ଓଡିଶା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସିଏଜି ପ୍ରଶ୍ନ ଉଠାଇବା ପରେ କଂଗ୍ରେସ-ବିଜେଡି ମୁହାଁମୁହିଁ – bajravana

[ad_1]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ପ୍ରଶ୍ନ ଉଠାଇଲେ ସିଏଜି । ରାଜ୍ୟର ଗ୍ରାମାଂଚଳରେ ୮ ଲକ୍ଷ ୫୯ ହଜାର ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ସିଏଜି ତାଙ୍କ ରିପୋର୍ଟରେ ଏହା ଦର୍ଶାଇଛନ୍ତି । ସରକାରୀ ବ୍ୟବସ୍ଥା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ହିତାଧିକାରୀଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଥାନ୍ତି । ହେଲେ ସିଏଜି ରିପୋର୍ଟରେ କୁହାଯାଇଛି ଗ୍ରାମସଭା ଦ୍ୱାରା ଯୋଗ୍ୟ ୮ ଲକ୍ଷ ୫୯ ହଜାର ଲୋକଙ୍କୁ ସ୍ଥାୟୀ ତାଲିକାରୁ ବାଦ୍ ଦିଆଯାଇଛି । ତେବେ ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଆବାସ ଦୁର୍ନୀତି କଥା ଆଗରୁ କହୁଛୁ | ଜଣେ ସରପଞ୍ଚ ଦୁଇଟି ଆବାସ ନେଇଥିଲା, ରାଜ୍ୟ ସରକାର ତାକୁ ଡ଼ିସମିସ କଲେ ହେଲେ ଗିରଫ କଲେ ନାହିଁ | ବିରୋଧୀ ହେଲେ ବାନ୍ଧିବେ, ନିଜ ଲୋକ ହୋଇଥିଲେ କିଛି କରିବେ ନାହିଁ | ଏବେ ବି ଗାଁ ରେ ହଜାର ହଜାର ଲୋକଙ୍କ ପାଖରେ ଘର ନାହିଁ |

ନା ବଦଳାଇ ଆବାସ ଯୋଜନା ନାମରେ ଏକ ପ୍ରହସନ ଚାଲିଛି | ସେହିପରି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଆମେ ତ ପ୍ରଥମରୁ କହିଛୁ ଆମ ଦାବି ମୁତାବକ କେନ୍ଦ୍ର ଘର ଦେଇ ନାହିଁ । ୧୫ ରୁ ୨୦ ଲକ୍ଷ ଘର ପାଇଁ ଆମେ ଦାବି କରି ଆସିଛୁ । ଏହା ବି କେନ୍ଦ୍ରକୁ ଜଣାଇଛୁ ୧୫ ଲକ୍ଷ ପରିବାର ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ସେଇଟା ହୁଏତ ସିଏଜି ଦର୍ଶାଇଥିବେ । ଏହା ବି ଏଥର ହୋଇଛି କେନ୍ଦ୍ର ସରକାର ହିତାଧିକାରୀ ଚୟନ ର ସର୍ତ୍ତାବଳି ପରିବର୍ତ୍ତନ କରିଦେବା କାରଣରୁ ଅନେକ ଲୋକ ବାଦ ପଡ଼ିଗଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button