ଖେଳ ଖବର

ହୃଦୟ ଭାଙ୍ଗିଦେଲେ ହାର୍ଟଲି: ପଦାର୍ପଣରେ ୭ ୱିକେଟ୍ ନେଲେ – bajravana

[ad_1]

ହାଇଦ୍ରାବାଦ: ପ୍ରଥମ ଟେଷ୍ଟ୍ ପଦାର୍ପଣରେ ୭ ୱିକେଟ୍ ଦଖଲ କରି ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛନ୍ତି ଟମ୍ ହାର୍ଟଲି। ୨୪ ବର୍ଷୀୟ ଏହି ବାମହାତୀ ସ୍ପିନର୍‌ ଅପ୍ରତ୍ୟାଶିତ ଭାବେ ଭାରତକୁ ୨୩୧ ରନ୍ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ଦେଇନାହାନ୍ତି। ପ୍ରଥମ ପାଳିରେ ମାତ୍ର ୨ ୱିକେଟ୍ ନେଇଥିବା ଏହି ନବାଗତ ବୋଲର ଏକା ଏକା ଭାରତ ଦ୍ବିତୀୟ ପାଳିକୁ ଚରିଯିବାରୁ ରୋହିତ ଶର୍ମାଙ୍କ ଦଳ ୨୦୨ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ୨୮ ରନ୍ ବିଜୟ ସହିତ ଇଂଲଣ୍ଡ ମଧ୍ୟ ୫ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଭାରତ ମଧ୍ୟ ଘରୋଇ ମାଟିରେ ୧୦୦ରୁ ଊର୍ଧ୍ବ ରନ୍ ପ୍ରଥମ ପାଳି ଅଗ୍ରଣୀ ସତ୍ତ୍ବେ ପ୍ରଥମ ଥର ଏକ ଟେଷ୍ଟ୍ ମ୍ୟାଚ୍‌ ହାରିଛି। ଏଥି ସହିତ ଶୃଙ୍ଖଳା‌ ଆରମ୍ଭରୁ ଇଂଲଣ୍ଡର ବାଜବଲ୍‌ ବନାମ ଭାରତର ସ୍ପିନ୍‌ବଲ୍‌ ଲଢ଼େଇରେ ବେନ୍ ‌ଷ୍ଟୋକ୍ସ-ବ୍ରେଣ୍ଡନ୍ ମ୍ୟାକଲମ୍‌ଙ୍କ କୌଶଳ କାମ ଦେଇଛି।

ପ୍ରଥମ ପାଳିରେ ଭାରତ ୧୯୦ ରନ୍‌ ଅଗୁଆ ରହିଥିଲେ ମଧ୍ୟ ଓଲି‌ ପୋପ୍‌ଙ୍କ ଲଢ଼ୁଆ ଶତକ (୧୯୬ ରନ୍‌) ବଳରେ ଇଂଲଣ୍ଡ ରବିବାର ଚତୁର୍ଥ ଦିନରେ ୪୨୦ ରନ୍‌ କରି ନେଇଥିଲା। ପୋପ୍‌ଙ୍କ ଛଡ଼ା ଅନ୍ୟ କେହି ଅର୍ଦ୍ଧଶତକଟିଏ ସଂଗ୍ରହ କରି ନ‌ଥିଲେ। ବେନ୍ ଫୋକ୍ସ (୩୪), ଟମ୍ ହାର୍ଟଲି (୩୪), ରେହାନ ଅହମ୍ମଦ (୨୮)ଙ୍କୁ ସାଥି କରି ପୋପ୍‌ ତିନୋଟି ନିର୍ଣ୍ଣାୟକ ଭାଗୀଦାରି ଗଢ଼ିଥିଲେ। ବେନ୍ ଫୋକ୍ସଙ୍କ ସହ ଶତକୀୟ (୧୧୨) ଭାଗୀଦାରି କରିଥିବାବେଳେ ରେହାନଙ୍କ ସହ ୬୪ ରନ୍ ଏବଂ ହାର୍ଟଲିଙ୍କ ସହ ୮୦ ରନ୍ ଯୋଡ଼ିଥିଲେ। ବୁମରାଙ୍କ ଦ୍ବାରା ବୋଲ୍ଡ ହୋଇ ପୋପ୍ ଶେଷ ୱିକେଟ୍‌ ଭାବେ ବିଦାୟ ନେଇଥିଲେ। ବୁମରା ୪ ୱିକେଟ୍ ନେଇ ସଫଳ ବୋଲର ଥିଲେ। କିନ୍ତୁ ଦ୍ବିତୀୟ ପାଳିରେ ଭାରତର ୩ ସ୍ପିନର୍‌ ଅଶ୍ବିନ, ଜାଡ଼େଜା, ଅକ୍ଷର ମିଳିତ ଭାବେ ୬ ୱିକେଟ୍ ଅକ୍ତିଆର କରିଥିଲେ ମଧ୍ୟ ୩୩୧ ରନ୍ ବ୍ୟୟ କରିଥିଲେ। ତଥାପି ୨୩୧ ରନ୍ ବିଜୟ ଲକ୍ଷ୍ୟ ଭାରତ ପାଇଁ କଷ୍ଟସାଧ୍ୟ ହେବ ନାହିଁ ବୋଲି ବିଶ୍ବାସ କରାଯାଉଥିଲା। କିନ୍ତୁ କୌଣସି ଖେଳାଳି ନିଜକୁ ପ୍ରୟୋଗ କରି ଖେଳିବା ଦେଖିବାକୁ ମିଳିନଥିଲା। ରୋହିତ ଶର୍ମା ଏବଂ କେଏଲ୍ ରାହୁଲ କିଛିଟା ଭଲ ଖେଳିଥିଲେ ମଧ୍ୟ ଲମ୍ବା ସମୟ ବ୍ୟାଟିଂ କରିପାରି ନଥିଲେ। ଫଳରେ ଭାରତ ଚତୁର୍ଥ ଦିନ ମଧ୍ୟାହ୍ନ ଭୋଜନ ବିରତି ପରେ ବ୍ୟାଟିଂ କରିବାକୁ ଆସି ଦୁଇଟି ସେସନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ବିଶେଷ କରି ଚା’ପାନ ବିରତି ପରେ ଭାରତ ୭ ୱିକେଟ୍‌ ହରାଇ ମ୍ୟାଚ୍‌ ହାତଛଡ଼ା କରି ଦେଇଥିଲା। ଟମ୍ ହାର୍ଟଲି ଗୋଟିଏ ଓଭରରେ ଭାରତୀୟ ଯୁବ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ ଶୁବମନ ଗିଲ୍‌ଙ୍କୁ ପ୍ୟାଭିଲିଅନ୍ ଫେରାଇ ଦେବା ପରେ ୯୫ ରନ୍ ଭିତରେ ରୋହିତ ଶର୍ମା ଓ ଅକ୍ଷର ପଟେଲଙ୍କୁ ମଧ୍ୟ ଆଉଟ୍ କରିଥିଲେ। ରାହୁଲଙ୍କୁ ରୁଟ୍‌ ଏଲବିଡବ୍‌ଲ୍ୟୁ କରିଦେବା ପରେ ରବୀନ୍ଦ୍ର ଜାଡ଼େଜାଙ୍କ ରନ୍ ଆଉଟ୍ ଭାରତକୁ ବିପଦରେ ପକାଇଥିଲା। ଶ୍ରୀକର ଭରତ ଓ ଆର୍ ଅଶ୍ବିନ ଅଷ୍ଟମ ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ି ଆଶା ଉଜ୍ଜୀବିତ କରିଥିଲେ। ଉଭୟଙ୍କୁ ଲଗାତାର ଓଭରରେ ଆଉଟ୍ କରି ହାର୍ଟଲି ହିଁ ଇଂଲଣ୍ଡର ବିଜୟକୁ ନିଶ୍ଚିତ କରିଥିଲେ। ଶେଷ ଯୋଡ଼ି ବୁମରା-ସିରାଜ ୨୫ ରନ୍ ଯୋଡ଼ି କିଛି ରୋମାଞ୍ଚ ବଢ଼ାଇଥିଲେ। ଶେଷକୁ ସିରାଜଙ୍କୁ ସପ୍ତମ ଶିକାର କରି ହାର୍ଟଲି ମଧ୍ୟ ଭାରତର ପାଳିରେ ଶେଷ ରେଖା ଟାଣି ଦେଇଥିଲେ। ଓଲି ପୋପ୍ ଏଭଳି କଷ୍ଟକର ପିଚ୍‌ରେ ୧୯୬ ରନ୍ ପାଳି ଖେଳିଥିବାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ ଟେଷ୍ଟ୍‌ ଫେବ୍ରୁଆରି ୨ ତାରିଖରୁ ବିଶାଖାପାଟଣାରେ ଖେଳାଯିବ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୨୪୬ (ବେନ୍ ଷ୍ଟୋକ୍ସ-୭୦, ଆର୍‌ ଆଶ୍ବିନ-୩/୬୮, ରବୀନ୍ଦ୍ର ଜାଡ଼େଜା-୩/୮୮, ଯଶପ୍ରୀତ୍ ବୁମରା-୨/୨୮, ଅକ୍ଷର ପଟେଲ୍‌-୨/୩୩)। ଭାରତ ପ୍ରଥମ ପାଳି: ୪୩୬ (ରବୀନ୍ଦ୍ର ଜାଡ଼େଜା-୮୭, କେଏଲ୍ ରାହୁଲ-୮୬, ଯଶସ୍ବୀ ଜୟସ୍ବାଲ-୮୦, ଜୋ ରୁଟ୍‌-୪/୭୯, ରେହାନ ଅହମଦ-୨/୧୦୫, ଟମ୍ ହାର୍ଟଲି-୨/୧୩୧)। ଇଂଲଣ୍ଡ ଦ୍ବିତୀୟ ପାଳି: ୧୦୨.୧ ଓଭରରେ ୪୨୦ (ଓଲି‌ ପୋପ୍‌-୧୯୬, ବେନ୍ ଡକେଟ୍‌-୪୭,‌ ବେନ୍ ଫୋକ୍ସ-୩୪, ଟମ ହାର୍ଟଲି-୩୪, ରେହାନ୍ ଅହମଦ-୨୮, ଯଶପ୍ରୀତ୍ ବୁମରା-୪/୪୧, ଆର୍ ଅଶ୍ବିନ-୩/୧୨୬, ରବୀନ୍ଦ୍ର ଜାଡ଼େଜା-୨/୧୩୧, ଅକ୍ଷର ପଟେଲ୍‌-୧/୭୪)। ଭାରତ ଦ୍ବିତୀୟ ପାଳି: ୬୯.୨ ଓଭରରେ ୨୦୨/୧୦ (ରୋହିତ ଶର୍ମା-୩୯, ଶ୍ରୀକର ଭରତ-୨୮, ଆର୍ ଅଶ୍ବିନ-୨୮, କେଏଲ ରାହୁଲ୍‌-୨୨, ଟମ୍ ହାର୍ଟଲି-୭/୬୨, ଜ୍ୟାକ୍ ଲିଚ୍‌-୧/୩୩, ଜୋ ରୁଟ୍‌-୧/୪୧)।

ଅଲୋଡ଼ା ୧/୧୦୬
‌ଟେଷ୍ଟ୍‌ କ୍ରିକେଟ୍‌ ଇତିହାସରେ ଭାରତୀୟ ଦଳ ନୂଆ ନିମ୍ନ ଛୁଇଁଛି। ଘରୋଇ ମାଟିରେ ଭାରତ ପ୍ରଥମ ପାଳିରେ ୧୦୬ ଥର ପ୍ରଥମ ପାଳିରେ ୧୦୦ରୁ ଊର୍ଧ୍ବ ଅଗ୍ରଣୀ ନେଇଥିବାବେଳେ ୭୦ ଥର ଜିତିଛି ଏବଂ ୩୫ ଥର ଡ୍ର’ ରଖିଛି। ପ୍ରଥମ ଥର ପାଇଁ ରବିବାର ଇଂଲଣ୍ଡ ନିକଟରୁ ହାରିଯାଇଛି। ଭାରତୀୟ କ୍ରିକେଟ୍ ଦଳ ପାଇଁ ଏହା ଏକ ଅଲୋଡ଼ା ରେକର୍ଡ ଆଣି ଦେଇଛି। କାରଣ ଭାରତ ଏହି ଟେଷ୍ଟରେ ପ୍ରଥମ ପାଳିରେ ୧୯୦ ରନ୍ ଅଗ୍ରଣୀ ନେଇଥିଲେ ମଧ୍ୟ ୨୮ ରନ୍‌ରେ ହାରିଛି। ମୋଟ ଉପରେ କିନ୍ତୁ ଭାରତ ପାଇଁ ଏହା ତୃତୀୟ ଉଦାହରଣ। ୨୦୧୫ରେ ଗାଲେରେ ଭାରତ ୧୯୩ ରନ୍ ଅଗ୍ରଣୀ ଥାଇ ଶ୍ରୀଲଙ୍କାଠାରୁ ଏବଂ ୨୦୨୨ରେ ବର୍ମିଂହାମରେ ୧୩୨ ରନ୍ ଅଗ୍ରଣୀ ନେଇ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button