ଓଡିଶା

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି – bajravana

[ad_1]

୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର

ପୁରୀ: ଶ୍ରୀଜଗନ୍ନାଥ ଅର୍ନ୍ତଜାତୀୟ ବିମାନବନ୍ଦରକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟର ସବୁଜ ସଙ୍କେତ ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା। ଏ ଭିତରେ ସରକାରୀ ଜମି ଅଧିଗ୍ରହଣ ଓ ପାଚେରି ବୁଲା କାମ ଶେଷ ହୋଇଛି। ବେସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଖୁବଶୀଘ୍ର ଏହି ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। ସେପଟେ ଏ ଭିତରେ ପ୍ରସ୍ତାବିତ ଅଞ୍ଚଳରେ ପବନର ବେଗ ଓ ଗତିପଥ ସର୍ଭେ କାମ ଶେଷ ହୋଇଛି। ବିମାନ ଚଳାଚଳ ପାଇଁ ରନ୍‌ ୱେ ଓରିଏଣ୍ଟେସନ୍‌(୫/୨୩ ଓରିଏଣ୍ଟେସନ୍‌) ବି ଶେଷ ହୋଇଛି। ଅନ୍ୟପଟେ ପ୍ରସ୍ତାବିତ ଏହି ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ଆବଶ୍ୟକ ୨୭.୮୫୪ ହେକ୍ଟର ଡିଏଲ୍‌ସି ଜଙ୍ଗଲ ଜମିକୁ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଅନୁମତି ଦେଇଛି। କିଛିଦିନ ତଳେ ଭୁବନେଶ୍ବରରେ ବସିଥିବା ସଚିବସ୍ତରୀୟ ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ୨୭.୮୫୪ ହେକ୍ଟର ଜଙ୍ଗଲ ଜମିକୁ ବିମାନବନ୍ଦର ନିର୍ମାଣ ଏନଓସି ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ସର୍ବମୋଟ ୧୧୬୪.୮୩୬ ଏକର ଜମିର ଆବଶ୍ୟକତା ରହିଛି। ଆବଶ୍ୟକ ଜମି ବ୍ରହ୍ମଗିରି ତହସିଲର ଗୋରୁଆଳ ପଞ୍ଚାୟତ ଅଧୀନ ସିପସରୁବାଲି ଓ ଷଣ୍ଢପୁର ମୌଜାରୁ ଅଧିଗ୍ରହଣ ହେଉଛି। ଅଧିକୃତ ଜମି ଭିତରେ ୯୪୩.୪୫୬ ଏକର ସରକାରୀ ଓ ୨୨୧.୪୮ ଏକର ବେସରକାରୀ ଜମି ରହିଛି। ମୌଜା ଉପରେ ନଜର ପକାଇଲେ, ସିପସରୁବାଲି ମୌଜାରୁ ୯୪୨.୯୯୬ ଏକର ସରକାରୀ ଓ ୧୫୩.୩୭ ଏକର, ଏପରି ମୋଟ ୧୦୯୬.୩୬୬ ଏକର ଓ ଷଣ୍ଢପୁର ମୌଜାରୁ ୦.୩୬ ଏକର ସରକାରୀ ଓ ୬୮.୧୧ ଏକର, ଏପରି ମୋଟ ୬୮.୪୭ ଏକର ବେସରକାରୀ ଜମି ଅଧିଗ୍ରହଣ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button