ମନୋରଞ୍ଜନ

ଟ୍ରେଲର୍‌କୁ ମିଳିଲା ଫିଲ୍ମ ପରି ଭଲପାଇବା: ଆଶ୍ଚର୍ଯ୍ୟ ହୋଇଗଲେ ଟାଇଗର୍ ଓ ଜୋୟା – bajravana

[ad_1]

ନୂଆଦିଲ୍ଲୀ: ସୁପର୍‌ଷ୍ଟାର୍‌ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଫିଲ୍ମ ‘ଟାଇଗର-୩’କୁ ନେଇ ଦର୍ଶକ ବେଶ୍‌ ଉତ୍ସୁକ ଅଛନ୍ତି। ନିକଟରେ ନିର୍ମାତା ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ କରିଥିଲେ। ଟ୍ରେଲରକୁ ଦେଖିବା ପରେ ପ୍ରଶଂସକମାନେ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି। କ୍ୟାଟ୍‌ ଏହି ସିନେମାରେ ଜୋୟା ଭୂମିକାରେ ଅଭିନୟ କରି ସଭିଙ୍କ ମନକୁ ମୋହିଛନ୍ତି।

ଟ୍ରେଲରର ସକରାତ୍ମକ ପ୍ରତିକ୍ରିୟାରେ ସଲମାନ ଏବଂ କ୍ୟାଟ୍ରିନା ବହୁତ ଖୁସି ଅଛନ୍ତି ଏବଂ ଲୋକମାନେ ସେମାନଙ୍କ ଉପରେ ପ୍ରେମ ବର୍ଷା କରୁଛନ୍ତି। ସଲମାନ ଏବଂ କ୍ୟାଟ୍ରିନା ହେଉଛନ୍ତି ଭାରତର ସବୁଠୁ ବଡ଼ ତଥା ସବୁଠାରୁ ଲୋକପ୍ରିୟ ଅନ୍-ସ୍କ୍ରିନ୍ ଯୋଡ଼ି, ଯାହାଙ୍କୁ ଦର୍ଶକମାନେ ବଡ଼ ପରଦାରେ ଦେଖିବାକୁ ଭିଡ ଜମାନ୍ତି। ସେମାନଙ୍କର ସବୁଠାରୁ ଲୋକପ୍ରିୟ ହେଉଛି ‘ଟାଇଗର’। ଯାହାର ଗୋଟାଏ ପରେ ‌ଗୋଟାଏ ଭାଗ ତିଆରି କରି ଚାଲିଛନ୍ତି ନିର୍ମାତା।

‘ଟାଇଗର-୩’ର ଟ୍ରେଲର୍‌ ଲଞ୍ଚ୍‌ ପରେ ସଲ୍‌ମାନ କହିଛନ୍ତି, ‘‘ଟାଇଗର୍‌ର ଟ୍ରେଲ୍‌ର ଉପରେ ଲୋକଙ୍କ ପ୍ରତିକ୍ରିୟା ମୋତେ ଆଶ୍ଚର୍ଯ୍ୟ କରିଛି। ମୁଁ ସୌଭାଗ୍ୟବାନ୍‌ ‌ଯେ ମୋର କ୍ୟାରିୟରରେ ମୁଁ ଏପରି ଚଳଚ୍ଚିତ୍ର ପାଇଛି। ଟ୍ରେଲର ଲଞ୍ଚ ପରେ ଏତେ ପ୍ରଶଂସା ଏବଂ ଏତେ ଉତ୍ସାହ ଦେଖିବା ପ୍ରକୃତରେ ସ୍ୱତନ୍ତ୍ର ଏବଂ ଏକ ବିରଳ ଅନୁଭବ। ମୁଁ ଖୁସି ଯେ ଆମର ଟ୍ରେଲର ହିଟ୍ ହୋଇଛି ଏବଂ ପ୍ରେକ୍ଷାଳୟରେ ଟାଇଗର ଦେଖିବା ପାଇଁ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି। ମୋତେ ଏବଂ କ୍ୟାଟ୍ରିନାଙ୍କୁ ଜୋୟା ଏବଂ ଟାଇଗର ଭାବରେ ଦେଖିବାକୁ ଲୋକେ ଯେଉଁ ଖୁସି ପ୍ରକାଶ କରିଛନ୍ତି ତାହା ମୋତେ ବେଶ୍‌ ପ୍ରଭାବିତ କରିଛି।’’ ସେହିପରି କ୍ୟାଟ୍ରିନା କହିଛନ୍ତି, ‘‘ଫିଲ୍ମଟିର ଟ୍ରେଲର୍‌କୁ ମିଳିଥିବା ପ୍ରଶଂସା ଅବିଶ୍ୱସନୀୟ।ଏହା ଆଶ୍ଚର୍ଯ୍ୟଜନକ ଯେ ଆମେ ଏତେ ଭଲପାଇଛୁ।’’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button