ଖେଳ ଖବର

ବିଶ୍ବକପ୍ : ନ୍ୟୁଜିଲାଣ୍ଡର ଜୟଯାତ୍ରା ଜାରି, ବାଂଲାଦେଶକୁ ୮ ଓ୍ବିକେଟରେ ହରାଇଲା – bajravana

[ad_1]

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ବାଂଲାଦେଶକୁ ୮ ଓ୍ବିକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଆଗରେ ୨୪୬ ରନର ଲକ୍ଷ୍ୟ ଥିବାବେଳେ ଦଳ ୪୨.୫ ଓଭରରେ ୨ ଓ୍ବିକେଟ ହରାଇ ତାହାକୁ ହାସଲ କରିନେଇଥିଲା । ଦଳ ପକ୍ଷରୁ ଡାରିଲ୍ ମିଚେଲ ୮୯ରନ କରିଥିବାବେଳେ କେନ ଓ୍ବିଲିୟମସନ ୭୮ ରନ କରିଥିଲେ । ଦେଓ୍ବନ କନଓ୍ବେ ୪୫ ରନ କରିଥିଲେ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୫୬ ରନରେ ୪ଟି ଓ୍ବିକେଟ ହରାଇଥିଲା । ତେବେ ଅଧିନାୟକ ସାକିବୁଲ ହାସନ ଓ ମୁସ୍ତଫିକୁର ରହିମ୍ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସାକିବୁଲ ୪୦ ରନ କରିଥିବାବେଳେ ମୁସ୍ତଫିକୁର ୬୬ରନ କରିଥିଲେ । ଶେଷ ବେଳକୁ ମହମ୍ମଦୁଲ୍ଲା ମଧ୍ୟ ଉପଯୋଗୀ ବ୍ୟାଟିଂ କରି ଅପରାଜିତ ୪୧ ରନ କରିଥିଲେ । ଦଳ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୪୫ ରନ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫର୍ଗୁସନ ୩ଟି ଓ୍ବିକେଟ ନେଇଥିବାବେଳେ ଟ୍ରେଣ୍ଟ ବୋଲଟ, ମାଟ ହେନେରୀ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମିଚେଲ ସାଣ୍ଟନର ଓ ଗ୍ଲେନ ଫିଲିପ୍ସ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button