ଅପରାଧ

ରାଜଧାନୀରେ ଚାଞ୍ଚଲ୍ୟ: ବାପା କାଖରୁ ପୁଅକୁ ଛଡ଼ାଇନେଲେ – bajravana

[ad_1]

ଭୁବନେଶ୍ବର: ଆଜି ଅପରାହ୍‌ଣରେ ପଟିଆ ଷ୍ଟେସନ ବଜାରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ବାପା କାଖରୁ ବର୍ଷକର ପୁଅକୁ ଦୁର୍ବୃତ୍ତମା‌ନେ ଛଡ଼ାଇ ନେଇଛନ୍ତି। ଆଖି ପିଛୁଳାକେ ଅପହରଣକାରୀମାନେ ପିଲାଟିକୁ ନେଇ କାର୍‌ରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଖବର ପାଇ ମଞ୍ଚେଶ୍ବର ଥାନା, ଇନ୍‌ଫୋସିଟି ଥାନା ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ ବିଭିନ୍ନ ସ୍ଥାନରେ ରୋଡ୍‌ ବ୍ଲକିଂ କରି ଛାନ୍‌ଭିନ କରିଥିଲେ ହେଁ ଅପହର୍ତ୍ତାମାନଙ୍କ ପତ୍ତା ମିଳିନାହିଁ। ଅପହରଣରେ ବ୍ୟବହୃତ କାର୍‌ଟି କଟକ କିମ୍ବା ଚନ୍ଦକା ଦେଇ ଖୋର୍ଦ୍ଧା ଦିଗରେ ଯାଇଥିବା ଅନୁମାନ କରି ପୁଲିସ ସେସବୁ ଅଞ୍ଚଳର ଥାନାଗୁଡ଼ିକ ଏହି ଅପହରଣ ବାବଦରେ ଖବର ଜଣାଇଛି। ଏଣେ ଜନଗହଳିପୂର୍ଣ୍ଣ ବଜାରରୁ ଦୁର୍ବୃତ୍ତମାନେ ବର୍ଷକର ଛୁଆକୁ କ’ଣ ପାଇଁ ଅପହରଣ କଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ପୁଲିସ ଅପହୃତ ଶିଶୁର ବାପାମା’ଙ୍କୁ ଥାନାରେ ପଚରାଉଚରା ଚଳାଇଛି। ଗତକାଲି ସନ୍ଧ୍ୟାରେ ଦେବଗଡ଼ରୁ ଅପହରଣ ହୋଇଥିବା ୬ ବର୍ଷର ନାବାଳିକା ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଥିବା ମାମଲା ଲୋକଙ୍କ ମନରେ ସତେଜ ଥିବାବେଳେ ଆଜି ରାଜଧାନୀରେ ଏହି ଶିଶୁ ଅପହରଣ ଆଲୋଡନ ସୃଷ୍ଟି କରିଛି।

ମିଳିଥିବା ଖବର ଅନୁସାରେ, ଅପହୃତ ଶିଶୁର ବାପା ଜଣେ ରଙ୍ଗ ଠିକାଦାର। ଠିକାରେ କାମ ନେଇ ସେ ମିସ୍ତ୍ରି ଓ ଶ୍ରମିକ ଲଗାଇ କୋଠାବାଡ଼ି ରଙ୍ଗ କରନ୍ତି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟା ବେଳେ ସେ ପଟିଆ ‌ଷ୍ଟେସନ୍ ବଜାରକୁ କିଛି ଜିନିଷ ଘରପାଇଁ ନେବାକୁ ଆସିଥିଲେ। ବଜାର ନିକଟସ୍ଥ କଲୋନିରେ ରହୁଥିବାରୁ ପୁଅକୁ କାଖରେ ଧରି ସେ ଆସିଥିଲେ। ସେ ଦୋକାନରୁ କିଣାକିଣି ସାରି ଦୋକାନ ବାହାରେ ଠିଆ ହୋଇଥିବା ବେଳେ ହଠାତ୍ ଏକ ଧଳାରଙ୍ଗର କାର୍‌ ତାଙ୍କ

ନିକଟରେ ପହଞ୍ଚିଥିଲା। ତାଙ୍କ କହିବା କଥା, କାର୍‌ ଭିତରେ ୪ ଜଣ ଯୁବକ ଥିଲେ। ୨ ଜଣ ଯୁବକ କାର୍‌ରୁ ବାହାରି ତାଙ୍କ କାଖରୁ ପୁଅକୁ ଟାଣି ନେଇଥିଲେ। ଅଚାନକ କିଛି ବୁଝି ନପାରିଲେ ବି ସେ ପ୍ରତିବାଦ କଲାବେଳେ ଜଣେ ଯୁବକ ତାଙ୍କୁ ଶକ୍ତ ଧକ୍କା ମାରିବାରୁ ସେ ତଳେ ପଡ଼ିଯାଇଥିଲେ। ଏହାପରେ ସେମାନେ କାର୍‌ ଯୋଗେ ଅପହର୍ତ୍ତାମାନେ ଲେବଲ୍‌ କ୍ରସିଂ ପାର୍‌ ହୋଇ ପଟିଆ ବିଗ୍‌ବଜାର ଦିଗରେ ପଳାଇଥିଲେ। ତାଙ୍କ ପାଟି ଶୁଣି କିଛି ଲୋକ ଧାଇଁଆସିଲେ ବି ସେତେବେଳକୁ କାର୍‌ଟି ବେଶ୍‌ କିଛି ଦୂର ପଳାଇଥିଲା ଏବଂ ଲୋକେ ନମ୍ବର ଦେଖିବା ସମ୍ଭବ ହୋଇନଥିଲା। ଏହାପରେ ଶିଶୁଟିର ବାପା ଘରକୁ ଯାଇ ସ୍ତ୍ରୀଙ୍କୁ ସବୁ କଥା କହିଥିଲେ। ତାଙ୍କ ସ୍ତ୍ରୀ ଏନେଇ ଜଣେ ସମ୍ପର୍କୀୟଙ୍କ ଜରିଆରେ ପୁଲିସକୁ ଜଣାଇଥିଲେ। ତୁରନ୍ତ ୩ଥାନାର ପିସିଆର୍‌ ଭ୍ୟାନ୍‌ ବିଭିନ୍ନ ଛକରେ ଧଳା କାର୍‌ସବୁକୁ ଯାଞ୍ଚ କରିଥିଲେ। କିନ୍ତୁ ଅପହର୍ତ୍ତାମାନେ ପାର୍‌ ହୋଇସାରିଥିଲେ। ପୁଲିସ ପଟିଆରୁ ନାଲ୍‌କୋ ଛକ ପର୍ଯ୍ୟନ୍ତ ରାସ୍ତାରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରୁଛି। ଅପହୃତ ଶିଶୁର ବାପାମା’ ପୁଲିସକୁ ଦେଇଥିବା ବୟାନ ଅନୁସାରେ ସେମାନଙ୍କର କାହା ସହିତ ଶତ୍ରୁତା ନାହିଁ। ତେଣୁ ଅପହରଣ ପଛରେ କାହାର କି ଉଦ୍ଦେଶ୍ୟ ରହିଛି, ସେମାନେ ବୁଝିପାରୁନାହାନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମତ ହେଉଛି, ସବୁବେଳେ ଅପରାଧ ପଛରେ ଅପରାଧୀଙ୍କର କିଛି ଉଦ୍ଦେଶ୍ୟ ରହିଥାଏ। ତେଣୁ ଏହି ମାମଲାରେ ବି ଥିବ। ସ୍ବାମୀ ସ୍ତ୍ରୀ ହଠାତ୍ ବୁଝିପାରୁନାହାନ୍ତି। କିନ୍ତୁ ପରେ ତାଙ୍କ ସୂଚନାରୁ ହିଁ ଅପହରଣକାରୀଙ୍କ ବାବଦରେ ସୁରାକ ମିଳିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button