ପ୍ରତି ମାସରେ କାହିଁକି ମହିଳାଙ୍କୁ ଭୋଗିବାକୁ ପଡିଥାଏ ମାସିକ ଧର୍ମର କଷ୍ଟ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ..
ଆଧୁନିକ ସମୟରେ ଅଟ୍ରୀ ମାନଙ୍କ ପ୍ରତି ଲୋକମାନଙ୍କ ଦ୍ରୁଷ୍ଟି ବ୍ୟାକ ସ୍ତରରେ ଚେଞ୍ଜେସ ଆସିବାରେ ଲାଗିଲାଣି । ଯଦି ଆମେ କଥା ହେବା ସ୍ତ୍ରୀ ମାନଙ୍କ ମାସିକ ଧର୍ମ ବିଷୟରେ ତେବେ ଲୋକମାନେ ଏହା ବିଷୟରେ ଖୋଲା ଖୋଲି କଥା ହେବାରେ ଲାଗିଲେଣି । କିନ୍ତୁ ଯଦି ପୂର୍ବ କାଳର ସମୟ କଥା କହିବା ବେଳେ ବେଳେ ମନରେ ପ୍ରଶ୍ନ ଉଠେ କି ସ୍ତ୍ରୀମାନଙ୍କୁ ମାସିକ ଧର୍ମ କାହିଁକି ଆସିଥାଏ ? ଏହା ପଛରେ ଗୋଟିଏ ପୌରାଣିକ କଥା ଅଛି । ଆମ ପୁରାଣରେ ଏହି ଭଳି କେତେ ଗୁଡିଏ କଥା ଶୁଣିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରୁ ଭାଗବତ ପୁରାଣରେ ବର୍ଣ୍ଣିତ ସ୍ତ୍ରୀ ମାନଙ୍କର ହେଉଥିବା ମାସିକ ଧର୍ମକୁ ଅଭିଶାପ ସହିତ ଯୋଡି କୁହାଯାଇଛି । ତେବେ ଚାଳନ୍ତୁ ଫ୍ରେଣ୍ଡ ସେହି ପୌରାଣିକ କଥା ବିଷୟରେ ଜାଣିବା ।
ଭାଗବତ ପୁରାଣର କାହାଣୀ ଅନୁସାରେ ଥରେ ବୃହସ୍ପତି ଯିଏ ଦେବତା ମାନଙ୍କର ଗୁରୁ ଥିଲେ, ସେ ଇନ୍ଦ୍ର ଦେବତା ଉପରେ ବହୁତ ରାଗିଗଲେ । ଏହି କାରଣରୁ ଅସୁରମାନେ ଦେବା ଲୋକ ଉପରକୁ ଆକ୍ରମଣ କରି ଦେଇଥିଲେ ଏବଂ ଇନ୍ଦ୍ରଙ୍କୁ ନିଜ ସିଂହାସନ ଛାଡି ଧାଇନବାକୁ ପଡିଥିଲା । ଅସୁର ଠାରୁ ନିଜକୁ ବଞ୍ଚାଇ ଇନ୍ଦ୍ର ବ୍ରହ୍ମାଙ୍କୁ ସାହାର୍ଯ୍ୟ ମାଗିଥିଲେ । ସେତେବେଳେ ବ୍ରହ୍ମା କହିଲେ କି ତୁମକୁ ଗୋଟେ ବ୍ରହ୍ମା ଜ୍ଞାନୀଙ୍କ ସେବା କରିବା ପାଇଁ ପଡିବ । ଯେତେବେଳେ ସେ ଖୁସି ହେଇଯିବେ ସେତେବେଳେ ତୁମକୁ ତୁମ ସିଂହାସନ ଅବଶ୍ୟ ମିଳିଯିବ ।
ବ୍ରହ୍ମାଙ୍କ ଆଦେଶ ଅନୁସାରେ ଇନ୍ଦ୍ର ଜଣେ ବ୍ରହ୍ମା ଜ୍ଞାନୀଙ୍କ ସେବା କରିବାରେ ଲାଗିଲେ । କିନ୍ତୁ ସେ ଏହି କଥା ଜାଣି ନଥିଲେ ଯେ ସେହି ଜ୍ଞାନୀଆର ମାତା ଜଣେ ଅସୁର ଥିଲେ । ତେଣୁ ସେହି ଜ୍ଞାନୀର ଅସୁର ମାନଙ୍କ ପ୍ରତି ବିଶେଷ ସ୍ଥାନ ରହିଥିଲା ଇନ୍ଦ୍ର ଦେବଙ୍କ ଦ୍ଵାରା ଅର୍ପଣା କରାଯାଉଥିବା ସମସ୍ତ ହୁମର ସାମଗ୍ରୀ ଯାହା ଠାକୁର ମାନଙ୍କୁ ଚଢାଇବାର ଥିଲା ସେହି ଜ୍ଞାନୀ ତାହାକୁ ଅସୁରମାନଙ୍କୁ ଚଢାଉଥିଲା ।
ଏଥିରେ ତାଙ୍କର ସବୁ ସେବା ଭଙ୍ଗ ହେଉ ଯାଉଥିଲା । ଯେତେବେଳେ ଇନ୍ଦ୍ର ଦେବଙ୍କୁ ଏହି ସବୁ କଥା ଜଣା ପଡିଲା ସେ ବହୁତ କ୍ରୋଧିତ ହୋଇଗଲେ ଏବଂ ସେ ସେହି ବ୍ରହ୍ମା ଜ୍ଞାନୀଙ୍କୁ ହତ୍ୟା କରି ଦେଇଥିଲେ ।ଜଣେ ଗୁରୁଙ୍କୁ ହତ୍ୟା କରିବା ବହୁତ ପାପ ଅଟେ । ଯେଉଁ କାରଣରୁ ଇନ୍ଦ୍ରଙ୍କ ଉପରେ ବ୍ରହ୍ମା ହତ୍ୟାର ପାପ ଲାଗିଥିଲା । ଏହି ପାପ ଏକ ଭୟାନକ ଅସୁରର ରୂପ ନେଇ ଇନ୍ଦ୍ରଙ୍କୁ ପିଛା କରିବାରେ ଲାଗିଲା । ଯେ କୌଣସି ମତେ ଇନ୍ଦ୍ର ନିଜକୁ ଏକ ଫୁଲ ଭିତରେ ଲୁଚାଇ ଦେଇଥିଲେ । ଓ ୧ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିବାରେ ଲାଗିଥିଲେ ।
ଯେଉଁଥିରେ ବିଷ୍ଣୁ ଖୁସି ହେଇ ଇନ୍ଦ୍ରଙ୍କୁ ବଞ୍ଚାଇ ତ ଦେଇଥିଲେ କିନ୍ତୁ ତାଙ୍କ ଉପରେ ଲାଗିଥିବା ପାପରୁ ମୁକ୍ତି ପାଇଁ ଏକ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏଥିପାଇଁ ଇନ୍ଦ୍ରଙ୍କୁ ଗଛ, ଜଳ, ଭୂମି ଓ ସ୍ତ୍ରୀ ଙ୍କୁ ନିଜ ପାପର କିଛି କିଛି ଭାଗ ଦେବାର ଥିଲା । ଇନ୍ଦ୍ରଙ୍କ କହିବା ଅନୁସାରେ ସମସ୍ତେ ପ୍ରସ୍ତୁତ ତ ହେଇଗଲେ କିନ୍ତୁ ସେମାନେ ଏହା ପରିବର୍ତ୍ତେ ଇନ୍ଦ୍ରଙ୍କୁ ଏକ ବରଦାନ ମଧ୍ୟ ମାଗିଥିଲେ ।