ଓଡିଶା

ଚୋରି ସାମଗ୍ରୀ ସହ ଜଣେ ଗିରଫ; ଗଞ୍ଜାମରେ କ୍ଷେତପୋଖରୀ ଦୁର୍ନୀତିର ତଦନ୍ତ, ରେଞ୍ଜର ନିଲମ୍ବିତ – bajravana

[ad_1]

ପୋଲସରା: ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍ କଣଛାଇ ପଞ୍ଚାୟତ ଅନ୍ତର୍ଗତ ହାତୀପାଦପଲ୍ଲୀ ଗ୍ରାମରେ ଗତବର୍ଷ ଡିସେମ୍ବର ମାସରେ କ୍ଷେତ ପୋଖରୀ ଯୋଜନାରେ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଥିଲା। ଗ୍ରାମର ମୃତା ସଚଳା ଗୌଡ଼ଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ ସହ ମନରେଗାରେ ୨ ଲକ୍ଷ ୩୦ ହଜାର ଟଙ୍କା ହଡ଼ପ ଏବଂ ଆଦୌ ପୋଖରୀ ନଖୋଳି ଧାନବିଲକୁ କ୍ଷେତ ଦର୍ଶାଇ ମିଥ୍ୟା ବିଲ୍ ହୋଇଥିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ଗତବର୍ଷ ଡିସେମ୍ବର ୧୭ ତାରିଖରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। କେବଳ ଏ ଗୋଟିଏ ନୁହେଁ, ଏହା ପରେ ପରେ ଗୋଟିଏ ପରେ ଗୋଟିଏ କ୍ଷେତପୋଖରୀ ଦୁର୍ନୀତି ପଦାକୁ ଆସିଥିଲା। ଏହାପରେ ପ୍ରଶାସନ ଓ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳ‌େ ସେହି ମାସ ୨୦ ତାରିଖରେ ମୃତ୍ତିକା ସଂରକ୍ଷଣ ବିଭାଗର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଇପ୍ସିତା ମିଶ୍ର ହାତୀପାଦପଲ୍ଲୀ ଗ୍ରାମକୁ ଯାଇ ତଦନ୍ତ କରିଥିଲେ।

ସେହିପରି ରାଜ୍ୟ କୃଷି ବିଭାଗ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। ବିଭାଗର ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶାନୁସାରେ, ପୋଲସରା ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରାକ୍ତନ ରେଞ୍ଜର୍ ଗୌରୀଶଙ୍କର ପ୍ରଧାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ତେବେ ପୁଣି ଥରେ ଏହି କେଳେଙ୍କାରୀର ଛାନଭିନ୍ ଫାଇଲ୍ ଖୋଲିଛି। ଅଭିଯୋଗକୁ ଗୁରୁତ୍ବର ସହ ଗ୍ରହଣ କରି ମୃତ୍ତିକା ବିଭାଗ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରଧର ମିଶ୍ରଙ୍କୁ ତଦନ୍ତ ଭାର ଦିଆଯାଇଛି।

ଏହିକ୍ରମରେ ପିଡି ଶ୍ରୀ ମିଶ୍ର, ଗଞ୍ଜାମ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଇପ୍ସିତା ମିଶ୍ର, ସହକାରୀଯନ୍ତ୍ରୀ ସୁନଜା ପାତ୍ର ଓ ଯନ୍ତ୍ରୀ ବାବୁଲା ବେହେରା ପ୍ରମୁଖ ହାତୀପାଦପଲ୍ଲୀ ଗ୍ରାମକୁ ଯାଇଥିଲେ। ସେଠାରେ ଅଭିଯୋଗକାରୀ ରାଜେନ୍ଦ୍ର ଗୌଡ଼ ଓ ରାଜୀବ ଜେନାଙ୍କ ସମେତ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ତଦନ୍ତ ଟିମ୍‌ ହାତରେ ଲାଗିଛି। ଫଳରେ ବିଭାଗର ଅନ୍ୟ କୌଣସି ପଦାଧିକାରୀଙ୍କ ସଂପୃକ୍ତି ସାମ୍ନାକୁ ଆସିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏନେଇ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ନବରଙ୍ଗପୁର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button