ଦେଶ ବିଦେଶ

ଚୀନରେ ବଡ ଧରଣର ଭୂକମ୍ପ : ୧୧୧ ମୃତ – bajravana

[ad_1]

ନୂଆଦିଲ୍ଲୀ, ୧୯/୧୨ : ଚୀନରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ରହିଛି । ରାତି ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି । ଗାଂସୁ ଏବଂ କିଂଘଇ ପ୍ରାନ୍ତରେ ୬.୨ ତୀବ୍ରତାର ଭୂକମ୍ପ ଝଟକାରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଲାଣି । ଶତାଧିକ ଲୋକ ଆହତ ହୋଇଛନ୍ତି । ଏହି ଅଞ୍ଚଳରେ ଉଦ୍ଧାର କାମ ଜୋରଦାର ଚାଲିଛି । ତେବେ ଅନ୍ଧାର ଯୋଗୁ ଉଦ୍ଧାର କାମରେ ସମସ୍ୟା ହେଉଥିଲା । ଅନେକ ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋଇ ଯାଇଛନ୍ତି । ଶତାଧିକ ଆହତ ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button