ଓଡିଶା

ଡ୍ରାଇଭର ଆନ୍ଦୋଳନର ପ୍ରଭାବ: ମାଲକାନଗିରିରେ ବାଇକ୍‌କୁ ୨୦୦, କାର୍‌କୁ ୧୦୦୦ ଟଙ୍କାର ମିଳୁଛି ତେଲ – bajravana

[ad_1]

ମାଲକାନଗିରି: ଓଡ଼ିଶାରେ ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ ନେଇ ଶନିବାର ସନ୍ଧ୍ୟାରେ ନିଷ୍ପତ୍ତି ହୋଇଥିବା ବେଳେ ମାଲକାନଗିରି ସହରରେ ପେଟ୍ରୋଲ ଓ ଡିଜେଲ ସମସ୍ୟା ଦେଖାଦେଇଛି। କେତେକ ପମ୍ପରେ ପେଟ୍ରୋଲ ଓ ଡିଜେଲ ଶେଷ ହୋଇଗଲାଣି। ପେଟ୍ରୋଲ ପମ୍ପ ବନ୍ଦ ହେବାର ଦେଖି ବଳକା ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ସହରରେ ପେଟ୍ରୋଲ ଓ ଡିଜେଲକୁ ନେଇ ସମସ୍ୟା ଦେଖା ଦେଇଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ପମ୍ପରେ ଯାଞ୍ଚ ଚାଲିଛି। ଲୋକମାନଙ୍କୁ କମ ମାତ୍ରାରେ ତେଲ ପ୍ରଦାନ ପାଇଁ କଟକଣା ଜାରି କରିଛନ୍ତି।

ସହରରେ ଥିବା ପମ୍ପଗୁଡିକରେ ତେଲ କମ ଥିବା ଯୋଗୁଁ କଟକଣା ଲାଗୁ ହୋଇଛି। ଲୋକେ ଅଧିକ ସଂଖ୍ୟାରେ ପେଟ୍ରୋଲ ନେଉଯାଉଥିବା ବେଳେ ଦୁଇ ଚକିଆକୁ ୨୦୦ ଟଙ୍କାର ଓ ୪ ଚକିଆ ଓ ବଡ ଗାଡିକୁ ୧୦୦୦ ଟଙ୍କାର ପେଟ୍ରୋଲ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁପାତରେ ସହରରେ ୩ଟି ପମ୍ପରେ ପେଟ୍ରୋଲ ବିକ୍ରି କରାଯାଉଛି। ଅଧିକା ପେଟ୍ରୋଲ ମାଗିଲେ ମଧ୍ୟ ମିଳୁନଥିବାରୁ ଲୋକେ ନିରାଶ ହୋଇ ଫେରୁଛନ୍ତି। ସେହିଭଳି ଡିଜେଲ ମଧ୍ୟ କେତେକ ସ୍ଥାନରେ କମ ରହିଥିବା ବେଳେ ତାହା ମଧ୍ୟ ଶେଷ ହୋଇଯିବାର ଆଶଙ୍କା ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button