ଓଡିଶା

ବାତ୍ୟା ବିପନ୍ନଙ୍କ ପାଇଁ ନବୀନଙ୍କ ତହବିଲ ଖୋଲିଲା

ବାତ୍ୟା ବିପନ୍ନଙ୍କ ପାଇଁ ନବୀନଙ୍କ ତହବିଲ ଖୋଲିଲା
ବଜ୍ରବାଣ : ୧୫/୧୦ -ତିତଲି କ୍ଷତିଗ୍ରସ୍ତ ପରିବାର ପାଇଁ ନବୀନଙ୍କ ତହବିଲ ଆଜି ଖୋଲିଯାଇଛି , ବିରୋଧୀ ମାନେ ଯାହା ଚିନ୍ତା କରିନଥିଲେ ତାହା ନବୀନ ଖୋଲାମନରେ ଅଜାଡି ଦେଇଛନ୍ତି , ଖାଲି ଅଜାଡି ଦେଇନାହାନ୍ତି ଆଗାମୀ ସମୟ ପାଇଁ ବିପନ୍ନଙ୍କ ପାଇଁ କେତେ କଣ ଯୋଜନା ତାହା ପାଖ ମାଡ଼ିବ କଷ୍ଟ ହୋଇଛି ବିରୋଧୀଙ୍କ ପାଇଁ , ନବୀନ କହିଛନ୍ତି ଆମେ ବିପନ୍ନଙ୍କ ପାଇଁ କାମ କରିବା ବିରୋଧୀ କଣ କହିଲେ ନକହିଲେ ସେପାଇଁ ସମୟ ଦେବାକୁ ଆମର ବେଳ ନାହିଁ , ସେ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ସଂପୃକ୍ତ ବିଭାଗୀୟ ସଚିବ ମାନଙ୍କ ସହ ତିତଲି ପରବର୍ତ୍ତୀ ପୁନଃନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ଆଜି ଗଜପତି ଜିଲ୍ଲା ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସବୁ କ୍ଷତିଗ୍ରସ୍ତ ପରିବାରକୁ ନଗଦ ୧ ହଜାର ଟଙ୍କା, ୫୦କେଜି ଚାଉଳ ଓ ଅଢେଇ ଲିଟର କିରୋସିନ ତୁରନ୍ତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଖୁବ ଶୀଘ୍ର ଆଉ ଦୁଇ ହଜାର ଟଙ୍କା ସମସ୍ତ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ।ସୂଚନା ଅନୁଯାୟୀ, କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡିକରେ ପରିସ୍ଥିତି ଖୁବ ଶୀଘ୍ର ସ୍ୱାଭାବିକ ହେଉଛି । ସମସ୍ତଙ୍କୁ ପଲିଥିନ୍ ଯୋଗାଇ ଦିଆଯାଉଛି । ପାରଳାଖେମୁଣ୍ଡି ଓ କାଶିନଗରରେ ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସରବରାହ ପୁନଃ ସ୍ଥାପିତ ହେବ । ଅନ୍ୟାନ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଗୁଡିକରେ ଆସନ୍ତାକାଲି ସୁଦ୍ଧା ପୁନଃସଂଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବ୍ୟାପକ କ୍ଷତି ଯୋଗୁଁ ବାକି ସ୍ଥାନ ଗୁଡିକ ପାଇଁ ଦୁଇ ତିନି ଦିନ ସମୟ ଲାଗିବ ।ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଧାନ ଓ ଅଣ ଧାନ ଫସଲ ଏବଂ ସଡକ ଯୋଗାଯୋଗରେ ବ୍ୟାପକ କ୍ଷତି ହୋଇଛି । ପୂର୍ତ୍ତ ବିଭାଗ ରାସ୍ତା ଗୁଡିକର ଯୋଗାଯୋଗ ପୁନଃସ୍ଥାପିତ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ରାସ୍ତା ଗୁଡିକର ମରାମତି ପାଇଁ ତିନି ଦିନ ସମୟ ଲାଗିବ ଏବଂ ଏଥିପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯିବ । ଏତତ୍ ବ୍ୟତୀତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉତ୍ତମ ସେବା ଯୋଗାଇ ଦିଆଯାଉଛି । ହସ୍ପିଟାଲ ଓ ମୋବାଇଲ ହେଲଥ ୟୁନିଟ୍ ଗୁଡିକ ଦ୍ୱାରା ମାଗଣାରେ ଚିକିତ୍ସା ଓ ଔଷଧ ବଣ୍ଟନ କରାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button