ମନୋରଞ୍ଜନ

ଜେଲରେ ଜ୍ୟାକଲିନଙ୍କୁ ମନେ ପକାଇ ପ୍ରେମପତ୍ରରେ ସୁ‌କେଶ ଉଲ୍ଲେଖ କଲେ ଏଭଳି କଥା… – bajravana

[ad_1]

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଜେଲରେ ଦଣ୍ଡ କାଟୁଛନ୍ତି । ଏହି ମାମଲାରେ ଜ୍ୟାକଲିନ ବି ସାମିଲ ଥିବା କୁହାଯାଉଥିଲା। ଏହାକୁ କେନ୍ଦ୍ର କରି ଜ୍ୟାକଲିନ ବି ଅନେକ ଥର ଜେରାର ସାମ୍ନା କରିଛନ୍ତି।  ଜେରା ସମୟରେ ଅଭିନେତ୍ରୀ ସୁକେଶଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନଥିବା ବାରମ୍ବାର କହି ଆସିଛନ୍ତି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଗିରଫ ହୋଇ ଜେଲରେ ବନ୍ଦୀଥିବା ସୁକେଶ ଜ୍ୟାକଲିନଙ୍କ ପାଇଁ ବିଭିନ୍ନ ପୂଜାପର୍ବରେ ବ୍ରତ ରଖିବା ସହିତ ଉପବାସ କରିଥାଆନ୍ତି ଆଉ ପ୍ରେମପତ୍ର ଲେଖିଥାଆନ୍ତି। ନିକଟରେ ପୁଣିଥରେ ଖ୍ରୀଷ୍ଟମାସ ଅବସରରେ ସୁକେଶ ଜ୍ୟାକଲିନଙ୍କ ପାଇଁ ପ୍ରେମପତ୍ର ଲେଖିଛନ୍ତି।

ଜ୍ୟାକଲିନଙ୍କ ପାଇଁ ପ୍ରେମପତ୍ରରେ ସୁକେଶ ଲେଖିଛନ୍ତି, ବେବି! ସର୍ବପ୍ରଥମେ ମୁଁ ତୁମ ପାଇଁ ବହୁତ ଖୁସି। କାରଣ ତୁମର ମନୋରଞ୍ଜନ ଶିଳ୍ପରେ ଅବଦାନ ପାଇଁ ତୁମକୁ ଡିଷ୍ଟିକ୍ଟିଭ ଆରବ ଫେଷ୍ଟିଭାଲ ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଛି। ତୁମେ ଅନୁମାନ ବି କରି ପାରିବ ନି ଏହି ଖବର ଶୁଣିବା ପ‌ରେ ମୁଁ ତୁମ ପାଇଁ କେତେ ଗର୍ବ ଅନୁଭବ କରୁଛି, କେତେ ଖୁସି ଅଛି। ତୁମେ ଭାରତୀୟ ମନୋରଞ୍ଜନ ଜଗତର ଜଣେ ଉଜ୍ଜ୍ୱଳ କଳାକାର ରହିଛି ଆଉ ରହିଥିବ ମଧ୍ୟ।

ପୁରସ୍କାର ବିତରଣ ସମା‌ରୋହରେ ତୁମେ ପିନ୍ଧିଥିବା ଧଳା ପୋଷାକରେ ଖୁବ ସୁନ୍ଦର ଦେଖାଯାଉଥିଲ। ତୁମକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ତୁମେ ‌ହେଉଛ ମୋ ଦୁନିଆ ବୋମ୍ମା। ତୁମେ ମୋ ରାତିର ନିଦ ଉଡ଼ାଇ ଦେଇଛ। ଜେଲରେ ପ୍ରତି ମୁହୂର୍ତ୍ତରେ ମୁଁ ତୁମ କଥ‌ା ଭାବୁଛି। କେବେ ତୁମକୁ ଭେଟିବି ସେ ଅପେକ୍ଷାରେ ରହିଛି। ଭାବୁଛି ଖୁବଶୀଘ୍ର ଆମେ ଭେଟାଭେଟି ହେବା।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button