news

ଆମେରିକା ଯିବ ୪୦ ହଜାର ଗୋବର ରାକ୍ଷୀ

ଜୟପୁର: ଆମେରିକା ଏବଂ ମରିସସରେ ରହୁଥିବା ଭାରତୀୟ (NRI) ଙ୍କ ପାଇଁ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ସ୍ୱତନ୍ତ୍ର ହେବାକୁ ଯାଉଛି | କାରଣ ଚଳିତବର୍ଷ ସେଠାରେ ସମସ୍ତେ ଗୋବରରେ ତିଆରି ରାକ୍ଷୀ ବାନ୍ଧିବେ | କଥାଟି ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | କିଛି ମାସ ପୂର୍ବେ ଜୟପୁରରୁ ୧୯୨ ମେଟ୍ରିକ୍ ଟନ୍ ଗୋବର ରପ୍ତାନି କରିବାର ଇତିହାସ ସୃଷ୍ଟି କରିଥିବା ଜୈବିକ କୃଷକ ଉତ୍ପାଦକ ସଂଘ(ଅର୍ଗାନିକ ଫାର୍ମର ପ୍ରଡ୍ୟୁସର ଆସୋସିଏସନ), ଏଥର ଆଉ ଏକ ଅନନ୍ୟ ଜିନିଷ ରପ୍ତାନି କରିଛି। ଏହି ଆସୋସିଏସନର ଅତୁଲ ଗୁପ୍ତା କହିଛନ୍ତି ଯେ ଆମେରିକାରୁ ୪୦,୦୦୦ ରାକ୍ଷୀ ପାଇଁ ଏକ ଅର୍ଡର ଆସିଥିବାବେଳେ ମରିସସରୁ ୨୦ ହଜାର ରାକ୍ଷୀ ପାଇଁ ଅର୍ଡର ଆସିଥିଲା ।

ଆସୋସିଏସନର ମହିଳା ୱିଙ୍ଗର ଜାତୀୟ ସଭାପତି ସଂଗୀତ ଗୌର ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ଗାଈ ଗୋବରରେ ତିଆରି ରାକ୍ଷୀ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ଏହି ରାକ୍ଷୀଗୁଡିକ ଶ୍ରୀପିଞ୍ଜରାପୋଲ ଗୌଶାଳା କମ୍ପ୍ଲେକ୍ସରେ ଦେଶୀ ଗାଈ ଗୋବରରୁ ପ୍ରସ୍ତୁତ କରାଯାଇଛି | ଆମର ମହିଳା ୟୁନିଟ୍ ଗାଈ ଗୋବରରୁ ପ୍ରସ୍ତୁତ ହର୍ବାଲ୍ ରାକ୍ଷୀ ରପ୍ତାନି କରିବାକୁ ନିଷ୍ପତ୍ତି ନେଇଛି | ଏହି ରାକ୍ଷୀଗୁଡିକ ଏନଆରଆଇ ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ ହେବ। ଭବିଷ୍ୟତରେ ଲୋକମାନେ ଚାଇନାରେ ନିର୍ମିତ ରାକ୍ଷୀ ବ୍ୟବହାର କରିବା ପରିବର୍ତ୍ତେ ଏହି ହର୍ବାଲ୍ ରାକ୍ଷୀ ବ୍ୟବହାର କରିବେ |

Related Articles

Leave a Reply

Your email address will not be published. Required fields are marked *

Back to top button