ଓଡିଶା

ରାସ୍ତାରୁ ହଟିବେ ଉଠା ଦେକାନୀ : ବିନା ରେଜିଷ୍ଟ୍ରେସନରେ କରିପାରିବେନି ଦୋକାନ:

ଭୁବନେଶ୍ୱର: ଭୁବନେଶ୍ୱରରୁ ହଟିବେ ସମସ୍ତ ଉଠା ଦୋକାନୀ । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏନେଇ ମଙ୍ଗଳବାର ମେୟର ସୂଚନା ଦେଇଛନ୍ତି । ରାସ୍ତା କଡ଼ରେ ବାରମ୍ବାର ତାଗିଦ ପରେ ବି କାହିଁକି ରେଜିଷ୍ଟ୍ରେସନ୍ କରିନଥିବା ଦୋକାନୀ ଦୋକାନ ପକାଇଛନ୍ତି ବୋଲି ନାଲି ଆଖି ଦେଖାଇଲେ ମେୟର । ଏହା ସହ ଉଠା ଦୋକାନୀକୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ୍‌ ଦିଆଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।

ସିଆରପି ଛକରେ ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡରେ ଥିବା ଉଠା ଦୋକାନୀଙ୍କୁ ବିଭିନ୍ନ କଥା ପଚାରି ବୁଝିଛନ୍ତି ମେୟର । ଏହାସହ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସଜେଇ ହୋଇଛି ରାଜଧାନୀ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ସମସ୍ତ ସ୍ଥାନକୁ ସ୍ୱଚ୍ଛ ରଖିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିକି ଦୋକାନ ରେଜିଷ୍ଟର କରିଥିବା ଦୋକାନୀ ଭେଣ୍ଡିଂ ଜୋନ୍‌ରେ ସ୍ଥାନ ପାଇବେ ଓ ଦୋକାନ ପାଖ ସଫା ରଖିବାକୁ ମଧ୍ୟ ମେୟର ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button