ନୂଆ ଆଲୋକ ସ୍ଵେଛାସେବୀ ଅନୁଷ୍ଠାନ ହରିପୁର॰ ଯାଜପୁର ଦ୍ୱାରା , ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ମାଧ୍ୟମରେ କେନ୍ଦ୍ର କୁ ନିବେଦନ । ଶବାରୀ ରୁ ଶବ ସବୁଠି ଅଭିମନ୍ୟୁ ଦାସ
ଦେଶର ଏକ ବିରଳ ବ୍ୟକ୍ତିତ୍ତ୍ୱ , ନା ମନରେ କିଛି ପାଇବାର ଆଶା ନା ପଦ ପଦବୀର ଅଭିଳାଷ ରାଜ୍ୟ ସରକାର ସେବା କ୍ଷେତ୍ରରେ ପଦ୍ମଶ୍ରୀ ଉପାଧିଲାଗି କେନ୍ଦ୍ରକୁ ସୁପାରିଶ କରିବାକୁ ନିବେଦନ ତାଙ୍କର କାର୍ଯ୍ୟକ୍ରମ ଚଳଚିତ୍ରର ଏକ ଅସରନ୍ତି ଧାରାବାହିକ
ସେ ଏକ ବିରଳ ବ୍ୟକ୍ତିତ୍ତ୍ୱ । ଯାହାର ନାମ ଉଚାରଣ କଲେ ଆପେ ଆପେ ମଥା ତଳକୁ ନୋଇଁଯାଏ । ଯଦିଓ ସେ ଶବାରୀ ପାଖରେ ଥାଆନ୍ତି ଆଉ ଶବ ପାଖରେ ବି ଥାଆନ୍ତି , କିନ୍ତୁ ଶବାରୀ ଠାରୁ ଶବକୁ ଅଧିକ ଗୁରୁତ୍ୱ ଦେଉଥିବା ବ୍ୟକ୍ତି କଟକ ସ୍ଥିତ ମଧୁପାଟଣା ଥାନା ସ୍ଥିତ ନେତାଜୀ ନଗରର ମହାସେବକ ଅଭିମନ୍ୟୁ ଦାସ । ମଦର ଟେରେସା ସେବା କରି କରି ସେବ୍ୟ ହୋଇଗଲେ । ଏକଥା କାହାକୁ ଟିକେ ଅଲଗା ଲାଗି ପାରେ କିନ୍ତୁ ଆଖି ଦେଖା ଲୋକକୁ ଅଲଗା ଲାଗିବ ନାହିଁ । ଆଜି ଦିନରେ ଶ୍ରୀ ଦାସଙ୍କର ସେବାକୁ ଯଦି ତୁଳନା କରାଯାଏ , ସେ ଯେ ବି ହୁଅନ୍ତୁ ସଭିଙ୍କ ଠାରୁ ସେ କେତେ ଯେ ଉର୍ଦ୍ଧ୍ୱରେ ତାହା କେବଳ ଭାବନା ମଧ୍ୟରେ ଜାଣିବାକୁ ଚେଷ୍ଠା କଲେ ଜାଣି ହେବ ଆଉ ଅନୁଭବି ହି ବୁଝିବ । । ତାଙ୍କର ସେବାର ମହନୀୟତା କୁ ମାପିବାକୁ ହେଲେ , ରାତ୍ରର କୈାଣସି ଏକ ନିରୋଳା ସ୍ଥାନକୁ ଯାଇ ଧ୍ୟାନସ୍ଥ ହୋଇ ଚିନ୍ତାକଲେ କିଛି ମାତ୍ରାରେ ବୁଝି ହୋଇ ପାରେ । ତାଙ୍କ ପରି ଅନନ୍ୟ ସେବକ ବାସ୍ତବରେ ବିରଳ । କଟକ ବଡ ମେଡିକାଲରେ କ୍ୟାନସର ବିଭାଗ କୁହ କିମ୍ବା ସାଧାରଣରେ ପଡିଥିବା ଦିନ ଦୁଃଖିର କଥା କୁହ ଯାହାର କେହି ନାହିଁ ତାହାର କେବଳ ଜଣେ ଅଛି ସେ ହିଁ ଅଭିମନ୍ୟୁ ଦାସ । ଓଡିଶାର ପୁର ପଲ୍ଲୀରେ ହଜାର ହଜାର ସ୍ୱେଚ୍ଛାସେବୀଙ୍କ ପାଇଁ ଶ୍ରୀ ଦାସ ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ତ୍ୱ । ଯେତେ ଅର୍ଥ ପ୍ରଦାନ କଲେ ମଧ୍ୟ ଯେଉଁ କ୍ୟାନସର ରୋଗୀକୁ କେହିବି ହାତରେ ଛୁଇଁବା କଷ୍ଠ ହୁଏ ହାହାକୁ ବିନା କୈାଣସି ଚିନ୍ତାରେ ଶ୍ରୀ ଦାସ ସେବା କରନ୍ତି । ଚଳା ଚଳା ପୁଜ ରକ୍ତ ସେହି ହାତରେ ଧରି ସାମାନ୍ୟ ଶୋଚନା ନରଖି ଅସହାୟ ରୋଗୀଟିର ସେବା କରିବାଦ୍ୱାରା ତାଙ୍କୁ ଅସୀମ ଆନନ୍ଦ ପ୍ରଦାନ କରିଥାଏ । ଯେଉଁ ରୋଗୀକୁ ଡାକ୍ତର ଖାନାର କୈାଣସୀ କର୍ମଚାରୀ ହାତ ଲଗାଇବା ସମ୍ଭବ ହୁଏନାହିଁ , ଏମିତି କି ଦୁଃର୍ଗନ୍ଦରେ ନାସା ଫାଟି ପଡେ ତାକୁ କିନ୍ତୁ ଶ୍ରୀ ଦାସ ଅନାୟସରେ ସୁନ୍ଦର ସ୍ନେହ ବୋଳା ମାନସରେ ସେବା ପ୍ରଦାନ କରିବାରେ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ । ଦିନ ଥିଲା ଶହ ଶହ ଅସହାୟ ମୃତ୍ୟୁ ବରଣ କଲେ ଶବ ପଚିସଢି ଦଃୁର୍ଗନ୍ଧ ବାହାରୁଥିଲା କିନ୍ତୁ ତାହାକୁ ସତ୍କାର କରିବା କୁ କେହି ନଥିଲେ । ସରକାରୀ ସ୍ଥରରେ ତାହାର କାଗଜ ପତ୍ର କାମ ସରିବାକୁ ୨ ଦିନ ଲାଗୁଥିଲା । ବେସରକାରୀ ସ୍ଥରରେ ଏପରି କାର୍ଯ୍ୟକରିବା କୁ କେହି ବାହାରୁ ନଥିଲେ ।
କିନ୍ତୁ ଅଭିମନ୍ୟୁ ଦାସଙ୍କ ସୃଷ୍ଟି ପରେ ସେ ନିୟମାଙ୍କ ବଦଳି ଯାଇଛି । ସେ ଦିନ ହେଉ କିମ୍ବା ତାତ୍ର , ଶୀତ ହେଉ ଅବା ବର୍ଷା ବା ବୈଶାଖ ସବୁ ସମୟରେ ଯାହାର କେହି ନାହିଁ ତାହାର ଅଛି ଅଭିମନ୍ୟୁ ଭାଇ । କଣ ବା ତାଙ୍କ ବିଷୟରେ ଲେଖି ହେବ ସେହି କଥା ଚିନ୍ତା କରିବାକୁ ହେବ । ଯାହା ଲେଖିଲେ ବି ନା ମନ ପୁରୁଛି ମା ହୃଦୟ ବୁଝୁଛି । ଅଣାଟାଏ ବି ଲେଖିବା ସମ୍ଭବ ନୁହଁ । ସତରେ ସେ ମଣିଷ ନୁହଁତ ଦେବତା ଟିଏ । ୧୧-୧୨ ବର୍ଷ ମଧ୍ୟରେ ୧୫ ଶହରୁ ଅଧିକ ଶବ ଦାହ କରି ସାରିଲେଣି ଶ୍ରୀ ଦାସ ।
ଶ୍ରୀ ଦାସଙ୍କ ପରିବାର କହିଲେ ମାତ୍ର ୩ ଜଣ । ପତ୍ନୀ, ପୁତ୍ର ଆଉ ସେ । ସଭିଏଁ ଏକକୁ ଆରେକ । ପତି କିମ୍ବା ପିତାଙ୍କର କାର୍ଯ୍ୟକୁ ଘରେ ଦିନେ ବିରୋଧ ନଥାଏ । ସଭିଙ୍କର ସହଯୋଗ ତାଙ୍କୁ ଆଉ ଦୁଇପାଦ ଆଗକୁ ଯିବାର ସହଯୋଗ କରିଥାଏ । ଇଶ୍ୱରଙ୍କ ଅନବଦ୍ୟ ସୃଷ୍ଟିର ଅଭିମନ୍ୟୁ ଦାସ ଜଣେ ବୈଚିତ୍ରମୟ ରୂପ । ବହି ବନ୍ଧାଳି ଭାବେ ସାରା କଟକ ସହରରେ ପରିଚିତ ଥିବା ଅଭିମନ୍ୟୁ ଆଜି ସେବାକ୍ଷେତ୍ରରେ ସାରା ରାଜ୍ୟ କାହିଁକି ଦେଶରେ ଏକ ଅନନ୍ୟ ନାମ । ବହି ବନ୍ଧାଇ ଯାହା ରୋଜଗାର କରନ୍ତି ପରିବାର ଖୁସିରେ ଚଳିଯାଆନ୍ତି ଆଉ ବଳକା ଅର୍ଥକୁ ଦୁଃଖର ରଙ୍କିଙ୍କ ସେବା ଅ୍ଧମ ସବୁଦିନ ଶବଦାହ କାର୍ଯ୍ୟରେ ହିଁ ଲଗାନ୍ତି । ଶବ ଦାହ ନିମନ୍ତେ ଆବଶ୍ୟକ କାଠ ବା ଅନ୍ୟ ପରିବହନ କାର୍ଯ୍ୟ ପାଇଁ ଖର୍ଚ୍ଚ ନିଜେ କରନ୍ତି । ଆବଶ୍ୟକ ସମୟରେ ବେଳେ ବେଳେ ପତ୍ନୀ ଓ ପୁତ୍ର ଙ୍କ ସଞ୍ଚିତ ଅର୍ଥ ଏହି କାର୍ଯ୍ୟରେ ଲାଗିଥାଏ । ଏଥିରେ ପତ୍ନୀ ନିରୁପମାଙ୍କର ମଧ୍ୟ ସାମାନ୍ୟ କୁଣ୍ଠା ନଥାଏ ।
ପ୍ରଚାର ପ୍ରସାର ଓ ମାନପତ୍ର କ୍ଷେତ୍ରରେ ବା ପଛରେ ଆଜି କାଲି ସାମାଜିକ ବ୍ୟବସ୍ଥାରେ ଶ୍ରୀ ଦାସ ବହୁତ ପଛରେ । କାରଣ ସେ ନିଜର ପ୍ରଚାର ପାଇଁ କେବେ ବି ଚେଷ୍ଠା କରି ନାହାଁନ୍ତି । ରୋଗୀ ଅଛିତ ସେ ଅଛନ୍ତି । ସେବା ଦେବା ଛଡା ଆଉକିଛି ନେବା ସେ ଜାଣନ୍ତି ନାହିଁ । ସବୁଦିନ କଟକ ବଡମେଡିକାଲ ବା କ୍ୟାନସର ବିଭାଗରେ ଯେଉଁ ରୋଗୀକୁ କେହି ହାତ ମାରନ୍ତି ନାହିଁ ତାହାକୁ ଶ୍ରୀ ଦାସ ନିଜେ ହସ୍ତେକ୍ଷପ କରି ନିଜେ ନିଜର ସେବା ପ୍ରଦାନ କରନ୍ତି । ସେ କର୍ମକୁ ହିଁ ଭଗବାନ ବୋଲି ଚିନ୍ତା କରି ନଜର ଦାୟିତ୍ୱ ବୋଲି ଭାବି ଅନାୟସରେ କର୍ମ କରି ଚାଲନ୍ତି । ତାଙ୍କର କାର୍ଯ୍ୟକ୍ରମ ଚଳଚିତ୍ରର ଏକ ଅସରନ୍ତି ଧାରାବାହିକ ବୋଲି ଆମ୍ଭେ ଚିନ୍ତା କରୁ । ତାଙ୍କର ଜ୍ଞାତରେ ବା ଅଜ୍ଞାତରେ ବହୁ ଚିତ୍ର ଆମ୍ଭ କ୍ୟାମେରାରେ କଏଦ ହୋଇ ରହିଛି । ଯାହାକୁ ବଜ୍ରବାଣ ପରି ଖବର କାଗଜରେ ୧୦ ଟି ସଂଖ୍ୟା ପର୍ଯ୍ୟନ୍ତ ଛପାଗଲେ ସରିବ ନାହିଁ । ଏହି ପରି ମହାବ୍ୟକ୍ତିତ୍ତ୍ୱଙ୍କୁ ଭାରତ ସରକାର ପଦ୍ମଶ୍ରୀ ଉପାଧି ଦେବାକୁ ବା ସୁପାରିସ କରିବାକୁ ଯାଜପୁର ଜିଲ୍ଲାର ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସରକାରଙ୍କ ନିକଟରେ ନିଜର ନିବେଦନ ରଖିଛି । ଏତ୍ଦ ଭିନ୍ନ ଓଡିଶାର ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ , ଶିକ୍ଷା ସଂଗଠନ ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ସ୍ଥରରେ ସରକାରଙ୍କୁ ହଜାର ହଜାର ସଂଖ୍ୟରେ ନିଜର ଦାବୀ ପତ୍ର ପ୍ରଦାନ କରିବାକୁ ନିବେଦନ କରିଛି । ଅନୁଷ୍ଠାନ କହିଛି ଯେ ଅଭିମନ୍ୟୁ ଦାସ ସାରା ଓଡିଶାର ଜଣେ ବିରଳ ବ୍ୟକ୍ତିତ୍ତ୍ୱ । ତାଙ୍କୁ କେଉଁ ଅନୁଷ୍ଠା ଭଲ ନପାଏ ଏମିତି ନାହିଁ । ଶ୍ରୀ ଦାସଙ୍କ ଏତାଦୃଶ କାର୍ଯ୍ୟକୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରସଂଶା କରି ଟୁଇଟ କରିଛନ୍ତି ।
ଶେଷରେ ନୂଅ। ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଟାନ ରାଜ୍ୟର ସମସ୍ତ ସଂଗଠନର ସଭ୍ୟ ସଭ୍ୟା ମାନଙ୍କୁ ରାଜ୍ୟ ସରକାରଙ୍କ ଜରୀଆରେ ଅଭିମନ୍ୟୁ ଦାସଙ୍କ ସମ୍ମାନାର୍ଥେ ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିବାକୁ ନିବେଦନ କରିଛି ।