ଖେଳ ଖବର

ଏହି ୩ଟି ଗୀତ ଶୁଣିବାକୁ ଅଧିକ ପସନ୍ଦ କରନ୍ତି ବିରାଟ – bajravana

[ad_1]

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଆଇସିସି ବିଶ୍ୱକପ ୨୦୨୩ରେ ୭୬୫ରନ ସ୍କୋର କରି ରେକର୍ଡ କରିଥିଲେ। ଚଳିତ ବିଶ୍ବକପରେ ସେ ଅନେକଙ୍କ ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ ତିଆରି କରିଥିଲେ। ଏଥିପାଇଁ ତାଙ୍କୁ ‘ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ’ର ଆଖ୍ୟା ଦିଆଯାଇଥିଲା ​। ବର୍ତ୍ତମାନ ଶେଷ ହୋଇଥିବା ବିଶ୍ୱକପ ୨୦୨୩ରେ କୋହଲି ତିନିଟି ଶତକ ଏବଂ ୬ଟି ଅର୍ଦ୍ଧଶତକ କରିଛନ୍ତି। ବିଶ୍ବକପ ସମୟରେ ବିରାଟଙ୍କ ଛକା-ଚଉକା ସହ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସହ ସେ ପଡ଼ିଆରୁ ଇଶାରାରେ କଥା ହେବାର ଅନେକ ଦୃଶ୍ୟ ଭାଇରାଲ ହୋଇଛି।

ତେବେ ଅନେକ ସମୟରେ ବିରାଟଙ୍କ ଖରାପ ପ୍ରଦର୍ଶନ ପାଇଁ ଅନୁଷ୍କାଙ୍କୁ ଦାୟୀ କରାଯାଉଥିଲେ ବି ବିରାଟ ସବୁବେଳେ ନିଜ ପତ୍ନୀଙ୍କୁ ସମର୍ଥନ କରିଥାନ୍ତି। ଏମିତି କି ଅନୁଷ୍କା ତାଙ୍କ ଜୀବନରେ ଅନେକ ଭଲ ପରିବର୍ତ୍ତନ ଆଣିଥିବା କଥା ବି ଗ୍ରହଣ କରିଛନ୍ତି ବିରାଟ। ପତ୍ନୀଙ୍କୁ ଏତେ ପସନ୍ଦ କରୁଥିବା ବିରାଟ ତାଙ୍କର କେଉଁ ଗୀତ ଅଧିକ ଶୁଣିବାକୁ ପସନ୍ଦ କରନ୍ତି, ତାହା ଆପଣ ଜାଣନ୍ତି କି? ଏକ ସାକ୍ଷାତକାରେ ବିରାଟଙ୍କୁ ତାଙ୍କ ପସନ୍ଦର ୩ଟି ଗୀତ ପଚରାଯାଇଥିବା ବେଳେ ଉତ୍ତରରେ ସେ କହିଥିଲେ, ମୁଁ ଚନ୍ନା ମେରେୟା, ଏ ଦିଲ୍ ହେ ମୁସକିଲ୍ ଓ ଦେବା ଦେବା ଗୀତ ଶୁଣିବାକୁ ପସନ୍ଦ କରେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button