ଓଡିଶା

ରାଉରକେଲାରେ ୪ ଜୀବନ ନେଲା ଝାଡ଼ାବାନ୍ତି – bajravana

[ad_1]

ରାଉରକେଲା: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବାରୁ ୪ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି।ଏହାଛଡ଼ା ଶତାଧିକ ଆକ୍ରାନ୍ତ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୪ ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ପାନପୋଷର ଗ୍ଲାସନ ସାମନ୍ତ(୩୮), ଫୁଲତୋଲି ଗୌଡ଼(୨୩), ଉଦିତନଗରର ଅହଲ୍ୟା ନାୟକ(୭୦) ଏବଂ ନାନସି ଦୁବେ(୭୫)।

ରାଉରକେଲାରେ ସ୍ୱାସ୍ଥ୍ୟ ଜନିତ ପରିସ୍ଥିତି ଅତି ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି। ଡାଇରିଆ ରୋଗରେ ଦୁଇ ଦିନରେ ଚାରି ଜଣ ଡାଇରିଆ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ରାଉରକେଲା ସରକାରୀ ହସ୍ପିଟାଲରେ ୧୦୨ ଜଣ ଡାଇରିଆ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଆଉ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରୋଗୀ ଅଛନ୍ତି। ରାଉରକେଲା ସହରର ବିଭିନ୍ନ ଅଞ୍ଚଳ ତଥା ଆଖପାଖ ଅଞ୍ଚଳରୁ ବହୁରୋଗୀ ଏବେ ମଧ୍ୟ ହସପିଟାଲ ଆସୁଛନ୍ତି। ପାନପୋଷ, ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଏରିଆ ତଥା ସେକ୍ଟର ଏରିଆରୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ରୋଗୀମାନେ ସରକାରୀ ହସ୍ପିଟାଲ ସହ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ତେବେ କେଉଁ କାରଣରୁ ହଠାତ ବିଭିନ୍ନ ଏରିଆରେ ଝାଡ଼ାବାନ୍ତି ରୋଗ ବ୍ୟାପିଲା ତାର କାରଣ ଜଣା ପଡ଼ିନାହିଁ। ରୋଗର କାରଣ ନିରୂପଣ ପାଇଁ ରୋଗୀଙ୍କ ଝାଡାବାନ୍ତି ପରୀକ୍ଷା ପାଇଁ ପଠା ଯାଇଛି। ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ହସପିଟାଲରେ ବେଡ଼ ସଂଖ୍ୟା ବଢାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ଆରଜିଏଚ ଡ଼ାଇରେକ୍ଟର ଇନଚାର୍ଜ ସୁଧାରାଣୀ ପ୍ରଧାନ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button