ବିଜେଡି ଟିକେଟ୍ ପାଇଁ ୧୦ ହଜାର ଆଶାୟୀ – bajravana
[ad_1]
ଭୁବନେଶ୍ବର: ସାଧାରଣ ନିର୍ବାଚନ ଘୋଷଣାକୁ ଆଉ କିଛି ଦିନ ବାକି ଅଛି। ଶାସକ ବିଜୁ ଜନତା ଦଳରେ ସବୁ ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ଆଜି ଏ ସଂକ୍ରାନ୍ତରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ଏକ ଟ୍ବିଟ୍ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ଶ୍ରୀ ଦାସ କହିଛନ୍ତି ଯେ ବିଜେଡି ଟିକେଟ୍ ପାଇଁ ୧୦ ହଜାରରୁ ଅଧିକ ଆବେଦନ ମିଳିସାରିଲାଣି। ବହୁସଂଖ୍ୟକ ପେସାଦାର ବ୍ୟକ୍ତି ଓ ଜାତୀୟ ରାଜନୈତିକ ଦଳଗୁଡ଼ିକର ନେତାମାନେ ମଧ୍ୟ ବିଜେଡି ଟିକେଟ୍ ପାଇଁ ଆବେଦନ କରୁଛନ୍ତି। ଏହି ବିପୁଳ ସଂଖ୍ୟକ ଆବେଦନ ଦର୍ଶାଉଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢ଼ି ବଢ଼ି ଚାଲିଛି। ନବୀନ ବାବୁଙ୍କୁ ଲଗାତାର ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିସାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ଦାସ ଟ୍ବିଟ୍ରେ ଦର୍ଶାଇଛନ୍ତି ଯେ ବିଗତ କିଛି ବର୍ଷ ଧରି ଜାତୀୟ ସ୍ତରର ସବୁ ସର୍ଭେ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୌରବ ପ୍ରଦାନ କରିଛି। ସେହିପରି ୨୦୨୨ ପଞ୍ଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ୍ ହାର ସାଙ୍ଗକୁ ୩୦ ଜିଲ୍ଲା ପରିଷଦ ଜିତାଇ ବିଜେଡି ଯେ ଓଡ଼ିଶାର ଏକ ନମ୍ବର ରାଜନୈତିକ ଦଳ, ତାହା ଓଡ଼ିଶାବାସୀ ପ୍ରମାଣିତ କରିଛନ୍ତି। ଏହା ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲପାଇବାକୁ ପ୍ରତିପାଦିତ କରୁଛି। ଆମର ଦୃଢ଼ ବିଶ୍ବାସ ଏହି ନିର୍ବାଚନରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ବଳରେ ବିଜେଡି ଏକ ଐତିହାସିକ ବିଜୟ ଆଡ଼କୁ ଗତି କରୁଛି।
[ad_2]