ହତ୍ୟା ପରେ ମୃତକଙ୍କ ଚପଲ ପିନ୍ଧି ବୁଲୁଥିଲା ହତ୍ୟାକାରୀ – bajravana
[ad_1]
ଲଖନଉ: ଚପଲ ଧରାଇଦେଲା ହତ୍ୟାକାରୀ | ଚପଲ ସମାଧାନ କଲା ହତ୍ୟା ରହସ୍ୟ | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଉତ୍ତରପ୍ରଦେଶର କୌସମ୍ବିରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଏହି ଅଂଚଳର ମୋହନଲାଲଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ତାଙ୍କ ଚପଲ ପିନ୍ଧି ବୁଲୁଥିଲେ। ଏହା ଦେଖି ଆଖପାଖର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କିଛି ଲୋକ ତାଙ୍କ ଉପରେ ସନ୍ଦେହ ମଧ୍ୟ କଲେ | ଏହା ପରେ ଯେତେବେଳେ ପୁଲିସ ତାଙ୍କୁ ପଚରାଉଚରା କଲା ସେ ନିଜ ଅପରାଧ ସ୍ୱୀକାର କରିଥିଲେ। ମୋହନଲାଲଙ୍କ ହତ୍ୟାରେ ତିନି ଜଣ ସମ୍ପୃକ୍ତ ଥିଲେ। ମୋହନଲାଲଙ୍କୁ ତିନି ଜଣ କୁରାଢ଼ୀରେ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିଲେ । ୨୦ ସେପ୍ଟେମ୍ବରର ଏହି ଘଟଣା ପରେ ଅଭିଯୁକ୍ତମାନେ ଅନୁଭବ କରିଥିଲେ ଯେ ସେମାନଙ୍କୁ ଆଉ କେହି ଧରିପାରିବେ ନାହିଁ।
ମୋହନଲାଲଙ୍କ ପିତା କହିଛନ୍ତି ଯେ ସେପ୍ଟେମ୍ବର ୨୦ରେ ସେ କାଠ ସଂଗ୍ରହ କରିବା ପାଇଁ ଘରୁ ବାହାରିଥିଲେ। ପରଦିନ କେନାଲ ନିକଟରେ ତାଙ୍କ ମୃତଦେହ ମିଳିବା ଖବର ମିଳିଥିଲା। ଏନେଇ ଖବର ପାଇବା ପରେ ପୁଲିସ ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରିଥିଲା କିନ୍ତୁ ହତ୍ୟାକାଣ୍ଡର କୌଣସି ଠୋସ୍ ସୂଚନା ମିଳିପାରି ନଥିଲା । ଏହି ସମୟରେ, ମୋହନଲାଲଙ୍କ ଚପଲ ପିନ୍ଧିଥିବାର ଦେଖି ଗ୍ରାମବାସୀ ଅଭିଯୁକ୍ତ ଇସଲାମ ଉପରେ ସନ୍ଦେହ ପ୍ରକଟ କରିଥିଲେ। ଏହା ପରେ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ | ପୁଲିସ ଯେତେବେଳେ ପଚରାଉଚରା କଲା ସେତେବେଳେ ଇସଲାମ ହତ୍ୟା କରିଥିବାର ସ୍ୱୀକାର କରିଥିଲା | ଅଭିଯୁକ୍ତ ଜଣକ କହିଛନ୍ତି ଯେ ତାଙ୍କର ଦୁଇ ସହଯୋଗୀଙ୍କ ସହ ମିଶି ସେ ମୋହନଲାଲଙ୍କୁ ହତ୍ୟା କରି ଶବକୁ କେନାଲରେ ଫିଙ୍ଗି ଦେଇଥିଲେ ।
[ad_2]