ଶତକ ହାସଲ ପରେ ଦେଖିବାକୁ ମିଳିଲା ୱାର୍ଣ୍ଣରଙ୍କ ‘ପୁଷ୍ପା’ ଷ୍ଟାଇଲ, ଦେଖନ୍ତୁ ଭିଡିଓ – bajravana
[ad_1]
ମୁମ୍ବାଇ: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍ ଡେଭିଡ ୱାର୍ଣ୍ଣରଙ୍କ ଦକ୍ଷିଣୀ ଭାରତୀୟ ଚଳଚ୍ଚିତ୍ର ପ୍ରତି ଭଲ ପାଇବା କାହାରିକୁ ଅଛପା ନାହିଁ | ତାଙ୍କୁ ଅନେକ ସମୟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଗୀତରେ ନାଚୁଥିବା ଦେଖିବାକୁ ମିଳିଥାଏ | ୱାର୍ଣ୍ଣର ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କର ଜଣେ ବଡ଼ ପ୍ରଶଂସକ | ଆଜି ମଧ୍ୟ ଏହାର ଏକ ଝଲକ ଦେଖିବାକୁ ମିଳିଥିଲା | ବାସ୍ତବରେ ବିଶ୍ୱକପ ୨୦୨୩ରେ ପାକିସ୍ତାନ ବିପକ୍ଷରେ ଏକ ଶତକ ହାସଲ କରିବା ପରେ ସେ ଆକର୍ଷଣୀୟ ଢଙ୍ଗରେ ଏହାକୁ ସେଲିବ୍ରେଟ କରିଥିଲେ | ୱାର୍ଣ୍ଣର ନିଜର ଶତକ ହାସଲ କରିବା ପରେ ଅଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ ପୁଷ୍ପା ଶୈଳୀରେ ସେଲିବ୍ରେଟ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ତେବେ ଏହା ପ୍ରଥମ ଥର ନୁହେଁ | ଅକ୍ଟୋବର ୩ ରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳାଯାଉଥିଲା। ୱାର୍ଣ୍ଣର ସୀମାରେ ଫିଲ୍ଡିଂ କରୁଥିଲେ। ଆଉ ଫିଲ୍ମ ‘ପୁଷ୍ପା’ର ସୁପରହିଟ୍ ଗୀତ ‘ଶ୍ରୀବାଲି’ ବାଜିବା ମାତ୍ରେ ୱାର୍ଣ୍ଣର ନିଜକୁ ଅଟକାଇ ପାରିନଥିଲେ ଆଉ ପଡ଼ିଆରେ ନାଚିବା ଆରମ୍ଭ କରିଥିଲେ।
A Hundred Reasons To Celebrate #AusVsPak #CWC2023 pic.twitter.com/xYjY9a46zD
— UnknowinglyFunny (@TarunPapneja) October 20, 2023
ୱାର୍ଣ୍ଣର ଏବଂ ହାଇଦ୍ରାବାଦର ଏକ ବିଶେଷ ସଂଯୋଗ ଅଛି | ସେ ଦୀର୍ଘ ସମୟ ଧରି ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିଲେ। ୱାର୍ଣ୍ଣରଙ୍କ ଅଧିନାୟକତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମ ଆଇପିଏଲ୍ ଟାଇଟଲ୍ ଜିତିଥିଲା | ଉଲ୍ଲେଖ ଥାଉ କି ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ପାକିସ୍ତାନ ଆଗରେ ରନର ବିଶାଳ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ ।ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଅଷ୍ଟ୍ରେଲିଆର କେତୋଟି ଓ୍ବିକେଟ ନେଇ ଚାପ ସୃଷ୍ଟି କରିବା ପାକିସ୍ତାନର ଲକ୍ଷ୍ୟ ଥିଲା । କିନ୍ତୁ ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ୍ ଓ୍ବାର୍ଣ୍ଣର ଓ ମିଚେଲ ମାର୍ସ ପାକିସ୍ତାନର ଏହି ଯୋଜନାରେ ପାଣି ପକାଇଦେଇଥିଲେ । ଉଭୟ ଓପନର ପ୍ରଥମ ଓ୍ବିକେଟ ଯୋଡ଼ିରେ ରେକର୍ଡ ୨୫୯ ରନ କରିଥିଲେ । ଓ୍ବାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ କରି ୧୬୩ ରନ କରିଥିବାବେଳେ ମାର୍ସ ୧୨୧ ରନ କରିଥିଲେ ।
[ad_2]