ଭୁଲ୍ ପ୍ଲାଷ୍ଟିକ୍ ସର୍ଜରି ନେଲା ଜୀବନ – bajravana
[ad_1]
ସାଧାରଣତଃ ଆମ ଶରୀରରେ ନଷ୍ଟ ହୋଇଯାଇଥିବା କୌଣସି ମାଂସପେଶୀର ପୁନରୁଦ୍ଧାର ପାଇଁ ପ୍ଲାଷ୍ଟିକ୍ ସର୍ଜରି କରାଯାଇଥାଏ। ତେବେ ଆଜିକାଲି ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର ପ୍ରକ୍ରିୟା ପ୍ରସାଧନର ଏକ ଅଂଶ ପାଲଟିଛି। ଏହି ପଦ୍ଧତି ନିରାପଦ ଏବଂ ବିପଦମୁକ୍ତ ବୋଲି ଧାରଣା ରହି ଆସିଥିବାରୁ ବିଶେଷ କରି ଅଗ୍ରଣୀ ଅଭିନେତ୍ରୀମାନେ ନିଜକୁ ଅଧିକ ସୁନ୍ଦର କରିବା ପାଇଁ ବିଭିନ୍ନ ଅଙ୍ଗରେ ପ୍ଲାଷ୍ଟିକ୍ ସର୍ଜରି କରାଇଥାନ୍ତି। କେହି କେହି ନିଜର ନାସାଗ୍ରକୁ ଶାଣିତ କରୁଥିବା ବେଳେ କିଏ ନିଜର ଓଠକୁ ଆକର୍ଷଣୀୟ କରିବାକୁ ଚାହୁଁଛନ୍ତି। ମାତ୍ର କିଛି ବର୍ଷ ହେଲା ପ୍ଲାଷ୍ଟିକ୍ ସର୍ଜରି ଜନିତ ମୃତ୍ୟୁ ଘଟଣା ଚିନ୍ତାର କାରଣ ହୋଇଛି।
ଏହି କ୍ରମରେ ଆର୍ଜେଣ୍ଟିନାର ଜଣାଶୁଣା ଅଭିନେତ୍ରୀ, ମଡେଲ୍ ଓ ଟିଭି ଉପସ୍ଥାପିକା ସିଲଭିନା ଲୁନାଙ୍କର ତ୍ରୁଟିପୂର୍ଣ୍ଣ ପ୍ଳାଷ୍ଟିକ୍ ଅସ୍ତ୍ରୋପଚାର ଜନିତ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ମୃତ୍ୟୁ ଘଟିବା ଖବର ଆଲୋଡ଼ନ ସୃଷ୍ଟି କରିଛି। ‘ବୁଏନସ୍ ଆଇରିସ୍ ଟାଇମ୍ସ’ରେ ପ୍ରକାଶିତ ସୂଚନାନୁଯାୟୀ, ୨୦୧୧ ମସିହାରେ ଲୁନା ତାଙ୍କର ଦେହରେ ପ୍ଲାଷ୍ଟିକ୍ ସର୍ଜରି କରିଥିଲେ। ଅସ୍ତ୍ରୋପଚାର ବେଳେ ତାଙ୍କ ଶରୀରରେ ସଂପୃକ୍ତ ଡାକ୍ତର ଭୁଲ୍ବଶତଃ ଏକ ପ୍ରକାର ବିଷାକ୍ତ ରାସାୟନିକ ପ୍ରୟୋଗ କରିଥିଲେ। ସେଥିପାଇଁ ତାଙ୍କର କିଡ୍ନି ଅଚଳ ହୋଇଯାଇଥିଲା। କିଡ୍ନି ପ୍ରତିରୋପଣ ଆବଶ୍ୟକ ହେଉଥିବା ବେଳେ ସପ୍ତାହକୁ ତିନି ଥର ଡାୟାଲିସିସ୍ କରି ସେ ମରଣ ସହ ଯୁଝି ହେଉଥିଲେ। ଶେଷରେ ଗତ ସପ୍ତାହରେ ଲୁନା ୪୩ ବର୍ଷ ବୟସରେ ଆଖି ବୁଜିଛନ୍ତି। ପୂର୍ବରୁ ଗତ ଏପ୍ରିଲ ମାସରେ ଜଣାଶୁଣା ‘ଓନ୍ଲିଫ୍ୟାନ୍ସ’ ମଡେଲ୍ ୩୪ ବର୍ଷୀୟା ଖ୍ରୀଷ୍ଟିଆନା ଆଷ୍ଟେନ୍ ଗୌର୍କାନିଙ୍କର ମଧ୍ୟ ପ୍ଲାଷ୍ଟିକ୍ ସର୍ଜରି ପରେ ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। ସେହିପରି ଅଗ୍ରଣୀ ଟିଭି ଅଭିନେତ୍ରୀ ଚେତନା ରାଜଙ୍କର ମଧ୍ୟ ଗତ ବର୍ଷ ମେ’ ମାସରେ ପ୍ଲାଷ୍ଟିକ୍ ସର୍ଜରି କାରଣରୁ ମୃତ୍ୟୁ ହୋଇଥିଲା।
[ad_2]