ଓଡିଶା

ଆଣ୍ଠେଇଛି ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପ: ବଢ଼ିଲା ତାତି, ଗ୍ରାମାଞ୍ଚଳରେ ବଢ଼ିଲା ପାଣି ଚିନ୍ତା – bajravana

[ad_1]

ରାଉରକେଲା: ଗ୍ରାମାଞ୍ଚଳବାସିନ୍ଦାଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ ପୂରଣ ହେଉନି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଆଣ୍ଠେଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସରୁନି। କେଉଁଠି ୫୦ ତ ଅନ୍ୟ କେଉଁଠି ମାତ୍ର ୬୦% କାମ ସରିଛି। ଯେମିତି କାମ ଚାଲିଛି, ଚଳିତ ଗ୍ରୀଷ୍ମ ଋତୁରେ ଗ୍ରାମବାସୀ ପାଣି ପାଇବେ କି ନାହିଁ, କହିବା ମୁସ୍କିଲ। ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାର ଅବହେଳା ଯୋଗୁ ପ୍ରକଳ୍ପ ଆଗେଇ ପାରୁନି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ପାନୀୟ ଜଳ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏଭଳି ଖାମଖିଆଲିଭାବ ଓ ନିଷ୍ଠାହୀନତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଉଛି। ଭୋଲ୍‌ଟାସ୍‌ ତା’ ଦାୟିତ୍ବରେ ଥିବା ୫ଟି ବ୍ଲକରେ ଗତ ୨୦୨୦ ମାର୍ଚ୍ଚ ୧୯ରୁ କାମ ଆରମ୍ଭ କରିଥିଲା। କାମ ଗତ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଅର୍ଥାତ୍‌ ୨ ବର୍ଷରେ ଶେଷ କରିବା ଚୁକ୍ତି ହୋଇଥିଲା। ସେମିତି ଜେଏମ୍‌ସି ଗତ ୨୦୨୧ ଅଗଷ୍ଟ ୩୧ରେ ପ୍ରକଳ୍ପ କାମ ଆରମ୍ଭ କରିଥିଲା।

ଆସନ୍ତା ୨୦୨୩ ଅଗଷ୍ଟ ୩୦ ସୁଦ୍ଧା ସରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ହେଲେ ଦୁଇଟି ସଂସ୍ଥା ଆଜି ଯାଏ କାମ ସାରିପାରି ନାହାନ୍ତି। କୁଆରମୁଣ୍ଡା, ନୂଆଗାଁ, ଲହୁଣିଡା, କୋଇଡା ଓ ଗୁରୁଣ୍ଡିଆରେ ଭୋଲ୍‌ଟାସ୍‌ ୱାଟର୍ ସଲ୍ୟୁସନ୍‌ସ ପ୍ରା.ଲି. ଏବଂ ବିଶ୍ରା, ବଣାଇ, ଲାଠିକଟା ଓ ଲହୁଣିପଡାରେ ଜେଏମ୍‌ସି ପ୍ରଜେକ୍ଟ ଇଣ୍ଡିଆ ପ୍ରା.ଲି. ସଂସ୍ଥା ମେଗା ଜଳ ପ୍ରକଳ୍ପର ଠିକା ପାଇଛନ୍ତି।୯ଟି ବ୍ଲକ୍‌ରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପ୍ରାୟ ୧ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ପଟରେ ଥିବା କେବଳ ଏହି ୯ଟି ବ୍ଲକରେ ନୁହେଁ, ସୁନ୍ଦରଗଡ଼ ପଟେ ଥିବା ବାକି ୮ଟି ବ୍ଲକରେ ମଧ୍ୟ ସେହି ସମାନ ସ୍ଥିତି। ଦାୟିତ୍ବ ନେଇଥିବା ଠିକାସଂସ୍ଥା ଏତେ ଆରାମରେ କାମ କରୁଛନ୍ତି ଯେ କେବଳ ତଦାରଖ ଦାୟିତ୍ବରେ ଥିବା ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପରିମଳ ଯୋଜନା ବାଭାଗର ଅଧିକାରୀମାନଙ୍କ ପାରିବାପଣିଆ ଉପରେ ନୁହେଁ, ଏ ଯୋଜନା ଆରମ୍ଭ କରିଥିବା ରାଜ୍ୟ ସରକାରଙ୍କ ନିଷ୍ଠା ମଧ୍ୟ ପ୍ରଶ୍ନର ଘେରକୁ ଚାଲି ଆସିଛି।

ଉଲ୍ଲେଖଯୋଗ୍ୟ, ଭୋଲ୍‌ଟାସ୍‌ ଦ୍ବାରା ତିଆରି ହେଉଥିବା ପ୍ରକଳ୍ପ ଦ୍ବାରା କୁଆରମୁଣ୍ଡାର ୧୮ ପଞ୍ଚାୟତର ୧୦୧ ଗାଁ, ନୂଆଗାଁ ବ୍ଲକର ୨୦ଟି ପଞ୍ଚାୟତର ୧୧୭ଟି ଗାଁ, ବିଶ୍ରା ଗୋଟିଏ ପଞ୍ଚାୟତର ୪ଟି ଗାଁ, ଲହୁଣିପଡାର ୭ଟି ପଞ୍ଚାୟତର ୧୦୧ ଟି ଗାଁ, ଲାଠିକଟାର ୨ଟି ପଞ୍ଚାୟତର ୮ଟି ଗାଁ, ଗୁରୁଣ୍ଡିଆର ୧୩ଟି ପଞ୍ଚାୟତର ୧୪୧ଟି ଗାଁ, କୋଇଡାର ୭ଟି ପଞ୍ଚାୟତର ୩୮ଟି ଗାଁର ଲୋକେ ପାନୀୟ ଜଳ ପାଇବେ। ଅନୁରୂପ ଭାବେ ଜେଏମ୍‌ସି ତିଆରି ମେଗା ପ୍ରକଳ୍ପରୁ ବିଶ୍ରା ୧୨ଟି ପଞ୍ଚାୟତର ୬୫ଟି ଗାଁ, ଲହୁଣିପଡାର ୭ଟି ପଞ୍ଚାୟତରୁ ୭୦ଟି ଗାଁ, ଲାଠିକଟାର ୧୭ଟି ପଞ୍ଚାୟତରୁ ୭୮ ଗାଁ, ବଣାଇର ୧୩ଟି ପଞ୍ଚାୟତର ୧୦୪ଟି ଗାଁ ଉପକୃତ ହେବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button