ଓଡିଶା

ଓଡ଼ିଶାରୁ ଅଯୋଧ୍ୟାକୁ ଚାଲିବ ‘ଆସ୍ଥା’ ଟ୍ରେନ୍ – bajravana

[ad_1]

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ରାମ ମନ୍ଦିର ଉଦଘାଟନ ପରେ ଭାରତୀୟ ରେଳ ପକ୍ଷରୁ ‘ଆସ୍ଥା’ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ମିଳିଥିବା ସୂଚନା ଅନୁଯାୟୀ, ଏହି ଟ୍ରେନ୍ ଗୁଡ଼ିକ ଦେଶର ୬୬ଟି ଭିନ୍ନ ଭିନ୍ନ ସ୍ଥାନ ସହ ଅଯୋଧ୍ୟା କୁ ସଂଯୋଗ କରିବ। ଏସବୁ ସ୍ଥାନ ମଧ୍ୟରେ ରହିଛି ଓଡ଼ିଶାର ଖୋର୍ଦ୍ଧାରୋଡ଼ ଓ ଭଦ୍ରକ । ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ, ନିଜାମୁଦ୍ଦିନ ଓ ଆନନ୍ଦ ବିହାରରୁ ସ୍ୱତନ୍ତ୍ର ଆସ୍ଥା ଟ୍ରେନ୍ ଚଳାଚଳ କରିବ। ଜାତୀୟ ରାଜଧାନୀ ବ୍ୟତୀତ ଅଗରତାଲା, ତିନସୁକିଆ, ବାରମେର, କଟ୍ରା, ଜମ୍ମୁ, ନାସିକ, ଡେରାଡୁନ, କୋଟ୍ଟାୟମ, ସିକନ୍ଦରାବାଦ, ହାଇଦ୍ରାବାଦ ଏବଂ କାଜିପେଟରୁ ମଧ୍ୟ ଟ୍ରେନ୍ ଚଳାଚଳ କରିବ।

ରାମ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତି ଟ୍ରେନରେ ୨୨ଟି ବଗି ରହିବ । ଭକ୍ତଙ୍କ ଚାହିଦା କୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଟ୍ରେନ୍ ସଂଖ୍ୟା ବୃଦ୍ଧି କରାଯିବ। ଏହି ଟ୍ରେନଗୁଡ଼ିକର ଟିକେଟ୍ ଆଇଆରଟିସିରେ ବୁକ୍ କରିହେବ । କିନ୍ତୁ ସୁରକ୍ଷା କାରଣରୁ ଏସବୁ ଟ୍ରେନର ନାମ ପାସେଞ୍ଜର ରିଜର୍ଭେସନ ସିଷ୍ଟମ (ପିଆରଏସ)ରେ ଅପଲୋଡ୍ କରାଯାଇନାହିଁ ।

ତାମିଲନାଡୁର ଚେନ୍ନାଇ, ସାଲେମ ଓ ମଦୁରାଇ ସମେତ ୯ଟି ଷ୍ଟେସନରୁ ଆସ୍ଥା ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ। ମହାରାଷ୍ଟ୍ରର ନାଗପୁର, ପୁଣେ, ମୁମ୍ବାଇ, ୱାର୍ଦ୍ଧା, ଜାଲନା ଏବଂ ନାସିକ୍ ଭଳି ମୋଟ ୭ଟି ଷ୍ଟେସନକୁ ଅଯୋଧ୍ୟାକୁ ସଂଯୋଗ କରୁଥିବା ଆସ୍ଥା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଭାରତୀୟ ରେଳବାଇ ପାଖାପାଖି ୨୦୦ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ରାମ ମନ୍ଦିର ଉଦଘାଟନ ସମାରୋହ ପରେ ୧୦୦ ଦିନ ପର୍ଯ୍ୟନ୍ତ ବିଭିନ୍ନ ସହରରୁ ଏହି ଟ୍ରେନଚଳାଚଳ କରିବ ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button