ଦେଶ ବିଦେଶ

କେମିକାଲ୍‌ରୁ ଲାଗିଲା ନିଆଁ : ୬ ଜୀବନ୍ତ ଦଗ୍ଧ – bajravana

[ad_1]

ଭୁବନେଶ୍ୱର, ୧୩/୧୧ : ହାଇଦ୍ରାବାଦରେ ଘଟିଛି ଏକ ଅଘଟଣ । କାର୍ ରିପ୍ୟାରିଙ୍ଗ ବେଳେ ଲାଗିଲା ନିଆଁ । ଏହି ଦୁର୍ଘଟମାରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ କାର୍ ମରାମତି ଚାଲିଥିଲା । ଆଉ ଏହି ବେଳେ ରାସାୟନିକ ପଦାର୍ଥରୁ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ନିଆଁର ଆଁରେ ଜଳିଯାଇଥିଲେ ୬ ଜଣ । ଆହୁରି ଅନେକ ଆହତ ହୋଇଛନ୍ତି । ଅଘଟଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯାହା କୁହାଯାଉଛି ସୂଚନା ପାଇବା ଅନେକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯେଉଁଥିରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିଲ୍ଡିଂର ସିଡ଼ି ଚଢି ଲୋକଙ୍କୁ କିପରି ଉଦ୍ଧାର କରୁଛନ୍ତି ତାହା ଦେଖାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ରାସାୟନିକ ପଦାର୍ଥ ଯୋଗୁଁ ନିଆଁ ଲାଗିଯାଇଥିଲା । ଫଳରେ ପାଣି ମାଡ ପରେ ବି ଲିଭିନଥିଲା ଲିଆଁ । ଏବେ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇପାରିନି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button