ଓଡିଶା

ବରମୁଣ୍ଡାରେ ତିନି ଜଣଙ୍କୁ ହତ୍ୟା ଘଟଣା: ୨୭ ବର୍ଷ ପରେ ଆସିଲା ରାୟ, ଆଜୀବନ ସଜ୍ଜା କାଟିବେ ୩ ‌ଦୋଷୀ – bajravana

[ad_1]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳର ବହୁଚର୍ଚ୍ଚିତ ତିନିଜଣଙ୍କୁ ହତ୍ୟା ଘଟଣାର ରାୟ ୨୭ ବର୍ଷ ପରେ ପ୍ରକାଶ ପାଇଛି। ଭୁବନେଶ୍ବର ଏଡିଜେ-୨ ଶୁକ୍ରବାର ଦିନ ଏହି ମାମଲାର ବିଚାର କରି ୩ ଜଣ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାନ୍ୟବର କୋର୍ଟ ରୁଦ୍ର, ଜିତୁ ଓ ଚିତ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ଯେ, ଭୁବନେଶ୍ବରର ବରମୁଣ୍ଡାରେ ୧୯୯୬ ମସିହା ଜୁଲାଇ ୧୧ ତାରିଖ ଦିନ ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବିଶ୍ୱଜିତ ନାୟକ, ଦିଲ୍ଲୀପ ରାୟ ଓ ଶାରଦା ରଥଙ୍କୁ ରୁଦ୍ର, ଜିତୁ ଓ ଚିତ୍ତ ହତ୍ୟା କରିଥିଲେ। ସେଦିନ ବରମୁଣ୍ଡା ସମେତ ପୂରା ଭୁବନେଶ୍ବରରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୁଲିସ ତଦନ୍ତରୁ ଖୁଲାସା ହୋଇଥିଲା। ପୁଲିସ ରୁଦ୍ର, ଜିତୁ ଓ ଚିତ୍ତଙ୍କୁ ଗିରଫ କରି ଜେଲ ପଠାଇଥିବା ବେଳେ କିଛି ଦିନ ପୂର୍ବରୁ ଚତୁର୍ଥ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି। ଭୁବନେଶ୍ବର ଏଡିଜେ-୨ ଆଜି ସାକ୍ଷୀମାନଙ୍କର ବୟାନକୁ ଭିତ୍ତି କରି ୩ ଜଣ ଦୋଷୀଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button