ଏସିଆ କପ୍ : ଶ୍ରୀଲଙ୍କା ଆଗରେ ୨୧୪ ରନର ଲକ୍ଷ୍ୟ ରଖିଲା ଭାରତ – bajravana
[ad_1]
କଲମ୍ବୋ : କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ୍ ସୁପର-୪ର ଏକ ମ୍ୟାଚରେ ଶ୍ରୀଲଙ୍କା ଆଗରେ ବିଜୟ ପାଇଁ ୨୧୪ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଦିନକ ପୂର୍ବରୁ ପାକିସ୍ତାନ ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରିଥିବା ଭାରତୀୟ ଟିମ ଆଜି ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇ ମାତ୍ର ୨୧୩ ରନ କରି ଅଲଆଉଟ ହୋଇଯାଇଥିଲା ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସ୍ପିନକୁ ସୁହାଉଥିବା ଏକ ପିଚରେ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଆରମ୍ଭରୁ ସତର୍କତାର ସହ ଖେଳି ଏକ ଭଲ ମୂଳଦୁଆ ପକାଇଥିଲେ । ରୋହିତ ଶର୍ମା ୫୩ ରନ କରିଥିବାବେଳେ ଗିଲ୍ ୧୯ ରନ କରିଥିଲେ । କିନ୍ତୁ ବିରାଟ ମାତ୍ର ୩ ରନ କରି ଆଉଟ ହୋଇଥିଲେ । ତେବେ ଇଶାନ କିଷନ ଓ କେ.ଏଲ. ରାହୁଲ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରାହୁଲ ୩୯ ରନ ଓ କିଷନ ୩୩ ରନ କରିଥିଲେ । କିଷନ ଆଉଟ ହେବା ପରେ ଦଳର ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ । କିନ୍ତୁ ଶେଷ ବେଳକୁ ଅକ୍ଷର ପଟେଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୧୩ ପର୍ଯ୍ୟନ୍ତ ନେଇଯାଇଥିଲେ । ସେ ୨୬ ରନ କରି ଶେଷ ଓଭରରେ ଆଉଟ ହୋଇଥିଲେ ।
ଶ୍ରୀଲଙ୍କା ପକ୍ଷରୁ ଦୁନିଥ୍ ଓ୍ବାଲାଙ୍ଗେ ୫ଟି ଓ୍ବିକେଟ ନେଇଥିବାବେଳେ ଚରିଥ୍ ଅସଲଙ୍କା ୪ଟି ଓ୍ବିକେଟ ନେଇଥିଲେ ।
[ad_2]