହି ସଂପତି ବିଓଳି ଦୋଫସଲି ଥିବା ବେଳେ ତାହା ବାସ୍ତବରେ ଘରବାଡ଼ି ପଟା ବୋଲି ସୀତାରାମ ମହାନ୍ତିଙ୍କ ପଟ୍ଟାରେ ଲେଖାଯାଇଛି ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏହି କବଲା କେତେ ଅସଲି ବା କେତେ ନକଲି ହରିପୁର ମୌଜାରେ ଭୋଟ ଲିଷ୍ଟ କରି ପର ଜମିକୁ ଅନିୟମିତୟତା ଢଙ୍ଗରେ ମାଡିବସି ସେଠାରେ ଘରକରିବାର ପ୍ରୟାସକୁ ବିରୋଧ କରିବା ସହ ସେ ଅନ୍ୟତ୍ର ଜମି ଥିଲେ କିମ୍ବା ଅନ୍ୟତ୍ର ଜମି କିଣି ଘରକଲେ ଆମ୍ଭର କିଛି ବିରୋଧ ନାହିଁ ବୋଲି ଶ୍ରୀ ମହାନ୍ତି କହିବା ସହ ମାନ୍ୟବର ନ୍ୟାୟାଳୟର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନିଜର ମତ ପ୍ରକାଶ କରିଛନ୍ତି ଏପାଇଁ ସେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧାତ୍ମକ ଅବଗତି କରିଛନ୍ତି ତେବେ ଏହି ପରି ଅନିୟମିତତା କାର୍ଯ୍ୟଧାରାକୁ ବ୍ଳକ ପ୍ରଶାସନ ବନ୍ଦ ରଖବାକୁ ଅନୁରୋଧ କରିଛନ୍ତି

ବ୍ଲକ ପ୍ରଶାସକଙ୍କ ନାଁଆଗିଳା କାମ , ଭୁଲ ଜାଣିଲା ପରେ ବି ଭୁଲ କରିବାକୁ ଯାଉଛନ୍ତି – ସାଧୁ ସାବଧାନ 

କୋର୍ଟ ଘର ହୋଇପାରିବ ନାହିଁ ବୋଲି ଅର୍ଡର କରିଛି :- ପ୍ରଶାସନ କାହା ଚାପରେ ମାନିବାକୁ ରାଜିନୁହଁ ?

ଉପଜିଲ୍ଲାପାଳଙ୍କ ଘଟଣା ତନଖିବାକୁ ବିଡ଼ିଓଙ୍କୁ ନିର୍ଦେଶ :- ତଥାପି ପ୍ରଶାସକ ସ୍ଥାଣୁ

ବି ଡ଼ି ଓ ଙ୍କ କାର୍ଯ୍ୟକ୍ରମକୁ ସମାଲୋଚନାକରି ବିଭିନ୍ନ ଗଣମାଧ୍ୟମ ପୃଷ୍ଠାରେ ……….    

 

Related Articles

Leave a Reply

Your email address will not be published. Required fields are marked *

Back to top button