ଓଡିଶା

ସୌମ୍ୟ ବାବୁ ବିଜୁ ଜନତା ଦଳକୁ ଠିକ୍ ବାଟରେ ନେବାକୁ ଚାହୁଁଛନ୍ତି: ସାଂସଦ ଅପରାଜିତା ଷଡ଼ଙ୍ଗୀ – bajravana

[ad_1]

ଭୁବନେଶ୍ବର: ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲ ସମ୍ପାଦକୀୟକୁ ନେଇ ପୁଣି ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକ ଏକ ସମ୍ପାଦକୀୟ ଲେଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ଆଲେଖ୍ୟରେ ସେ ୫-ଟି ସଚିବଙ୍କ ଗସ୍ତକୁ ସମାଲୋଚନା କରିବା ସହ ଏନେଇ ବିଭିନ୍ନ ପ୍ରସଙ୍ଗର ଅବତାରଣା କରିଛନ୍ତି।

ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସାଂସଦ କହିଛନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ବରିଷ୍ଠ ବିଧାୟକ। ବହୁ ଅଭିଜ୍ଞ ଲୋକ, ବହୁତ କିଛି ଜିନିଷ ସେ ଜାଣନ୍ତି। ବହୁତ ଜ୍ଞାନୀ ଲୋକ। ଯେଉଁଟା ସେ କହୁଛନ୍ତି ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ଓ ବିଜୁ ଜନତା ଦଳର କର୍ତ୍ତବ୍ୟ ସେ ସବୁ କଥାକୁ ଗୁରୁତ୍ୱ ଦେବେ। ତା ଉପରେ ବିଚାର କରିବା ଦରକାର। ଲାଗୁଛି ସୌମ୍ୟ ବାବୁ ଠିକ ବାଟରେ ବିଜୁ ଜନତା ଦଳକୁ ନେଇକି ଯିବାକୁ ଚାହୁଁଛନ୍ତି।

ଅପରାଜିତା ଷଡ଼ଙ୍ଗୀ ଆହୁରି କହିଛନ୍ତି, ସଚିବ ସ୍ତରର ଜଣେ ସରକାରୀ କର୍ମଚାରୀଙ୍କୁ ଏନଟାଇଟେଲମେଣ୍ଟ ଅନୁଯାୟୀ ଯେତେ ସିକ୍ୟୁରିଟି ମିଳିବା କଥା। କିନ୍ତୁ ତାଙ୍କର ତ କିଛି ଏନଟାଇଟେଲମେଣ୍ଟ ନାହିଁ। ସେ ଆଜି ନ ହେଲେ କାଲି ପଲିଟିକ୍ସରେ ଯିବେ। ସେଥିପାଇଁ ସେ ନିଜକୁ ଲଞ୍ଚ କରାଉଛନ୍ତି। ସରକାରୀ ଟଙ୍କା ଖର୍ଚ୍ଚ କରାଇ, ସରକାରୀ କଳକୁ ବ୍ୟବହାର କରି ଏଇ ସଚିବସ୍ତରର କର୍ମଚାରୀ ନିଜକୁ ଲଞ୍ଚ କରୁଛନ୍ତି। ସାଢ଼େ ଚାରି କୋଟି ଲୋକ ତାହା ବୁଝି ସାରିଲେଣି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button