ଖେଳ ଖବର

ରଣଜୀ ଦଳରେ ଆଶୀର୍ବାଦ, ସୁମିତ ନୂଆ: ଶାନ୍ତନୁ ଅଧିନାୟକ – bajravana

[ad_1]

କଟକ: ନୂଆ ରଣଜୀ ଟ୍ରଫି ଋତୁର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏଲିଟ୍‌ ଗ୍ରୁପ୍‌ ଡି’ରେ ଆସନ୍ତା ୫ ତାରିଖରେ ବରୋଦା ଓ ୧୨ ତ‌ାରିଖରେ ମଧ୍ୟପ୍ରଦେଶ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବ। ଏଥିପାଇଁ ଶାନ୍ତନୁ ମିଶ୍ରଙ୍କୁ ଓଡ଼ିଶା ଦଳର ନେତୃତ୍ବ ଦିଆଯାଇଥିଲା ବେଳେ ୱିକେଟ୍‌ ରକ୍ଷକ ଆଶୀର୍ବାଦ ସ୍ବାଇଁ ଓ ବାମହାତୀ ସ୍ପିନର ସୁମିତ ଶର୍ମା ଦୁଇ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି। ଏହାବ୍ୟତୀତ ଶୁଭ୍ରାଂଶୁ ସେନାପତିଙ୍କ ଉପରୁ କାର୍ଯ୍ୟଭାର କମାଇବା ତଥା ମ୍ୟାଚ୍‌ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ନେତୃତ୍ବ ଭାର ଶାନ୍ତନୁଙ୍କୁ ଦିଆଯାଇଥିବା କୁହାଯାଇଛି। ବସନ୍ତ ମହାନ୍ତି ଅବସର ନେଇସାରିଥିବାରୁ ସୂର୍ଯ୍ୟକାନ୍ତ ପ୍ରଧାନ ବୋଲିଂ ବାହିନୀର ନେତୃତ୍ବ ନେବେ। ତାଙ୍କ ଅଧିନରେ ସୁନୀଲ ରାଉଳ, ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି ଦ୍ରୁତ ବୋଲିଂ ସମ୍ଭାଳିବେ। ଅଭିଜ୍ଞ ଜୟନ୍ତ ବେହେରା ସ୍ପିନ୍‌ ବିଭାଗର ନେତୃତ୍ବ ନେବେ। କିନ୍ତୁ ଗତବର୍ଷ ଖେଳିଥିବା ବିପ୍ଳବ ସାମନ୍ତରାୟ, ଅଭିଷେକ ରାଉତ, ତରଣୀ ସା’, ସୁଜିତ ଲେଙ୍କା, ରାଜେଶ ପଟ୍ଟନାୟକ, ଶୁଭମ୍‌ ନାୟକଙ୍କୁ ଋତୁର ପ୍ରଥମ ଦୁଇ ମ୍ୟାଚ୍‌ରେ ସୁଯୋଗ ଦିଆଯାଇନାହିଁ। ପ୍ରଥମ ଦୁଇଟି ମ୍ୟାଚ୍‌ ବାହାରେ ଖେଳିବା ପରେ ପରବର୍ତ୍ତୀ ୪ ମ୍ୟାଚ୍‌ ଘରୋଇ ପଡ଼ିଆରେ ଓଡ଼ିଶା ମ୍ୟାଚ୍‌ ଖେଳିବେ। ୧୯ ତାରିଖରେ ଜମ୍ମୁ କାଶ୍ମୀର, ୨୬ରେ ହିମାଚଳ ପ୍ରଦେଶ, ଫେବ୍ରୁଆରି ୨ରେ ପୁଡୁଚେରୀ, ୯ ତାରିଖରେ ଉତ୍ତରାଖଣ୍ଡ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବ। ଶେଷ ମ୍ୟାଚ୍‌ ଫେବ୍ରୁଆରି ୧୬ ତାରିଖରେ ଦିଲ୍ଲୀ ବିପକ୍ଷରେ ବାହାରେ ମ୍ୟାଚ୍‌ ଖେଳିବ। ଓଡ଼ିଶା ଦଳ ୨ ତାରିଖରେ ବରୋଦା ଗସ୍ତ କରିବ ବୋଲି ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଚୟନ ସମିତି ଅଧ୍ୟକ୍ଷ ଅମୀୟ ରାୟ ଓ ମୁଖ୍ୟ ପ୍ରଶିକ୍ଷକ ଦୀନେଶ ମୋଙ୍ଗିଆ କହିଛନ୍ତି।

ଓଡ଼ିଶା ଦଳ: ଶାନ୍ତନୁ ମିଶ୍ର (ଅଧିନାୟକ), ଅନୁରାଗ ଷଡଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ବାଳ, ଆଶୀର୍ବାଦ ସ୍ବାଇଁ (ୱିକେଟ୍‌ ରକ୍ଷକ), ରାଜେଶ ଧୂପର (ୱିକେଟ୍‌ ରକ୍ଷକ), ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ କୁମାର ରାଉଳ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦାର, ପ୍ରୟାସ ସିଂହ, ସୁମିତ ଶର୍ମା।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button