ଶିଶୁ ଉଦ୍ୟାନକୁ ଭୁଲିଗଲେ, ନୂଆ ପାର୍କ ନିର୍ମାଣରେ ବ୍ୟସ୍ତ ଏନ୍ଏସି କର୍ତ୍ତୃପକ୍ଷ – bajravana
[ad_1]
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରେ ଥିବା ପାର୍କକୁ ନଜର ନଦେଇ ନୂଆ ନୂଆ ପାର୍କ ନିର୍ମାଣରେ ବ୍ୟସ୍ତ ଏନ୍ଏସି କର୍ତ୍ତୃପକ୍ଷ। ତଦାରଖ ଏବଂ ମରାମତି ଅଭାବରୁ ନଷ୍ଟ ହେବାକୁ ବସିଲାଣି ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ। ସ୍ଥାନୀୟ ଏନ୍ଏସି ଅନ୍ତର୍ଗତ୮ନଂ ୱାର୍ଡର ଗୋଲାସାହି ଠାରେ ୧୦ବର୍ଷ ତଳେ ପିଲାଙ୍କ ମନରଞ୍ଜନ ଏବଂ ଖେଳକୁଦ ପାଇଁ ଏକ ଶିଶୁ ଉଦ୍ୟାନ ଏନଏସି ପକ୍ଷରୁ ପ୍ରତିଷ୍ଠା କରାଯାଇଥିଲା। ଏକ ମାତ୍ର ଶିଶୁ ଉଦ୍ୟାନରେ ପ୍ରତ୍ୟକ ଦିନ ପିଲାଙ୍କ ଭିଡ଼ ଜମିବାରେ ଲାଗୁଥିଲା। ହେଲେ ଏହାର ତଦାରଖ ଅଭାବରୁ ଏବଂ ମରାମତି ଅଭାବରୁ ଏହା ନଷ୍ଟ ହେବାକୁ ବସିଲାଣି। ପାର୍କ ଭିତର ବହୁ ସାମଗ୍ରୀ ମରାମତି ଅଭାବରୁ ନଷ୍ଟ ହୋଇଗଲାଣି। ଏଥିପ୍ରତି କାହାର ନଜର ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଏନ୍ଏସି ପକ୍ଷରୁ ନୂଆ ନୂଆ ପାର୍କ ବିଭିନ୍ନ ୱାର୍ଡରେ ନିର୍ମାଣ ହେଉଛି ଲକ୍ଷାଧିକ ଟଙ୍କା ବ୍ୟୟରେ ଥିବା ପାର୍କର ତଦାରଖ କରିବାରେ ବିଫଳ ଏନ୍ଏସି କର୍ତ୍ତୃପକ୍ଷ ନୂଆ ପାର୍କ ନିର୍ମାଣ କରି ପୁରୁଣା କୁ ଭୁଲିଯିବା କେତେ ଠିକ? ତୁରନ୍ତ ବିଜୁ ପଟ୍ଟନାୟକ ଶୁଶୁ ଉଦ୍ୟାନର ପୁନରୁଦ୍ଧାର କରିବାକୁ ସାଧାରଣ ରେ ଦାବି ହୋଇଛି।
[ad_2]