ରାଶିଫଳ

୧୬.୧୦.୨୦୧୮ ମଙ୍ଗଳ ବାର ଦେଖନ୍ତୁ କେଉଁ ୭ ଗୋଟି ରାଶିଙ୍କର ଅସୁବିଧା ଯୋଗ ରହିଛି ଓ ତାହାର ସମାଧାନ

ରାଶି ଚକ୍ରର ପ୍ରଭାବ ରୁ ରକ୍ଷାପାଇବା ବହୁତ କଠିନ , ମାତୃ ଶକ୍ତିର କୃପା ଫଳରେ ଆପଣ ସବୁ ସମସ୍ୟାକୁ ଦୁରେଇ ଦେଇ ପାରିବେ , ମା ମଙ୍ଗଳାଙ୍କୁ ୭ ଗୋଟି ତ୍ରିଶାଖା ବିଲ୍ୱ ଦଳ ଓ ମନ୍ଦାର ପୁଷ୍ପ ପ୍ରଦାନ କରି ଶରଣ ପଶନ୍ତୁ ଦେଖିବେ ସେ ଆପଣଙ୍କୁ ଘଣ୍ଟ ଘୋଡାଇ ରଖିବେ

ମେଷ:-

ଆଜି ଚନ୍ଦ୍ର ମିତ୍ରରାଶି ଗୁରୁକ୍ଷେତ୍ରସ୍ଥ ହେତୁ ବିଶେଷ କିଛି ଅସୁବିଧା ହେବ ନାହିଁ । କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ । ବାଣିଜ୍ୟ ଓ ବ୍ୟବସାୟ  ସାଧାରଣ ବାଧାପ୍ରାପ୍ତ ହୋଇପାରେ। ସନ୍ଦେହ ଜନିତ ପାରିବାରିକ ଜୀବନରେ  ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ। ଧାରକରଜ ସୂତ୍ରରେ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ ହେବେ।

ବୃଷ:-

ବୃହସ୍ପତିଙ୍କ ରାଶି ପ୍ରତି ଦୃଷ୍ଟି କାରଣରୁ ଅନ୍ୟମାନଙ୍କୁ ମନେଇବାକୁ ବିଭିନ୍ନ ପ୍ରକାର ଚେଷ୍ଟାକରି ସଫଳତା ପାଇବେ।  କଡ଼ା କଥା କହିବା ଫଳରେ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ବିବାଦୀୟ ଘଟଣାରେ  ମନସ୍ତାପ କରିବାକୁ ପଡ଼ିପାରେ। ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବା  ସମ୍ଭାବନା ରହିଛି।

ମିଥୁନ:-

ଅବହେଳା କାରଣରୁ ଅଟକି ରହିଥିବା କାମ ସକାଶେ  ଅନୁତାପ କରିବାକୁ ବାଧ୍ୟ ହେବେ। ଭ୍ରମଣ, ପ୍ରଶାସନ ଓ ସଭାସମିତି କ୍ଷେତ୍ରରୁ ସଫଳତା ପାଇବେ। ବନ୍ଧୁମାନଙ୍କ ନିକଟରୁ  ଭୁଲ୍‌  ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇପାରିବ।

କର୍କଟ:-

କର୍ମକ୍ଷେତ୍ରରେ ସାଧାରଣ କଥାରୁ  କଳହର ସମ୍ମୁଖୀନ ହେବାକୁ ପଡ଼ିପାରେ। ପରିବାରରେ ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ।  କିଛି ପାଇବାର  ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ। ମିତ୍ରମାନଙ୍କ ପରାମର୍ଶ ନେଇ କାମ କଲେ ଉପକୃତ ହେବେ।

ସିଂହ:-

ଲାଗି ରହିଥିବା ପାରିବାରିକ ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡ଼ିପାରେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, କିନ୍ତୁ ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ  ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। ରାଜନୀତିରେ  ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

କନ୍ୟା:-

ପରୋକ୍ଷ ଶତ୍ରୁତା କାରଣରୁ  କର୍ମକ୍ଷେତ୍ରରେ  ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଥିବା ସ୍ଥାନାନ୍ତରର ସୂଚନା ପାଇ ହଡ଼ବଡ଼େଇ ଯାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ  ନୀରବଦ୍ରଷ୍ଟା ଭଳି କାମ କରି ଚିନ୍ତିତ ରହିବେ। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ନିଜକୁ କେତେକ କଥା ସମ୍ଭାଳିବାକୁ ପଡ଼ିବ।

ତୁଳା:-

ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ ହେବ । ତଥାପି ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ, ଯାହାକି ପରୋକ୍ଷ ଶତ୍ରୁତାର କାରଣ ହୋଇପାରେ। କୌଣସି କାମ ହାସଲ ପାଇଁ  ଗୁଡ଼ିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବାକୁ ପଡ଼ିବ।

ବିଛା:-

ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି। ପାରିବାରିକ ସ୍ଥିତି,ପ୍ରଶାସନିକ ପରିସ୍ଥିତି, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ଆନୁଷ୍ଠାନିକ କ୍ଷେତ୍ର କିମ୍ବା କଚେରି ମାମଲାରେ ସଫଳତା ଅବଶ୍ୟ ମିଳିବ। ଆଜିର ଯାତ୍ରା ସ୍ଥଗିତ ରହିଯାଇପାରେ।

ଧନୁ:-

ଆଜି କର୍ମକ୍ଷେତ୍ରରୁ ଫେରିବା ରାସ୍ତାରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବନ୍ଧୁ ଗହଣରେ ଅପ୍ରିୟସତ୍ୟ ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସହକର୍ମୀଙ୍କ ଦୌରାମତ୍‌ୟ ଅସହ୍ୟ ହେବାରୁ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ପଡ଼ିପାରେ। ବ୍ୟବସାୟ ଓ ପରିବହନରେ ଝଗଡ଼ାର ସୂଚନା ରହିଛି ।

ମକର:-

ଭୁଲ୍‌ ବୁଝାମଣାରୁ ଆକସ୍ମିକ କଳହ ସୃଷ୍ଟିର ସମ୍ଭାବନା ରହିଛି । କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ରହିଥିବା ସମସ୍ୟା ବନ୍ଧୁଙ୍କ ଜରିଆରେ  ସମାଧାନ ହୋଇଯିବ । ନିର୍ମାଣ କାର୍ଯ୍ୟରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । କିଛି ସହଯୋଗ ସକାଶେ ବନ୍ଧୁଙ୍କ ଆଗରେ ପ୍ରକାଶ କରି ନ ପାରି ପରେ ଅନୁତାପ କରିବେ ।

କୁମ୍ଭ:-

ବିଭିନ୍ନ ପ୍ରକାର ସମସ୍ୟାମୂଳକ କାମରେ ପ୍ରବେଶକରି ବ୍ୟସ୍ତତା ଅନୁଭବ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ  ଆବଦ୍ଧ ହେବେ। ପାରିବାରିକ ସୁଖ ସ୍ବାଚ୍ଛନ୍ଦ୍ୟ କାରଣରୁ ମନ ପ୍ରଫୁଲ୍ଲ ରହିବ। ସହକର୍ମୀମାନଙ୍କ  ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ବନ୍ଧୁଙ୍କ ଜରିଆରେ ଆକସ୍ମିକ ଭାବେ ବସ୍ତ୍ରାଭୂଷଣ ଲାଭ କରିପାରନ୍ତି।

ମୀନ:-

ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ । ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ । ଭାବପ୍ରବଣବଶତଃ ବନ୍ଧୁଙ୍କ ସମ୍ମୁଖରେ  କୌଣସି ଅପ୍ରକାଶ୍ୟ କଥା ପ୍ରକାଶକରି ଅପଦସ୍ଥ ହୋଇପାରନ୍ତି। ବଡ଼ ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ । କର୍ମକ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button