‘ଏହି କାରଣରୁ ହସଖୁସିରେ ଚାଲିଛି ମୋର ବୈବାହିକ ଜୀବନ’; ପରିଣୀତି – bajravana
[ad_1]
ଉଦୟପୁର: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦ୍ମୀ ପାର୍ଟି ସାଂସଦ ରାଘବ ଚଢା ଉଭୟଙ୍କ ବିବାହ ଉଦୟପୁରର ଲୀଲା ପ୍ୟାଲେସ୍ରେ ପଞ୍ଜାବୀ ରୀତିନୀତିରେ ଗତ ସେପ୍ଟେମ୍ବର ୨୪ ତାରିଖରେ ସମ୍ପର୍ଣ୍ଣ ହୋଇଥିଲା।
ପରିଣୀତି ଏବଂ ରାଘବଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତାର ସମ୍ପର୍କ ଗଢ଼ି ଉଠିଥିଲା। ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏହାପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହିଁଙ୍କ ଘରଲୋକ ବି ଏପ୍ରସ୍ତାବରେ ରାଜି ହୋଇଯାଇଥିଲେ।
ପରିଣୀତି ଏବଂ ରାଘବଙ୍କର ୨୦୨୩ ମଇ ୧୩ରେ ଦିଲ୍ଲୀର କପୁରଥାଲା ହାଉସରେ ନିର୍ବନ୍ଧ ହୋଇଥିଲା। ଏହାପରେ ବିବାହ ପାଇଁ ରାଜସ୍ଥାନକୁ ଚୟନ କରାଯାଇଥିଲା। ଇତିମଧ୍ୟରେ ପରିଣୀତି ଏବଂ ରାଘବଙ୍କର ବିବାହକୁ ୭୦ଦିନ ବିତିସାରିଛି।
ନିକଟରେ ପରିଣୀତି ନିଜର ବିବାହ ପରର ଜୀବନକୁ ସକସେସଫୁଲ ବୋଲି ଜଣାଇବା ସହିତ ଏହା କିପରି ହେଲା ତାହାର କାରଣ ବି ସେ ତାଙ୍କ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି। ପରିଣୀତି କହିଛନ୍ତି, ‘ମଜା କଥା ହେଉଛି ରାଘବଙ୍କୁ ବଲିଉଡ ବିଷୟରେ କିଛି ଜଣାନାହିଁ। ସେହିପରି ମୁଁ ରାଜନୀତି ବିଷୟରେ କିଛି ଜାଣିନାହିଁ। ଏହି କାରଣରୁ ବୃତ୍ତିଗତ ଜୀବନରେ ଆମେ ସ୍ବାଧୀନ ଭାବେ ଆଗେଇ ଚାଲିଛୁ। କିଏ କାହା ବୃତ୍ତିରେ ହସ୍ତକ୍ଷେପ କରୁନାହୁଁ। ଏହି କାରଣରୁ ଆମ ବୈବାହିକ ଜୀବନ ହସଖୁସିରେ ଚାଲିଛି।’
[ad_2]