ଓଡିଶା

ଛତିଶଗଡ଼ରେ ନନ୍ଦିଘୋଷ ରଥ ଚକକୁ ବିପୁଳ ସ୍ୱାଗତ, ୨୧ତାରିଖ ପର୍ଯ୍ୟନ୍ତ କରିବ ପରିକ୍ରମା – bajravana

[ad_1]

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁର ଠାରେ ନିକଟରେ ବିଗତ ବର୍ଷର ରଥଯାତ୍ରାରେ ନନ୍ଦିଘୋଷ ରଥରେ ବ୍ୟବହାର କରାଯାଇଥିବା ଚକକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ମହାପ୍ରଭୂ ଶ୍ରୀ ଜଗନ୍ନାଥ ଆରୋହଣ କରିଥିବା ଏହି ପବିତ୍ର ଚକ ଗାୟତ୍ରୀନଗରସ୍ଥିତ ଛତିଶଗଡ଼ର ସର୍ଵବୃହତ ଜଗନ୍ନାଥ ମନ୍ଦିରର ପ୍ରାଙ୍ଗଣରେ ପଂହଁଚିବା କ୍ଷଣି ମନ୍ଦିରର ପ୍ରତିଷ୍ଠାତା, ଶ୍ରୀଜଗନ୍ନାଥ ସେବା ସମିତିର ସଭାପତି ଏବଂ ରାୟପୁର ବିଧାୟକ (ଉତ୍ତର) ପୁରନ୍ଦର ମିଶ୍ର ଏହାକୁ ପାରମ୍ପରିକ ଢଙ୍ଗରେ ବନ୍ଦାପନା କରି ଗ୍ରହଣ କରିଥିଲେ। ରାୟପୁରକୁ ବଡ଼ଠାକୁରଙ୍କ ରଥ ଚକ ଆଗମନ କରିବାର ଏହା ପ୍ରଥମ ଘଟଣା ଥିଲା ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ଗତ ରବିବାର ୧୧ ତାରିଖର ଶୁକ୍ଳପକ୍ଷ ଦ୍ଵିତୀୟା ତିଥିର ଶୁଭ ଦିବସରରେ ଚକ ଭ୍ରମଣ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ରଥ ଉପରେ ଶୋଭା ପାଉଥିବା ତିନିଦିଅଁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ଶୁଭଦ୍ରା ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଶ୍ରୀ ଜଗନ୍ନାଥ ସେବା ସମିତି ର ସଦସ୍ୟ ବୃନ୍ଦ ତଥା ଶତାଧିକ ଭକ୍ତ ଏହି ଭବ୍ୟ ଚକ ର ଦିବ୍ୟ ଦର୍ଶନ ଲାଭ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଉଦ୍ୟୋକ୍ତା ପୁରନ୍ଦର ମିଶ୍ର, ଗୁରୁଶ୍ରୀ ସଦନ ତିୱାରୀ, ବିଜେପି ନେତା ସଂଜୟ ଶ୍ରୀବାସ୍ତବ, କିଶୋର ମହାନନ୍ଦ, ରୋହିତ ସାହୁ, ସୀମା ସନ୍ତୋଷ ସାହୁ, ସୁନୀଲ କୁକ୍ରେଜା, ଅଜୟ ଦେବତା, ସୌରଭ ମିଶ୍ର ଓ ଅର୍ପିତ ସୂର୍ଯ୍ୟବଂଶୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଏହାପରେ ଚକ ଆସୀନଥିବା ଏହି ସୁନ୍ଦର, ସୁଶୋଭିତ ରଥ ଟିକୁ ଭଜନ, କୀର୍ତ୍ତନ ଓ ଢୋଲ ବାଦକ ଦଳଙ୍କ ସହିତ ନଗର ଭ୍ରମଣ ପାଇଁ ବିଦା କରାଯାଇଥିଲା। ଖୁବ ଜାକଜମକ,ସାହି ରୋଷଣୀ ଓ ଭକ୍ତଗଣଙ୍କର ପ୍ରବଳ ଆନଂଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ମଧ୍ୟରେ ମନ୍ଦିର ରୁ ବାହାରିଥିବା ଏହି ରଥ ଚକ ଶୋଭାଯାତ୍ରାର ନେତୃତ୍ୱ ପୁରୁନ୍ଦର ମିଶ୍ର କରିଥିଲେ।

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଫେବ୍ରୁଅ‌େରି ୧୧ ତାରିଖ ରୁ ୨୧ତାରିଖ ପର୍ଯ୍ୟନ୍ତ ଏହି ରଥ ରାୟପୁରର କୋଣ ଅନୁକୋଣରେ ଭ୍ରମଣ କରିବ। ଏହି ସମୟରେ ରଥ ରାଜଧାନୀର ପ୍ରସିଦ୍ଧ ରାମ ମନ୍ଦିର, ରାଜ୍ୟପାଳ ଙ୍କର ନୀବାସ ରାଜଭବନ, ମୁଖ୍ୟମନ୍ତ୍ରୀ ଙ୍କର ନୀବାସ ଏବଂ ଜେଲ ଆଦି ଗ୍ରସ୍ତ କରିବ ।ପରବର୍ତ୍ତୀ ପର୍ଯ୍ୟାୟରେ ଏହି ରଥ ଫେବ୍ରୁଆରି ୨୨ ତାରିଖରୁ ଛତିଶଗଡ଼ର ମହାସମୁନ୍ଦ ତଥା ଓଡ଼ିଶାର ରାଜଖଡ଼ିଆର ରୋଡ଼, କୋମନା ଓ ବରଗଡ଼ ଆଦି ଅଞ୍ଚଳ ଭ୍ରମଣ କରିବାକୁ ଯାଉଥିବା ଜଣାଯାଇଛି।
ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ପୁରୀଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।ସେହି ସମୟରେ ରଥ ଚକ ସ୍ପର୍ଶ କରିବା ମାତ୍ରେ ଜୀବନର ସମସ୍ତ ପାପ କ୍ଷୟ ଘଟିଥାଏ ବୋଲି ବିଶ୍ୱାସ ରହିଛି।କିନ୍ତୁ ରଥଯାତ୍ରା କାଳରେ ଭାରି ଭିଡ଼ ଯୋଗୁଁ ଚକକୁ ଛୁଇଁବା ଲୋକମାନଙ୍କ ପକ୍ଷରେ ସମ୍ଭବ ପର ହୋଇନଥାଏ। ଏହି ଦୃଷ୍ଟିରୁ ଭକ୍ତଗଣ ଙ୍କର ପୁଣ୍ୟ ପ୍ରାପ୍ତି ଉଦ୍ଦେଶ୍ୟରେ ଏହି ଚକ ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ପୁରନ୍ଦର ମିଶ୍ର ସୁଚାଇଛନ୍ତି। ଏହି ଚକଯାତ୍ରା ପର୍ଯ୍ୟାୟରେ ଛତିଶଗଡ଼ ଓ ଓଡ଼ିଶାର ଲକ୍ଷାଧିକ ଶ୍ରଦ୍ଧାଳୁ ନନ୍ଦିଘୋଷ ରଥର ଚକକୁ ଛୁଇଁବାର ପରମ ସୌଭାଗ୍ୟ ପ୍ରାପ୍ତ କରିବେ ବୋଲି ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button