ମୃତଦେହ ସହିତ ଯୌନ ସଂପର୍କ ରଖିବା ଜଘନ୍ୟ ଅପରାଧ କିନ୍ତୁ ଦୁଷ୍କର୍ମ ନୁହେଁ : ଛତିଶଗଡ ହାଇକୋର୍ଟ
ମୃତଦେହ ସହିତ ଯୌନ ସମ୍ବନ୍ଧ କରିବା ମାମଲାରେ ଶୁଣାଣି କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ଛତିଶଗଡ଼ ହାଇକୋର୍ଟ । ଛତିଶଗଡ ହାଇକୋର୍ଟ ଏକ ଶୁଣାଣିରେ କହିଛନ୍ତି, କୌଣସି ମୃତଦେହ ସହିତ ଯୌନ ସଂପର୍କ ସ୍ଥାପନ କରିବା ଜଘନ୍ୟ ଅପରାଧ ହେଲେ ଏହା କୌଣସି ଦୁଷ୍କର୍ମ କିମ୍ବା ଆଇପିସି ଧାରା ୩୭୬ କିମ୍ବା ପୋକସୋ ଆକ୍ଟ ଅଧିନରେ ଆସୁନାହିଁ । ଏହା ସହିତ କୋର୍ଟ ନାବାଳିକା ମୃତଦେହ ସହିତ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ପୋକସୋ ଆକ୍ଟ ଅଧିନରେ ଦଣ୍ଡ ନ ଶୁଣାଇବାକୁ ନିଷ୍ପତ୍ତି ଶୁଣାଇଛନ୍ତି ।
ବାର୍ ଆଣ୍ଡ ବେଞ୍ଚର ରିପୋର୍ଟ ମୁତାବକ, ଏହି ଘଟଣା ୨୦୧୮ରେ ଛତିଶଗଡର ଗାରିୟାବନ୍ଧ ଜିଲ୍ଲାରେ ୯ ପିଲାକୁ ମାରିବା ପରେ ମୃତଦେହ ସହିତ ଦୁଷ୍କର୍ମ କରାଯାଇଥିଲା । ପୋଲିସ ନୀଲୁ ନାଗେଶ ଏବଂ ନୀତିନ ଯାଦବ ନାମକ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ନୀଲୁକୁ ଗିରଫ କରିବା ପରେ ତା ବିରୋଧରେ ପିଲାକୁ ହତ୍ୟା ଏବଂ ମୃତଦେହ ସହିତ ଦୁଷ୍କର୍ମ କରିବା ଭଳି ଅଭିଯୋଗ କରାଯାଇଥିଲା । ମାମଲାରେ ଟ୍ରାଏଲ କୋର୍ଟ ମୁଖ୍ୟ ଅଭିଯୁକ୍ତ ନୀତିନ ଯାଦବକୁ ହତ୍ୟା ଏବଂ ଅନ୍ୟ ଅଭିଯୋଗରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ ।
ଟ୍ରାଏଲ କୋର୍ଟ ନୀତିନ ଯାଦବଙ୍କୁ ଦୁଷ୍କର୍ମ, ଅପହରଣ ଏବଂ ହତ୍ୟା ଅଭିଯୋଗରେ ଦୋଷୀ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ସେହିପରି ନାଗେଶକୁ ଧାରା ୨୦୧( ସାକ୍ଷୀ ଗାୟବ, ଭୁଲ୍ ସୂଚନା ଦେବା) ଏବଂ ୩୪ ଅଧିନରେ ଦୋଷୀ କରିଥିଲେ । ଟ୍ରାଏଲ କୋର୍ଟ ପୋକସୋ ଆକ୍ଟ ଅଧିନରେ ଦୁଷ୍କର୍ମ ଅଭିଯୋଗରେ ଜାମିନ ଦେଇଥିଲେ । କିନ୍ତୁ ପ୍ରମାଣ ଲୁଚାଇବା ପାଇଁ ୭ ବର୍ଷ ପାଇଁ ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ଅପିଲ କରାଯାଇ କେସ୍ ହାଇକୋର୍ଟ ପହଞ୍ଚିଥିଲା ।
ଏହି ମାମଲାର ଶୁଣାଣି କରି ହାଇକୋର୍ଟ କହିଥିଲେ କି, ଅଭିଯୁକ୍ତ ନାଗେଶ ମୃତଦେହ ସହିତ ଦୁଷ୍କର୍ମ କରିବା ଜଘନ୍ୟ ଅପରାଧ । କିନ୍ତୁ ଆଇପିସି ଧାରା ୩୬୩, ୩୭୬(୩) ପୋକସୋ ଅଧିନିୟମ ୨୦୧୨ ଧାରା ୬ ଏବଂ ୧୯୮୯ ଅଧିନିୟମ ଧାରା ୩(୨)(ଭି) ଅନୁଯାୟୀ ଅପରାଧ ପାଇଁ ଦୋଷୀ କରିବା ପାଇଁ ପୀଡିତାଙ୍କ ଜୀବିତ ଥିବା ଜରୁରୀ । ଏହାସହିତ ହାଇକୋର୍ଟ ନାଗେଶକୁ ପୋକସୋ ଆକ୍ଟ ଅନୁଯାୟୀ ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି କାଏମ ରଖିଥିଲେ ।