ଅପରାଧ

ମାଲିକଙ୍କୁ ଅପହରଣ କରି ମାଲିକାଣୀଙ୍କୁ ଧମକାଇଲା: ୧୦ଲକ୍ଷର ମୁଣ୍ଡ ଜାମିନ୍‌, ମାଡ଼ ଭିଡିଓ ପଠାଇ ଡ଼ରାଇଲା – bajravana

[ad_1]

ଯାଜପୁରରୁ ୩ ଅପହର୍ତା ଗିରଫ, ସହଯୋଗୀ ଫେରାର୍‌

ଭୁବନେଶ୍ବର: ଯାହାଠୁ ଦାନା ଖାଇଲା, ତା’ ପେଟରେ ଲାତ ମାରିବାକୁ ପଛାଇଲା ନାହିଁ। ନିଜ ମାଲିକଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିଲା। ମାଲିକାଣୀଙ୍କ ପାଖକୁ ମାଲିକଙ୍କ ଲହୁଲୁହାଣ ଭିଡିଓ ପଠାଇ ୧୦ଲକ୍ଷ ଟଙ୍କା ମାଗିଲା। ତେବେ ଅପହରଣର ୨୪ଘଣ୍ଟା ନପୂରୁଣୁ କମିସନରେଟ୍‌ ପୁଲିସ କୃତଘ୍ନ ଡ୍ରାଇଭର ସମେତ ୩ ଅପହର୍ତାଙ୍କୁ ଯାଜପୁରରୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ଯାଜପୁର କୁଆଖିଆ ଅଞ୍ଚଳର ସ୍ବାଗତ ଶେଖର ସାହୁ ଓରଫ ଲକି, ଧର୍ମଶାଳା ଅରୁଆ ଅଞ୍ଚଳର ମଣ୍ଟୁ ମହାନ୍ତି ଓ ପଟିଆ ଅଞ୍ଚଳର ପ୍ରିୟବ୍ରତ ବେହେରା। ପୁଲିସ ସେମାନକୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଏକ କାର୍‌ ଓ ମାରଣାସ୍ତ୍ର ଜବତ କରିଛି। ତେବେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ସହଯୋଗୀ ଏବେ ବି ଫେରାର୍‌ ଅଛନ୍ତି। ଅନ୍ୟପଟେ ଅପହୃତ ମାଲିକ ଶଙ୍କର୍ଷଣ ସାହୁ ଓରଫ୍‌ ପିଣ୍ଟୁଙ୍କୁ ଊଦ୍ଧାର କରାଯାଇଥିବା ବେଳେ ସେ ଗୁରୁତର ଅଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ବର୍ଷେ ତଳେ ଲକି, ପିଣ୍ଟୁଙ୍କ ଓଲା କାର୍‌ର ଡ୍ରାଇଭର୍‌ ଭାବେ ଯୋଗଦେଇଥିଲା। ସେବେଠାରୁ ସେ ତାଙ୍କ କାର୍‌ ଚଳାଉଥିଲା। କିଛିଦିନ ତଳେ ପିଣ୍ଟୁ ଜମି କିଣିବାର ଯୋଜନା ନେଇ ନିଜ ପରିବାର ସହ ହୋଇଥିବା କଥାବାର୍ତ୍ତା ଲକି କାନରେ ପଡ଼ିଥିଲା। ଜମି କିଣିବା ପାଇଁ ମାଲିକ ଟଙ୍କା ଘରେ ରଖିଥିବା ଜାଣିବା ପରେ ଲକି ଟଙ୍କା ହଡ଼ପ ପାଇଁ ଯୋଜନା କରିଥିଲା। ଏଥିପାଇଁ ସେ ଓ ତା’ର ସହଯୋଗୀ ମିଶି ଅପହରଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ, ଗୁରୁବାର ରାତି ପାଖାପାଖି ୮ଟା ସମୟରେ ପିଣ୍ଟୁ ପାତ୍ରପଡ଼ା କ୍ରିଷ୍ଣା ବିହାର ନିକଟରେ କୁକୁର ଧରି ବୁଲୁଥିବା ସମୟରେ ୫ଜଣ ଯୁବକ ଏକ କାର୍‌ରେ ଆସି ତାଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ତାଙ୍କୁ ବଳପୂର୍ବକ କାର୍‌ରେ ଭର୍ତ୍ତି କରି ସେଠାରୁ ନେଇଯାଇଥିଲେ। ଏହାପରେ ଏକ ଗୋପନ ସ୍ଥାନକୁ ନେଇ ସେଠାରେ ପିଣ୍ଟୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଆଉ ତାଙ୍କ ପତ୍ନୀଙ୍କୁ ଫୋନ୍‌ କରି ୧୦ ଲକ୍ଷ ଟଙ୍କା ମାଗିଥିଲେ। ଏମିତିକି ମାରିବା ସମୟର ଲାଇଭ୍‌ ଭିଡିଓ ମଧ୍ୟ ତାଙ୍କୁ ଦେଖାଇ ଧମକାଇଥିଲେ।

ଟଙ୍କା ନଦେଲେ ପିଣ୍ଟୁଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଭୟରେ ତାଙ୍କ ପତ୍ନୀ ପ୍ରଥମେ ୨ଲକ୍ଷ ଟଙ୍କା ପଠାଇଥିଲେ। ସେ ତା’ପରେ ଆଉ ଟଙ୍କା ପଠାଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଟଙ୍କା ପଠାଇବା ପରେ ସେ ତୁରନ୍ତ ଖଣ୍ଡଗିରି ଥାନାକୁ ଯାଇ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ଖବର ପାଇବା ମାତ୍ରେ ଖଣ୍ଡଗିରି ଥାନା ପୁଲିସ ଓ ସ୍ପେଶାଲ୍‌ ସ୍କ୍ବାର୍ଡ ପୁଲିସର ଦୁଇଟି ଟିମ୍‌ ଅପହର୍ତାଙ୍କୁ ଧରିବା ପାଇଁ ଲାଗି ପଡ଼ିଥିଲେ। ରାତାରାତି ୨ଟି ପୁଲିସ ଟିମ୍‌ ସେମାନଙ୍କ ଲୋକେସନ୍‌ ଟ୍ରାକିଂରେ ସଫଳ ହେବାପରେ ଯାଜପୁର ଅରୁଆରେ ପହଞ୍ଚି ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ପିଣ୍ଟୁଙ୍କୁ ଛାଡ଼ି କିଏ ବିଲରେ ପଶିଗଲା ତ କିଏ ନାଳକୁ ଡ଼େଇଁ ପଡ଼ିଲା। ହେଲେ ପୁଲିସ ରାତିଅଧରେ ବେଶ୍ କସରତ କରି ସେମାନଙ୍କ ଭିତରୁ ୩ଜଣଙ୍କୁ କାବୁ କରିଥିଲା। ମାଡ଼ ଖାଇ ପିଣ୍ଟୁ ଗୁରୁତର ଥିବାରୁ ପ୍ରଥମେ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସମସ୍ତଙ୍କୁ ଭୁବନେଶ୍ବର ଅଣାଯାଇଥିଲା। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି। ଏଥିରେ ପରକିୟାପ୍ରୀତି ନେଇ ଏଦିଗ ଥିବା ଚର୍ଚ୍ଚା ହେଉଛି। ଆସନ୍ତା କାଲି, ଅର୍ଥାତ୍‌ ଶନିବାର ଦିନ ପୁଲିସ ପୂରା ଘଟଣାର ଗୁମର ଖୋଲିବ ବୋଲି ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button