ନେଦରଲାଣ୍ଡ୍ସ ଆଗରେ ୨୮୭ ରନ୍ର ବିଜୟ ଲକ୍ଷ୍ୟ ରଖିଲା ପାକିସ୍ତାନ, ରିଜୱାନ ଓ ସକିଲ୍ଙ୍କ ଅର୍ଦ୍ଧଶତକ – bajravana
[ad_1]
ହାଇଦ୍ରାବାଦ୍: ମଧ୍ୟକ୍ରମର ବ୍ୟାଟର ମହମ୍ମଦ ରିଜୱାନ ଓ ସାଉଦ ସକିଲ୍ଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୪୯ ଓଭରରେ ସମସ୍ତ ୧୦ଟି ୱିକେଟ୍ ହରାଇ ୨୮୬ ରନ୍ ସଂଗ୍ରହ କରିଛି। ଫଳରେ ନେଦରଲାଣ୍ଡ୍ସକୁ ଏହି ମ୍ୟାଚ୍ ବିଜୟ ପାଇଁ ୨୮୭ ରନ୍ ଲକ୍ଷ୍ୟ ମିଳିଛି। ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଜାରିଥିବା ଆଇସିସି କ୍ରିକେଟ୍ ବିଶ୍ବକପ୍-୨୦୨୩ର ଦ୍ବିତୀୟ ମୁକାବିଲାରେ ଶୁକ୍ରବାର ଟସ୍ ଜିଣି ନେଦରଲାଣ୍ଡ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।
ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟିଂ ଅତି ନୈରାଶ୍ୟ ଜନକ ଥିଲା। ଦଳୀୟ ସ୍କୋର ୩୮ ରନ୍ରେ ଆଗଧାଡ଼ିର ତିନି ଜଣ ଖେଳାଳି ଆଉଟ୍ ହୋଇ ପାଭଲିଅନକୁ ଫେରି ଆସିଥିଲେ। ପ୍ରାରମ୍ଭିକ ବ୍ୟାଟର ଫକର ଜାମନ ୧୨ ରନ୍ ଓ ଇମାମ ଉଲ୍ ହକ୍ ୧୫ ରନ୍ କରିଥିଲେ। ଅଧିନାୟକ ବାବର ଆଜମ ମଧ୍ୟ ଅଳ୍ପ ସମୟ ପରେ କ୍ରିଜ୍ରୁ ବିଦାୟ ନେଇଥିଲେ। ସେ ୧୮ଟି ବଲ୍ ସାମ୍ନା କରିଥିଲେ ହେଁ ଦଳ ପାଇଁ ମାତ୍ର ୫ ରନ୍ ଯୋଗଦାନ ଦେଇଥିଲେ।
ଚତୁର୍ଥ ୱିକେଟ୍ରେ ପାକିସ୍ତାନ ଭଲ ପ୍ରଦର୍ଶନ କରିଥିଲା। ମହମ୍ମଦ ରିଜୱାନ ଓ ସାଉଦ ସକିଲ ୧୨୦ ରନ୍ର ଭାଗିଦାରୀ ହୋଇ ପାରିଥିଲେ। ସକିଲ ୫୨ଟି ବଲ୍ ସାମ୍ନା କରି ୯ଟି ଚୌକା ଓ ଗୋଟିଏ ଛକା ସହିତ ୬୮ ରନ୍ କରିଥିଲେ। ମହମ୍ମଦ ରିଜୱାନ ୫ମ ୱିକେଟ୍ରେ ଇଫତିକାର ଅହମଦଙ୍କ ସହିତ ୨୪ ରନ୍ର ଭାଗିଦାରୀ ହୋଇପାରିଥିଲେ। ସେ ଆଉଟ୍ ହୋଇ ପାଭଲିଅନ୍କୁ ଫେରିବା ପୂର୍ବରୁ ବ୍ୟକ୍ତିଗତ ଭାବେ ୬୮ ରନ୍ ଯୋଗଦାନ ଦେଇଥିଲେ। ସେ ୭୫ଟି ବଲ୍ ଖେଳି ୮ଟି ଚୌକା ମାରିଥିଲେ। ଇଫତିକାର ଅହମଦ ବ୍ୟକ୍ତିଗତ ଭାବେ ୯ ରନ୍ କରି ଆଉଟ୍ ହୋଇଥିଲେ।
ମହମ୍ମଦ ନୱାଜ ଓ ସଦାବ ଖାନ୍ ୭ମ ୱିକେଟ୍ରେ ପାକିସ୍ତାନ ପାଇଁ ୬୪ ରନ୍ର ଭାଗିଦାରୀ ହେବା ସହିତ ଦଳୀୟ ସ୍କୋରକୁ ଆଗକୁ ନେଇଯାଇଥିଲେ। ସଦାବ ୪୩ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୩୨ ରନ୍ ସଂଗ୍ରହ କରିଥିଲେ। ନୱାଜ ପାଭଲିଅନ ଫେରିବା ପୂର୍ବରୁ ୪୩ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ସହିତ ୩୯ ରନ୍ ସଂଗ୍ରହ କରିଥିଲେ। ଏହା ପୂର୍ବରୁ ହାସନ ଅଲିଙ୍କୁ ପାକିସ୍ତାନ ହରାଇଥିଲା। ହିସ ରୌଫ ୧୬ ରନ କରିଥିଲେ। ସାହିନ ଶାହ ଆଫ୍ରିଦି ଅପରାଜିତ ୧୩ ରନ୍ କରିଥିଲେ। ନେଦରଲାଣ୍ଡ୍ସ ପକ୍ଷରୁ ବାସ୍ ଡି’ ଲିଡେ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। କୋଲିନ୍ ଆକେରମାନଙ୍କୁ ୨ଟି ୱିକେଟ୍ ମିଳିଥିଲା।
[ad_2]