ଅପରାଧ

ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌: ମଷ୍ଟରରୋଲ୍‌ ପାଇଁ ୧୫ ହଜାର ଲାଞ୍ଚ – bajravana

[ad_1]

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ବଡ଼କର୍ଲାକୋଟ୍‌ ପଞ୍ଚାୟତର ଜିଆର୍‌ଏସ୍‌ ମାର୍ଗାରେଟ୍‌ ପାଣିଗ୍ରାହୀ ଲାଞ୍ଚ ନେବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ ବଡ଼କର୍ଲାକୋଟ୍‌ ପଞ୍ଚାୟତରେ ଚାଲିଥିବା ମନ୍‌ରେଗା କାମର ମଷ୍ଟରରୋଲ୍‌ ପ୍ରସ୍ତୁତି ଓ ପ୍ରାପ୍ୟ ସୁନିଶ୍ଚିତ କରିବା ପାଇଁ ଜିଆର୍‌ଏସ୍‌ ଶ୍ରୀମତୀ ପାଣିଗ୍ରାହୀ ୧୫ ହଜାର ଟଙ୍କା ଦାବି କରିଥିଲେ।

ଗୁରୁବାର ଶ୍ରୀମତୀ ପାଣିଗ୍ରାହୀ ମୁଖିଗୁଡ଼ାସ୍ଥିତ ତାଙ୍କ ବାସଭବନରେ ଅଭିଯୋଗକାରୀ ସିଲେଇଯୋର୍‌ ଗାଁର ବାବୁଲୁ ହରିଜନଙ୍କଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ଛପି ରହିଥିବା କୋରାପୁଟ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଥିଲା। ଘଟଣା ସ୍ଥଳରୁ ଶ୍ରୀମତୀ ପାଣିଗ୍ରାହୀଙ୍କ ଠାରୁ ରାସାୟନିକ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button