ଦେଶ ବିଦେଶ

ରେଡିଓରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିବା ପରେ ସିବିଏସ୍‌ଇ ଟପର୍‌ ଦିବ୍ୟାଙ୍ଗ ବାଳିକାଙ୍କ ଖୁସି କହିଲେ ନ ସରେ

ନୂଆଦିଲ୍ଲୀ: ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୪୬ଶ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁଗ୍ରାମର ଦିବ୍ୟାଙ୍ଗ ବାଳିକା ଅନୁଷ୍କାଙ୍କ କୃତିତ୍ୱ ଉଲ୍ଲେଖ କରିବା ପରେ ଆଜି ଝିଅଟିର ଗୁରୁତ୍ୱ ବଢ଼ିଯାଇଛି। ସ୍ପାଇନାଲ୍‌ ମସ୍କୁଲାର୍‌ ଆଟ୍ରୋଫି ରୋଗରେ ଆକ୍ରାନ୍ତ ସନ୍‌ ସିଟି ସ୍କୁଲ୍‌ର ୧୫ ବର୍ଷୀୟ ଛାତ୍ରୀ ଅନୁଷ୍କା ପଣ୍ଡା ନିକଟରେ ସିବିଏସ୍‌ଇ ୧୦ ବୋର୍ଡ ପରୀକ୍ଷାର ଦିବ୍ୟାଙ୍ଗ ବର୍ଗରେ ୯୭. ୮% ନମ୍ବର ରଖି ଶ୍ରେଷ୍ଠ ସ୍ଥାନ ଦଖଲ କରିଛନ୍ତି। ତାଙ୍କର ପିତାମାତା କହନ୍ତି, ପିଲାଟି ଦିନରୁ ଗୁଣସୂତ୍ରୀୟ ରୋଗରେ ଆକ୍ରାନ୍ତ ହୋଇଥିବାରୁ ସେ ହୁଇଲ୍‌ ଚେୟାର୍‌ରେ ଚଳପ୍ରଚଳ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button