ଦେଶ ବିଦେଶ

ଆଜିଠୁ କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ – bajravana

[ad_1]

ନୂଆଦିଲ୍ଲୀ, ୧୮/୧୨ : କଂଗ୍ରେସର ଆଜିଠୁ ନୂଆ ଅଭିଯାନ ‘ଦେଶ ପାଇଁ ଦାନ’ ଆରମ୍ଭ କରିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଅଭିଯାନରୁ ଶୁଭାରମ୍ଭ କରି କହିଛନ୍ତି । ମହାତ୍ମା ଗାନ୍ଧୀ ସ୍ୱାଧୀନତା ସଂଗ୍ରାମରେ ଜନସାଧାରଣଙ୍କ ଠାରୁ ଦାନ ମାଗିଥିଲେ । ତେଣୁ ପ୍ରଥମ ଥର ପାଇଁ ଦେଶ ପାଇଁ କଂଗ୍ରେସ ଦାନ ମାଗୁଛି । କଂଗ୍ରେସ ଦଳ ଗଠନକୁ ୧୩୮ ପୁରିବା ଉପଲକ୍ଷେ କଂଗ୍ରେସ ଅନଲାଇନ ମାଧ୍ୟମରେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ତେଣୁ ଲୋକମାନଙ୍କୁ ୧୩୮ ଟଙ୍କା, ୧୩୮୦ ଟଙ୍କା, ଅବା ୧୩ ହଜାର ୮୦୦ ଟଙ୍କା ଦାନ କରିବାକୁ ଆହ୍ୱାନ କରିଛି । ୨୦୨୪ ଲୋକସଭା ନିର୍ବାଚନ ଲଢିବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ କଂଗ୍ରେସ ପକ୍ଷରୁ ଏଭଳି ଅଭିଯାନ ଆରମ୍ଭ କରାଯାଇଥିବା କୁହାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button