ଜ୍ୟୋତିଷ

ରାଶି ଅନୁସାରେ ଜାଣନ୍ତୁ କେମିତି ହୋଇଥିବେ ଆପଣଙ୍କର ହେବାକୁ ଥିବା ପତ୍ନୀ, କିପରି ହୋଇଥିବ ତାଙ୍କ ସ୍ଵଭାବ

ସାଙ୍ଗମାନେ ପ୍ରତ୍ୟେକ ପୁଅ ଚାହାଁନ୍ତି ଥରେ ଲାଇଫରେ ସେଟଲ ହେବା ପରେ ସେ ଚଟାପଟ ବାହା ହେଇଯିବାକୁ,ଏମିତିରେ ସେ ନିଜର ବାହାଘର ସ୍ଵପ୍ନ ଦେଖିବା ଆରମ୍ଭ କରିଦିଅନ୍ତି | ଏହି ସମୟରେ ତାଙ୍କ ମନରେ ବିଭିନ୍ନ ପ୍ରକାରର ଭାବନା ଆସେ , ଯେମିତି କି ମୋ ଭାବି ସ୍ତ୍ରୀ କେମିତିକା ହେବ ? ତା’ର ମୋ ସହିତ ପଡିବ କି ନାଇଁ ? ଇତ୍ୟାଦି ଇତ୍ୟାଦି | ଏହିସବୁ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ରାଶି ଆଧାରରେ ଆପଣଙ୍କ ଭାବି ସ୍ତ୍ରୀର ସ୍ଵଭାବ କିପରି ହେବ ଜଣାଇବୁ |

ମେଷ ରାଶି :

ଏହି ରାଶିର ଅଧିକତର ଲୋକଙ୍କୁ ଶାନ୍ତ ସ୍ଵଭାବର ସ୍ତ୍ରୀ ମିଳେ| ତେଣୁ ଏମାନଙ୍କ ମଧ୍ୟରେ ଲଢାଇ ଝଗଡା କମ ହୁଏ | ଏମାନଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ |

ବୃଷ ରାଶି :

 

ଏହି ରାଶିର ଲୋକଙ୍କୁ ରାଗି ସ୍ତ୍ରୀ ମିଳେ | ଆପଣଙ୍କ ଭାବି ସ୍ତ୍ରୀର ନାକ ଉପରେ ରାଗ ବସି ରହିଥାଏ | ଏଭଳି ସ୍ଥିତିରେ ଆପଣଙ୍କୁ ତାଙ୍କ ଅନୁସାରେ କୁହାଯାଇଥିବା ରାସ୍ତାରେ ହିଁ ଚାଲିବାକୁ ପଡିବ |ଯଦି ଆପଣ ସେମିତି ନ କରିବେ ତେବେ ଆପଣ ଦୁହିଙ୍କର ଲଢାଇ ଝଗଡା ହେବା ନିଶ୍ଚିତ |

ମିଥୁନ ରାଶି :

 

ଗପୁଡି ସ୍ଵଭାବର ଝିଅମାନେ ଏହି ରାଶିର ଲୋକମାନଙ୍କର ସ୍ତ୍ରୀ ହୁଅନ୍ତି | ଏମାନଙ୍କର କଥାବାର୍ତା କରିବାର ବହୁତ ସଉକ ଥାଏ | ଏମାନେ ଏତେ କଥାବାର୍ତା କରନ୍ତି ଯେ ଆପଣଙ୍କୁ କଥା କହିବାର ମୌକା ଦେବେ ନାହିଁ | ତେବେ ଏହା ଆପଣଙ୍କ ଉପରେ ନିର୍ଭର କରୁଛି ଯେ ଆପଣ ତା କଥାବାର୍ତାରେ ଖୁସି ହେବେ କି ଦୁଃଖୀ |

କର୍କଟ ରାଶି :

ଏହି ରାଶିର ଲୋକ ମାନଙ୍କୁ ବହୁତ ମେଳାପୀ ସ୍ତ୍ରୀ ମିଳନ୍ତି | ଏମାନଙ୍କ ସ୍ତ୍ରୀ ଘରର ସବୁ ଲୋକ ଏବଂ ବନ୍ଧୁବାନ୍ଧବଙ୍କ ସାଥିରେ ଖୁବ ସହଜରେ ମିଳିମିଶି ଯାଆନ୍ତି | ଏମାନଙ୍କର କହିବାର ଶୈଳୀ ସମସ୍ତଙ୍କୁ ପସନ୍ଦ ଆସେ |

ସିଂହ ରାଶି :

 

ଏହି ରାଶିର ଲୋକଙ୍କୁ ଝଗଡାଳୁ ସ୍ତ୍ରୀ ମିଳେ |ଏମାନେ ସବୁ କଥାରେ ଝଗଡା କରିବାକୁ ପ୍ରସ୍ତୁତ ହୋଇ ବସିଥାନ୍ତି |କେହି ବି ତାଙ୍କ ସହ ଟକ୍କର ଦେବା ପୂର୍ବରୁ ଦଶଥର ଭାବିବାକୁ ପଡେ | ସେ ଆପଣଙ୍କ ପାଇଁ ଅନ୍ୟମାନଙ୍କ ସହ ମଧ୍ୟ ଲଢିଯାନ୍ତି ଏବଂ ଆପଣଙ୍କୁ ବେଶି କିଛି କରିବାକୁ ପଡି ନଥାଏ |

କନ୍ୟା ରାଶି :

ଏହି ରାଶିର ଲୋକଙ୍କ ଜୀବନରେ ବହୁତ ବୁଝାଶୁଣା ଚିନ୍ତାଧାରା ଥିବା ସ୍ତ୍ରୀ ଆସନ୍ତି | ଏମାନଙ୍କର ସ୍ତ୍ରୀର ଖାସ କଥା ଏହା ଯେ ସେ ଘରର ସମସ୍ତଙ୍କୁ ସାଥିରେ ନେଇ ଚାଲନ୍ତି | ତାଙ୍କ ମନରେ କାହାରି ପ୍ରତି ଖରାପ ଭାବନା ନଥାଏ |

ତୁଳା ରାଶି :

ଏହି ରାଶିର ଲୋକଙ୍କୁ ହସକୁରି ସ୍ତ୍ରୀ ମିଳେ | ସେ ସବୁବେଳେ କମ ଟେନସନ ନେବା ପସନ୍ଦ କରନ୍ତି |ତାଙ୍କର ଏହି ଭଲଗୁଣ ଆପଣଙ୍କୁ ଟେନସନ ଫ୍ରୀ ଜୀବନ ବଞ୍ଚିବାକୁ ଦେଇଥାଏ |

ବିଛା ରାଶି :

 

ଏହି ରାଶିର ଲୋକମାନଙ୍କୁ ଚାଲାଖ ଚତୁର ସ୍ଵଭାବର ସ୍ତ୍ରୀ ମିଳନ୍ତି |କୌଣସି ବି ସମସ୍ୟାକୁ ଚତୁରତାର ସହ ଦୁରେଇଦେବା ଏମାନଙ୍କର ରକ୍ତରେ ଥାଏ | ଏମାନଙ୍କୁ ବୋକା ବନେଇବା ସହଜ ନୁହେଁ ,ଅସମ୍ଭବ ମଧ୍ୟ ଅଟେ |

ଧନୁ ରାଶି:

ଏମାନଙ୍କ ସ୍ତ୍ରୀ ବହୁତ ଖର୍ଚି ସ୍ଵଭାବର ହୋଇଥାନ୍ତି ଅର୍ଥାତ ଏମାନଙ୍କୁ ଖର୍ଚ କରିବା, ସପିଙ୍ଗ ରେ ଯିବା ଏବଂ ନୂଆ ନୂଆ ଜାଗା ବୁଲିବା ବହୁତ ପସନ୍ଦ |ଏମାନେ ପଇସାର ମୂଲ୍ୟ ବୁଝନ୍ତି ନାହିଁ |

ମକର ରାଶି :

ଏମାନଙ୍କୁ ଖୋଲା ମିଜାଜର ପତ୍ନୀ ମିଳନ୍ତି | ଏମାନେ କଟକଣାରେ ରହିବାକୁ ପସନ୍ଦ କରନ୍ତି ନାହିଁ | ଏମାନେ ସବୁ କାମ ନିଜ ଇଚ୍ଛା ଅନୁସାରେ କରନ୍ତି |

କୁମ୍ଭ ରାଶି :

 

ଏମାନଙ୍କୁ ପୁରା ଫିଲ୍ମୀ ଆଉ ନଉଟଙ୍କି କଲାବାଲା ସ୍ତ୍ରୀ ମିଳନ୍ତି |ଏମାନେ ନିଜର ବ୍ୟବହାର ଦ୍ଵାରା ସମସ୍ତଙ୍କର ମନୋରଞ୍ଜନ କରନ୍ତି |ଏମାନଙ୍କର ଏହି ସବୁ ଅଭ୍ୟାସ ଯୋଗୁଁ ଏମାନଙ୍କର ସ୍ଵାମୀ ସର୍ବଦା ଖୁସିରେ ରୁହନ୍ତି |

ମୀନ ରାଶି :

ଏମାନଙ୍କର ସ୍ତ୍ରୀ ବହୁତ ଲାଜକୁଳୀ ସ୍ଵଭାବର ହୋଇଥାନ୍ତି |ଏମାନେ କାହା ସହ ଅଧିକା କଥା ହେବାକୁ ପସନ୍ଦ କରନ୍ତି ନାହିଁ |

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button